ବୈଜୟନ୍ତଙ୍କ ମିଶ୍ରଣକୁ ଫେଡୁଛନ୍ତି ଧର୍ମେନ୍ଦ୍ର

0
3183

 

ଭୁବନେଶ୍ୱର : ନିଜର ର।ଜନୈତିକ ସ୍ବ।ଭିମ।ନ ପ।ଇଁ
ବିଜେଡ଼ିକୁ ବିରୋଧ କରି କିଛି ଦିନ ପୂର୍ବରୁ ଦଳ ଛ।ଡିଲେ ବୈଜୟନ୍ତ ଆଶ। ଥିଲା ନିଜର ସ୍ବଭିମ।ନକୁ ଓଡିଶାରେ
ଅକ୍ଷୟ ରଖିବେ । ଦଳ ଛ।ଡିଲ। ପରେ କେଉଁ ଦଳରେ ଯୋଗଦେବେ କେଉଁ ଦଳକୁ ଗଲେ ସଫଳ ହେବେ ବିଭିନ୍ନ ମ।ଧ୍ୟମରେ ମତ ବି ଲୋଡିଲେ ବିଭିନ୍ନ ସ୍ତରରୁ ମତ ବି ଆସିଲା ହେଲେ ଯ।ହ।ଙ୍କ ବିଷୟରେ ଅଙ୍କ କଷିବ। କଥ। ତ।ଙ୍କୁ ଭୁଲିଗଲେ । ତ।ଙ୍କ ଅଙ୍କ କଷିବ।ରେ କିଛି ଭୁଲ ରହିଗଲା ପରି ମନେହେଲା । ଆଗ।ମୀ ନିର୍ବାଚନରେ କେଉଁ ଦଳ ତରଫରୁ ପ୍ର।ର୍ଥି ହେଲେ ଭଲହେବ ବହୁତ କସରତବି କଲେ, ନିଜର ଦମ ଦେଖ।ଇବ। ପ।ଇଁ କେଉଁ ଜିଲ୍ଲା କେଉଁ ଦଳ ଠିକ ତ।କୁବି ଚ। ପିଆ ଆଳରେ ସମିକ୍ଷ। କଲେ , ବିଭିନ୍ନ ଅଂଚଳ ବୁଲିଲେ  । ‘ହେଇଯାଉ’ରେ ଚା’ ପିଆଇ ସମବେଦନା ସାଉଁଟିବାକୁ ମଧ୍ୟ ଚେଷ୍ଟା କଲେ  । ଆଶା ଥିଲା ବିଜେପିରେ ସାମିଲ ହୋଇ ପୂର୍ବଗୌରବ ଫେରିପାଇବେ  । ହେଲେ ଏବେ ସେ ଚ। ପ।ଣିଚିଆ ହୋଇଗଲା ଭଳି ମନେହୁଏ ।

ପଦ୍ମ ଫୁଲ ତରଫରୁ ତାଙ୍କୁ ଅଫର ଦିଆଯାଇଥିଲେ ବି ଭ।ବି ଭ।ବି। ରହିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା  । ଓଡିଶା ଫୁଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦବଦବ। ରହିଥିବାବେଳେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଭାବେ ଧର୍ମେନ୍ଦ୍ରଙ୍କର ନିୟନ୍ତ୍ରଣରେ ରହିଛି  । ଏକଥା ସମସ୍ତ ଙ୍କୁ ଉଣ। ଅଧିକେ ଜଣ। । ବିଜେପିରେ ମିଶିଲେ ବି ଜୁନିୟର ନେତାଙ୍କ କଥ।ରେ ତାଙ୍କୁ ଫୁଲ ଧରି ବ।ଟ ଚ।ଲିବ।କୁ ପଡିବ । ଚାହିଁଲେ ବି ସାରା ରାଜ୍ୟରେ ନିଜର ସଂଗଠନ ବିସ୍ତାର କରିପାରିବେ ନାହିଁ  । ଯେଉଁଥିପାଇଁ ବୈଜୟନ୍ତ ଦୋଛକିରେ ପଡ଼ି ଯାଇଥିବାବେଳେ ଧର୍ମେନ୍ଦ୍ର ମଧ୍ୟ ଜାଣିଶୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି  । ବରଂ ବୈଜୟନ୍ତ ବିଜେପିକୁ ଆସିଲେ ଭବିଷ୍ୟତରେ ତାଙ୍କ ପାଇଁ ବିପଦ ସୃଷ୍ଟି ହେବବୋଲି ଧର୍ମେନ୍ଦ୍ରଙ୍କ କୋଟରୀ ଆଶଙ୍କା ପ୍ରକାଶ କରୁଥିବା ବେଳେ ବୈଜୟନ୍ତଙ୍କ ମିଶ୍ରଣକୁ ଧର୍ମେନ୍ଦ୍ର ଫେଡିବ।କୁ ଲ।ଗିଲେ । ଅନ୍ୟପଟେ ବୈଜୟନ୍ତଙ୍କର ଅନେକ ରାଷ୍ଟୀୟ ବିଜେପି ନେତାଙ୍କ ସହ ସୁସମ୍ପର୍କ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କର ମଧ୍ୟ ରାଷ୍ଟ୍ରୀୟ ବିଜେପିରେ ବି ବେଶ ଧାକ ରହିଛି  । ଯେଉଁଥିପାଇଁ ପ୍ରଥମ ଓଡ଼ିଆ ଭାବେ ସେ ଅନ୍ୟ ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି  । ଧର୍ମେନ୍ଦ୍ର ଯେଉଁଭଳି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ଅନୁରୂପ ଭାବେ ବୈଜୟନ୍ତଙ୍କର ମଧ୍ୟ ସେଭଳି ଉଚ୍ଚ ଅଭିଳାଷ ରହିଛି  । ଏହାବି ଧର୍ମେନ୍ଦ୍ର ଭଲଭାବେ ଠଉରାଇଛନ୍ତି  । ଯେଉଁଯେଉଁ ତରିକାରେ ଧର୍ମେନ୍ଦ୍ର ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଉପରକୁ ଉଠିଛନ୍ତି ବୈଜୟନ୍ତ ମଧ୍ୟ ତାହା ଜାଣିଛନ୍ତି  । ବୈଜୟନ୍ତଙ୍କ ପାଖରେ ବଡ଼ ଟିଭି ଚ୍ୟାନେଲ ରହିଛି  । ତେଣୁ ସେ ପ୍ରଚାରରେ ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ଠାରୁ ଆଗରେ ରହିଯିବେ  । ଅନ୍ୟପଟେ ଦେଖିବ।କୁ ଗଲେ ତ।ଙ୍କ ପ।ଖରେ ଅର୍ଥର ଅଭ।ବ ନ।ହିଁ । ନିଜର ସଂଗଠନ ବୃଦ୍ଧି କରିବା ପାଇଁ ଅର୍ଥର ଆବଶ୍ୟକ ନିହ।ତି ଜରୁରୀ ଏକଥ।କୁ କୈଣସି ର।ଜନେତ। ଅସ୍ବୀକାର କରିପ।ରିବେ ନ।ହିଁ । ବିଜେଡ଼ିକୁ ଟକ୍କର ଦେବ।ପ।ଇଁ ବୈଜୟନ୍ତଙ୍କୁ ବିଜେପିକୁ ଅଣାଯାଏ ତେବେ ସେ ନିଶ୍ଚିତ ଭାବେ ପ୍ରଥମେ ବିଜେପିରେ ନିଜର ଶକ୍ତି ବୃଦ୍ଧି କରିବ। ପ।ଇଁ ଚେଷ୍ଟା କରିବେ ବୋଲି ଧର୍ମେନ୍ଦ୍ର ଭଲଭାବେ ଜ।ଣିଛନ୍ତି । ଜୁଏଲ ଏକ ଟିଭି ସ।କ୍ଷ।ତକ।ରରେ ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ପ୍ର।ର୍ଥି କହିଥିଲେବି ଉପର ଠାଉରିଆ ଭାବେ ଜୁଏଲ ଓରାମଙ୍କ ଠାରୁ ନେଇ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁଛନ୍ତି ବୋଲି କହୁଥିଲେ ମଧ୍ୟ ସେମାନଙ୍କ ମନରେ କ’ଣ ରହିଛି ତାହା ବିଜେପି ନେତାମାନେ ଉଣ। ଅଧିକେ ଜ।ଣିଛନ୍ତି । ତେବେ ଧର୍ମେନ୍ଦ୍ର ଜାତୀୟସ୍ତରରେ ନିଜକୁ ଏତେ ଶକ୍ତିଶାଳୀ କରିଦେଇଛନ୍ତିଯେ, ଦଳର କେତେକ ଆଗଧାଡ଼ିର ନେତା ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ବିରୋଧରେ ସେମାନେ କୌଣସି କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି  । ଯଦି ଏଭଳି ସନ୍ଦିକ୍ଷଣରେ ବୈଜୟନ୍ତ ବିଜେପିକୁ ଆସନ୍ତି ତେବେ ସେହି ନେତାମାନେ ବୈଜୟନ୍ତଙ୍କୁ ସହଯୋଗ କରିବେ ବୋଲି ଧର୍ମେନ୍ଦ୍ର ବି ଭଲଭ।ବରେ ଜ।ଣିଛନ୍ତି । ଆଉ ଏକଥ।କୁ ଭଲ ଭ।ବରେ ବୁଝି ଉପରେ ନ ହେଲେବି ଭିତରେ ଭିତରେ ବିଲେଇ ପରି ବୈଜୟନ୍ତଙ୍କ ବ।ଟ ଓଗ।ଳୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଖାଲି ସେତିକିନୁହେଁ ଇତିମଧ୍ୟରେ ଧର୍ମେନ୍ଦ୍ରଙ୍କ କୋଟରୀର କେତେକ ନେତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି  । ଧର୍ମେନ୍ଦ୍ରଙ୍କ ଅନୁଗାମୀ ନେତାମାନଙ୍କୁ ତୃଣମୂଳସ୍ତରରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି  । ତୃଣମୂଳସ୍ତରରେ ଯେଉଁ ଯେଉଁ ନେତାମାନେ ଧର୍ମେନ୍ଦ୍ର ଓ ତାଙ୍କ କୋଟରୀ ବିରୋଧରେ ଅସନ୍ତୁଷ୍ଟ ସେମାନେ ଚାହିଁଲେ ବି କିଛି କରିପାରୁନାହାନ୍ତି  । କାରଣ ସେମାନଙ୍କ ପାଖରେ ବିକଳ୍ପ ନାହିଁ  । କାହିଁକିନା ସେମାନେ ଜାଣିସାରିଛନ୍ତ, ଧର୍ମେନ୍ଦ୍ର ବିଜେପିରେ ଏତେ ଶକ୍ତିଶାଳୀଯେ, ତାଙ୍କୁ ମୁକାବିଲା କରିବାର ଶକ୍ତି ରାଜ୍ୟର ଆଉ କେଉଁ ନେତାଙ୍କର ନାହିଁ  । ଏଭଳି ସ୍ଥିତି ଲାଗି ରହିଥିବାବେଳେ ବୈଜୟନ୍ତ ଯଦି ବିଜେପିରେ ମିଶନ୍ତି ତେବେ ଅସନ୍ତୁଷ୍ଟ ବିଜେପି ନେତାମାନେ ବୈଜୟନ୍ତଙ୍କ ସହ ହାତ ମିଳାଇବେ  । ଏମିତିକି ବୈଜୟନ୍ତ ବିଜେପିରେ ମିଶିବେ ବୋଲି ପ୍ରଚାର ହେବା ପରେ କେତେକ ବିଜେପି ନେତା ଏବେଠାରୁ ବୈଜୟନ୍ତଙ୍କ ଯୋଗାଯୋଗରେ ରହିଥିବା ଦେଖିବାକୁ ମିଳିଛି  । ଫଳରେ ଦଳରେ ମିଶୁମିଶୁ ବୈଜୟନ୍ତ ବିଜେପିରେ ଶକ୍ତିଶାଳୀ ହୋଇଯିବେ ବୋଲି କହିଲେ ଭୁଲ ହେବ ନାହିଁ  । ଧର୍ମେନ୍ଦ୍ର ମଧ୍ୟ ସେହି ଅଙ୍କ କଷିଛନ୍ତି  । ତେଣୁ ସେ ବୈଜୟନ୍ତଙ୍କୁ ବିଜେପିରେ ମିଶାଇ ତାଙ୍କ ପାଇଁ ଭବିଷ୍ୟରେ କଂଟା ସୃଷ୍ଟି କରିବାକୁ ଚାହୁଁନାହାନ୍ତି  । ବୈଜୟନ୍ତ ଭାବିଥିଲେ, ବିଜେପି ନେତାମାନେ ତାଙ୍କୁ ବାରବାର ଅନୁରୋଧ କରିବେ  । କିନ୍ତୁ ଏବେ ରାଜ୍ୟ ବିଜେପି ପକ୍ଷରୁ ସେଭଳି ପ୍ରୟାସ କରାଯାଉନାହିଁ  । ବରଂ ସେ କିଭଳି ଦଳକୁ ନଆସିବେ ସେ ବାଟ ତିଆରି ଚାଲିଛି  । କିନ୍ତୁ ଏଠାରେ ଗୋଟିଏ କଥା ସ୍ପଷ୍ଟଯେ, ବୈଜୟନ୍ତ ଯେବେ ଚାହିଁବେ ସେଦିନ ମଧ୍ୟ ବିଜେପିରେ ମିଶିପାରିବେ  । ଓଡ଼ିଶାରେ ନୁହେଁ ମୋଦି ଓ ଶାହାଙ୍କ ଉପସ୍ଥିତିରେ ସେ ମିଶିବାକୁ ଚାହୁଁଛନ୍ତି  । କିନ୍ତୁ ଯଦି ରାଷ୍ଟ୍ରୀୟ ବିଜେପି ପକ୍ଷରୁ ତାଙ୍କୁ ସେଭଳି ଶକ୍ତିଶାଳୀ ନକରାଯାଏ ତେବେ ବିଜେପିରେ ଯୋଗଦେଲେ ସେ କୌଣସି ଲାଭ ପାଇବେ ନାହିଁ  । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସେ ମଧ୍ୟ କାର୍ଯ୍ୟ କରିବାକୁ ଚାହିଁବେ ନାହିଁ  । ୨୦୧୯ ନିର୍ବାଚନ ବେଳେ ସେ ରାଜ୍ୟ ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିବା ବିଜେପି ଅଳିନ୍ଦରେ ଚର୍ଚ୍ଚାବି ମଧ୍ଯ ହେଉଛି  । ଏହି ପଦବୀଟି ବିଜେପିର ମୁଖ୍ୟ ପଦବୀ  । ସାଧାରଣତଃ ପ୍ରଚାର କମିଟି ଅଧ୍ୟକ୍ଷ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଗଣିତ ହୋଇଥା’ନ୍ତି  ।

ବୈଜୟନ୍ତ ବିଜେପିରେ ମିଶିଲେ ତ।ଙ୍କ ଉଦ୍ଦେଶ୍ୟ ରେ ସେ ସଫଳ ହେବେ ଏକଥ। ଧର୍ମେନ୍ଦ୍ର ଙ୍କୁ ଭଲଭ।ବେ ଜଣ।
ସମୟ ଥିଲା ଧର୍ମେନ୍ଦ୍ର ଏକଦା ବୈଜୟନ୍ତଙ୍କୁ ମଧ୍ୟ ଓଡ଼ିଶା ରାଜନୀତିରେ ନିଜର ପ୍ରତିଦ୍ୱନ୍ଦ୍ୱୀ ଭ।ବେ ବିଚାର କରୁଥିଲେ । ଯଦି ତାଙ୍କୁ ବିଜେପି ରାଜନୀତିରୁ ଦୂରେଇ ରଖାଯାଏ ତେବେ ଭବିଷ୍ୟତରେ ତାହା ଧର୍ମେନ୍ଦ୍ରଙ୍କ ବ।ଟରେ ଆଉ କଣ୍ଟା କେହି ରହିବେ ନ।ହିଁ । ଧର୍ମେନ୍ଦ୍ର ଭଲଭାବେ ଜାଣିଛନ୍ତି ଆଗ।ମୀ ନିର୍ବାଚନ ନ ହେଲେବି ୨୦୨୪ ବେଳକୁ ବିଜେପି କ୍ଷମତାକୁ ଆସିପ।ରେ   । ଫଳରେ ଆଗାମୀ ଦିନରେ ବୈଜୟନ୍ତ ବିଜେପିରେ ଯୋଗଦେଇ ନିଜର ଚ।ଲରେ ସଫଳ ହେଉଛନ୍ତି କି ଧର୍ମେନ୍ଦ୍ର ବୈଜୟନ୍ତଙ୍କ ବ।ଟ ଓଗ।ଳି ସଫଳ ହେଉଛନ୍ତି ତ।ହ। ଆଗ।ମୀ ଦିନରେ ଜଣ।ପଡିବ ।

LEAVE A REPLY

Please enter your comment!
Please enter your name here