ପୁରୀରେ କେଡିଏମ୍‌ ହସ୍ପିଟାଲ ପରିସରରୁ ୭ ମଣିଷ ଖପୁରୀ ଉଦ୍ଧାର

0
80

ପୁରୀ : ପୁରୀ ଜିଲା ରେଳ ଷ୍ଟେଶନ  ନିକଟ କେଡିଏମ୍‌(କମଳାଦେବୀ ମାତୃ ମଙ୍ଗଳ) ହସ୍ପିଟାଲ ପରିସରରୁ ରବିବାର ଏକ ମୁଣିରୁ ୭ ରୁ ୮ଟି ଖପୁରି ଉଦ୍ଧାର କରାଯାଇଛି। ସମୁଦ୍ରକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପ୍ରଚାର ହେବା ପରେ ମେଡିକାଲ ପରିସରରେ ରହୁଥିବା କଲୋନୀ ବାସିନ୍ଦା ଏବଂ ରୋଗୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। କେହି ଦୁର୍ବୃତ୍ତ ଜାଣିଶୁଣି ଏଠାରେ ଖପୁରି ପକାଇ ଯାଇଥିବା ପୋଲିସ ସନ୍ଦେହ କରିଛି। ଅପରପକ୍ଷେ କେହି ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ଲାଗି ଏଭଳି ଖପୁରି ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here