ସୋନାଲୀ ବେନ୍ଦ୍ରେଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଫସିଲେ ବିଜେପି ବିଧାୟକ

0
276

ନୂଆଦିଲ୍ଲୀ: ବଲିଉଡର ନାମୀଦାମୀ କଳାକାର ସୋନାଲି ବିନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ହୋଇ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ପୂର୍ବେ ତାଙ୍କର ଚୁଟିକଟା ଏବଂ ଲଣ୍ଡା ମଧ୍ୟ ହେବା ଭିଡିଓ ସେ ସୋଶାଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଜଣେ ବିଧାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଭାଇରାଲ ହୋଇଛି ।
ବିଜେପି ବିଧାୟକ ରାମ କଦମଙ୍କର ଏକ ଟ୍ୱିଟ୍ ଏବେ ତାଙ୍କୁ ଅଡୁଆରେ ପକାଇଛି । ସେ ଟ୍ୱିଟର କର୍କଟ ରୋଗରେ ପୀଡ଼ିତ ହୋଇ ଆମେରିକାରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ସେ ଲେଖିଥିଲେ ଯେ ଲୋକପ୍ରୟ ତଥା ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିବା ସୋନାଲି ବେନ୍ଦ୍ରେ ଆଉ ନାହାନ୍ତି । ତାଙ୍କର ଏଭଳି ଖବକୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବଶ୍ୟ ଭୁଲ୍ କରିଥିବା ସଂପର୍କରେ ସଚେତନ ହୋଇଥିଲେ ଏବଂ ସେ କ୍ଷମା ମାଗିବା ସହ ସୋନାଲିଙ୍କର ଆରୋଗ୍ୟ କାମନା କରିଥିଲେ । ସଙ୍ଗେ ସଙ୍ଗେ ସେ ଅନ୍ୟ ପୋଷ୍ଟ ସୋଶାଲ ମିଡିଆରେ ସେୟାର କରିଥିଲେ । ଏଥିପାଇଁ ସେ ଦୁଃଖିତ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here