ଦାମଙ୍କ ସମବାୟ ବୋମା:୮୦୦ କୋଟି ଟଙ୍କାର ଦୁର୍ନିତୀ

0
443

ଭୁବଶ୍ୱେର: ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଜେଡ଼ିର ବରିଷ୍ଠ ନେତା ଦ।ମଦୋର ର।ଉତ ଏବେ ବିଜେଡ଼ି ପଛରେ ଲ।ଗି ଯ।ଇଛନ୍ତି । ଦୈନିକ ସେ ଗୋଟିଏ ପରେ ଗୋଟିଏ ସରକାରଙ୍କର ଦୁର୍ନୀତି ବିଷୟ ପ୍ରଘଟ କରିବାରେ ଲାଗିଛି । ଚାରା ଓ ଓମଫେଡ ପରେ ଆଜି ସେ ସମବାୟ ଦୁର୍ନୀତି କଥା ଉଠାଇଛନ୍ତି । ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା କଥା ସେ କହିଛନ୍ତି । ଏଭଳି କରି ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା କଥା ଚାରିଆଡ଼େ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ସବୁବେଳେ ସେ ଓ ତାଙ୍କ ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଲୋକଙ୍କ ନିକଟରେ ଉତ୍ତରଦାୟୀ ବୋଲି କହିଚାଲିଥିଲା ବେଳେ ଏହା କିପରି ଭୁଲ ତାହା ଏବେ ଡକ୍ଟର ରାଉତ ଦର୍ଶାଇବାରେ ଲାଗିଛନ୍ତି । ଦେଖାଯାଉଛି ବିଧାନସଭା ଆରମ୍ଭ ହେବା ପରଠାରୁ ଡାକ୍ତର ରାଉତ ସରକାରଙ୍କ ଉପରେ ବୋମା ପରେ ବୋମା ଫିଙ୍ଗି ଚାଲିଛନ୍ତି । ଯେଉଁସବୁ ଦୁର୍ନୀତି ବିଷୟ ଡାକ୍ତର ରାଉତ କହୁଛନ୍ତି ତାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା ଆରମ୍ଭ କରିଦେଇଛି । ଚାରା ଘୋଟଲା ସମ୍ପର୍କରେ ଡକ୍ଟର ରାଉତ ମତ ରଖିଥିଲା ପରେ ଏହାକୁ ନେଇ ବିଜେପି ବିଧାନସଭାରେ ସରକାରଙ୍କୁ ଘେରିଥିଲା । ମନ୍ତ୍ରୀମଣ୍ଡଳରେ ଥିବା ବେଳେ ସେ ଯେଉଁସବୁ ବିଭାଗର ଦାୟିତ୍ୱରେ ଥିଲେ ସେ ସବୁ ବିଭାଗର ଦୁର୍ନୀତି ବିଷୟ କଥା ଉଠାଉଥିବାରୁ ଏହା ଅଧିକ ବିଶ୍ୱାସ ଯୋଗ୍ୟ ହୋଇପାରେ ବୋଲି କୁହାଯାଉଛି । ଯେଉଁ ଦୁର୍ନୀତିମୁକ୍ତ ଓ ନିର୍ମଳ ଶାସନ କଥା ନବୀନ କହି ଏଯାଏଁ ଲୋକଙ୍କ ଆସ୍ଥା ଓ ବିଶ୍ୱାସଭାଜନ ହୋଇ ୪ଥର କ୍ଷମତାକୁ ଆସି ସାରିଲାଣି ଓ ପୁଣି ୫ମ ଥର ପାଇଁ କ୍ଷମତାକୁ ଆସିବା ଲାଗି ଆଶା ବାନ୍ଧି ବସିଛନ୍ତି ସେଥିରେ କଳଙ୍କ ବୋଳିବା ପାଇଁ ଡକ୍ଟର ରାଉତ ଲାଗିଛନ୍ତି । ବାସ୍ତବରେ ଏ ସରକାର ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ଓ ପ୍ରୀୟାପ୍ରିତି ତୋଷଣର ଶାସନ ବୋଲି ଲୋକଙ୍କ ମନରେ ଧାରଣ। ସୃଷ୍ଟି କରିବା ପାଇଁ ସେ ଲାଗିଛନ୍ତି । ଏତେ କଥା ଡକ୍ଟର ରାଉତ ଲଗାତର ଭାବେ କହି ଚାଲିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଫଳରେ ଲୋକଙ୍କ ସନ୍ଦେହ ଅଧିକ ବଢ଼ୁଥିବା ଆଲୋଚନା ହେଉଛି ।
ବିଧାନସଭାର ଏହି ମୌସୁମୀ ଅଧିବେଶନ ସମୟରେ ଡକ୍ଟର ରାଉତ ଉଦ୍ୟାନକୃଷି ବିଭାଗ ସମ୍ପର୍କୀତ ଏକ ପ୍ରଶ୍ନ କରିଥିଲେ । ଯେଉଁଥିରେ ଚାରା ଲଗାଇବା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ ଥିଲା । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହାର ଉତ୍ତରଦେଇ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଚାରା ଲଗାଇବା କ୍ଷେତ୍ରରେ ୧୭ କୋଟି ଟଙ୍କା ଦୁର୍ନୀତି ହୋଇଥିବା କଥା କହିଥିଲେ । ଏହି ଉତ୍ତର ପାଇବା ପରେ ଡାକ୍ତର ରାଉତ କହିଲେ ୧୭ କୋଟି ନୁହେଁ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । କେବଳ ଏହି ଗୋଟିଏ, ଦୁଇଟି ଜିଲ୍ଲା ନୁହେଁ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିକୁ ଧରି ସେ ସମ୍ପୃକ୍ତ ଅଫିସରଙ୍କୁ ନିଲମ୍ବିତ କରିଥିଲେ ଏବଂ ତାଙ୍କୁ ଯେତେବେଳେ ଗିରଫ କରିବା ପାଇଁ ପଦକ୍ଷେପ ନେଲେ ସେତେବେଳେ ନିଜେ ଅଡୁଆରେ ପଡ଼ିଲେ । ଡକ୍ଟର ରାଉତ କହିଛନ୍ତି ସମ୍ପୃକ୍ତ ଅଫିସର ତ ଗିରଫ ହେଲେ ନାହିଁ କିନ୍ତୁ ମୋର ମନ୍ତ୍ରୀପଦ ପଳାଇଲା । ଅଫିସରଙ୍କ ଗଡଫାଦର ମୋ ମନ୍ତ୍ରୀ ପଦ ନେଇଗଲେ । ଏହି ଦୁର୍ନୀତିରେ ମନ୍ତ୍ରୀ ମହାରଥୀଙ୍କ ସମ୍ପୃକ୍ତି କଥା ଉଠାଇଲେ । ତାଙ୍କ ମନ୍ତ୍ରୀପଦ ଯିବା ପଛରେ ମହାରଥୀଙ୍କ ହାତଥିବା କଥା କହିଲେ । ଏହା ପରେ ପରେ ସେ ଓମଫେଡ ଦୁର୍ନୀତି କଥା ଉଠାଇଲେ । ଓମଫେଡ ପାଉଚ ଜରି କିଣା କାରବାରରେ ୩୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା କହିଲେ । ଓମଫେଡ ଏମଡି ଏ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତପ୍ତର ଏହାକୁ ବଦଳାଇ ଦେଇ ବିଭାଗୀୟ ତଦନ୍ତ କଲେ ଏବଂ ଯେଉଁ ବ୍ୟକ୍ତି ଏମଡି ଲେଖିଥିଲେ ତାଙ୍କୁ ବଦଳି କଲେ, ଯାହାଙ୍କ ସମୟରେ ଦୁର୍ନୀତି ହୋଇଥିଲା ତାଙ୍କୁ ଆଣି ପୁଣି ଏମଡି କଲେ ବୋଲି ଡକ୍ଟର ରାଉତ କହିଥିଲେ ।
ତାଙ୍କର ଏହି ବିବାଦୀୟ ମତକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ସେ ଏବେ ସମବ।ୟ କ୍ଷେତ୍ରରେ ଦୁର୍ନୀତି କଥା ଉଠାଇଛନ୍ତି । ସମବାୟ ସମିତିରେ କମ୍ପ୍ୟୁଟର କିଣାରେ ଓ ଋଣ ପ୍ରଦାନ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ବିଷୟ କହିଛନ୍ତି । ସମବାୟ ବ୍ୟାଙ୍କରେ ଋଣ ପ୍ରଦାନ କ୍ଷେତ୍ରରେ ୭୦୦ରୁ ୮୦୦ କୋଟିର ଦୁର୍ନିତୀ ହୋଇଛି । ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଛି । ବାକି ୪୦ ଭାଗ ଋଣ କେବଳ କଲମରେ ସୀମିତ ରହିଥିଲା । ସେତେବେଳେ ଏମଡି ଥିଲେ ତୁଷାରକାନ୍ତି ପଣ୍ଡା । ଏହି ଦୁର୍ନୀତି ବିଷୟର ତଦନ୍ତ ପାଇଁ ମୁଁ ସମବାୟ ରେଜଷ୍ଟ୍ରାରଙ୍କୁ ଲେଖିଥିଲି କିନ୍ତୁ ଗଡଫାଦରଙ୍କ ଯୋଗୁଁ ତଦନ୍ତ ହେଲାନି । ଅନ୍ୟପଟରେ ଅଭିଯୋଗ ଥିବା ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟ ସମୟ ଦୁଇଥର ବଢ଼ାଯାଇଥିଲା । ପ୍ରଥମଥର କାର୍ଯ୍ୟକାଳ ବଢ଼ିଲା ବେଳେ ମୁଁ ଦସ୍ତଖତ କରିଥିଲି । ସେତେବେଳେ ମୁଁ ଏହି ଦୁର୍ନୀତି ବିଷୟ ଜାଣି ନ ଥିଲି, ଯେତେବେଳେ ଜାଣିଲି ଆପତ୍ତି ଉଠାଇଥିଲି । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲି, ହେଲେ ରେଜିଷ୍ଟାର ଏହାକୁ ମାନିଲେନି । ଗଡଫାଦର ତାଙ୍କୁ କହିଲେ କୁମେ ମନ୍ତ୍ରୀଙ୍କ କଥା ଶୁଣନି ବୋଲି ରେଜିଷ୍ଟରଙ୍କୁ କୁହାଯାଇଥିବା ଡାକ୍ତର ରାଉତ କହିଛନ୍ତି । କେବଳ ଏତିକି ନୁହେଁ କମ୍ପ୍ୟୁଟର କିଣା ଦୁର୍ନୀତି କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ସମବାୟ ବ୍ୟାଙ୍କରେ କମ୍ପ୍ୟୁଟର କିଣାରେ ୩୬ କୋଟିର ଦୁର୍ନିତୀ ହୋଇଛି । ଘର ଓ ଇଲେକ୍ଟ୍ରି ନ ଥିଲା, ସଫ୍ଟଓୟାର ବି ପ୍ରସ୍ତୁତ ହୋଇନଥିଲା । କମ୍ପ୍ୟୁଟର ଗୁଡ଼ିକ କଣ ଖତ ଖାଇଗଲା କି ପ୍ରଶ୍ନ କରିଛନ୍ତି ଡାକ୍ତର ରାଉତ ।
ଡାକ୍ତର ରାଉତଙ୍କ ଏହି ଅଭିଯୋଗକୁ ଭିତ୍ତିକରି ବର୍ତ୍ତମାନର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ମୋ ସମୟରେ କୌଣସି ଦୁର୍ନୀତି ହୋଇନାହିଁ । ଯେଉଁ ଅଭିଯୋଗ ଡାକ୍ତର ରାଉତ ଆଣୁଛନ୍ତି ତାର ତଥ୍ୟ ପ୍ରମାଣ ଦେଲେ ମୁଁ ତଦନ୍ତ କରାଇବି ବୋଲି କହିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରି ଦେବ।ଶିଷ ସ।ମନ୍ତର।ୟ କହିଛନ୍ତି ।ଏହ। ମିଥ୍ୟା ଦ।ମ ବ।ବୁ ଏପରି କହି ନିଜକୁ ଓ ଦଳକୁ ଅଡ଼ୁଆରେ ପକ।ଉଛନ୍ତି । ଅନପଟେ ବିଜେପିର
ପିତ।ମ୍ବର ଆଚାର୍ଯ୍ୟ କହିଛନ୍ତି ଦ।ମ ର।ଉତ କିଛି ଭୁଲ କିମ୍ୱା ମିଛ କହି ନ।ହଁ।ନ୍ତି ।

LEAVE A REPLY

Please enter your comment!
Please enter your name here