ବନ୍ଦ ସମୟରେ ହୋଇଥବ। ଗଣ୍ଡଗୋଳର ତଦନ୍ତ ନିର୍ଦ୍ଦେଶ ଦେଲେ ପିସିସି ସଭାପତି

0
292

ଭୁବନେଶ୍ୱର:ତୈଳ ଦର ବୃଦ୍ଧିକୁ ନେଇ  କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରରେ ରାଜ୍ୟରେ ଅଳ୍ପ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବା ଖବର ମିଳିବା ପରେ ଏହା ଉପରେ ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ ଦଳର କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । କମିଟି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ଗଣ୍ଡଗୋଳରେ ଯଦି କଂଗ୍ରେସ କର୍ମୀ ସମ୍ପୃକ୍ତ ଥିବା ପ୍ରମାଣ ମିଳିବ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । କାକଟପୁର ଓ ରେମୁଣା ତହସିଲରେ କଂଗ୍ରେସକର୍ମୀମାନେ ଗଣ୍ଡଗୋଳ କରିଥିବା ଓ କର୍ମଚାରୀଙ୍କ୍ୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ତଦନ୍ତ ନିର୍ଦ୍ଦେଶ ସଭାପତି ଦେଇଛନ୍ତି । ବନ୍ଦ ପୂର୍ବରୁ ସଭାପତି କୌଣସି ପ୍ରକାର ଗଣ୍ଡଗୋଳ ନ କରିବା ପାଇଁ କିମ୍ବା ଲୋକଙ୍କୁ ଅଯଥା ହଇରାଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ସତ୍ତେ୍ୱ କେତେକ ସ୍ଥାନରେ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ପାଇଲା ପରେ ଦଳ ଏହି ପଦକ୍ଷେପ ନେଇଛି । କାକଟପୁର ତହସିଲରେ ବନ୍ଦକାରୀମାନେ କିଛି କର୍ମଚାରୀଙ୍କୁ ଗୋଡ଼ାଇ ମାଡ଼ ମାରୁଥିବା ଦେଖାଯିବା ପରେ ସେମାନେ କଂଗ୍ରେସକର୍ମୀ କି ଆଉ କିଏ ଜାଣିବା ପାଇଁ ସଭାପତି ଏହି ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here