ମାହାଙ୍ଗା ବ୍ଲକରେ ୩୫୦୦ହେକ୍ଟର ଜମି ଜଳମଗ୍ନ

0
33
Agriculture Rice field flooded damage after heavy rain

ମାହାଙ୍ଗା : ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ମାହାଙ୍ଗା ବ୍ଲକର ଗୋବରୀ ଓ ମଇଜରା ନଦୀରେ ବନ୍ୟା ଆସିଛି । ଫଳରେ ୩୫୦୦ ହେକ୍ଟରରୁ ଊଦ୍ଧ୍ୱର୍ ଚାଷ ଜମି ଜଳମଗ୍ନ ହୋଇ ଫସଲ ହାନି ହେବା ଆଶଙ୍କା ଦେଖାଦେଇଛି । ଅନେକ ସ୍ଥାନରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଦେଢଶହରୁ ଊଦ୍ଧ୍ୱର୍ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମାହାଙ୍ଗା ବ୍ଲକର ଦୁଇ ପ୍ରମୁଖ ଗୋବରୀ ଓ ମଇଜରା ନଦୀର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ଧାନ ଚାଷ ଜମିଗୁଡିକ ଦୀର୍ଘ ତିନି ଦିନ ହେବ ଜଳମଗ୍ନ ହୋଇ ରହିଛି ଫଳରେ ଧାନ ଗଛଗୁଡିକ ପାଣିରେ ବୁଡି ରହିଛି । ବିଶେଷ କରି ବ୍ଲକର ଚାହାପଡା ପଞ୍ଚାୟତର ବରଦିିଆ, ପଶୁଲୁଣ୍ଡା, ଉଷୁମା, ରାହାଣୀଆ, ପାଇକରାପୁର, ହରିଭକ୍ତପୁର, ଲଳିତଗିରି, ଭେଡା, ମଉଦା, ଲାପଟୁଆଁ, ପଣସପୁର, ଗୋପାଳପୁର, କୁରୁଜଙ୍ଗା, ଭଉଁରିଆ, ନହଙ୍ଗ, ତୁଳସୀପୁର, ଗୋପାଳପୁର, ବଡଗୋଠ, ନାହାଙ୍ଗ, ଉମର, ଅଲିଅରା, ବରାହୀପୁର, ଲକ୍ଷ୍ମୀନାରାୟଣପୁର, ରାମକାପୁର, କେଉଟଖଣ୍ଡି, ଏରକଣା, ସୁକୁଆପଡା, ପନ୍ଦରବାଟିଆ, ପୁରୁଣାମଠ, ପଲ୍ଲୀସାହି, ମଣୀଯୋରୀ ଆଦି ଗ୍ରାମର ହଜାର ହଜାର ଜମିରେ ବନ୍ୟାପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଏ ନେଇ ମାହାଙ୍ଗା କୃଷି ଅଧିକାରୀ ଶଶାଙ୍କ ଶେଖର ଦାଶଙ୍କ ସହ ଯୋଗାଯୋଗ କରିବାରୁ ମାହାଙ୍ଗା ବ୍ଲକ ଅଞ୍ଚଳରେ ପ୍ରାଥମିକ ଆକଳନ ଅନୁସାରେ ୩୫୦୦ ହେକ୍ଟର ପାଟ ଧାନ ଚାଷ ଜମି ଜଳମଗ୍ନ ହୋଇଥିବା ସୂଚନା ଦେଇଥିଲେ । କିନ୍ତୁ ପ୍ରକୃତରେ ଜଳମଗ୍ନ ହୋଇଥିବା ଚାଷ ଜମିର ପରିମାଣ ଆକଳନ ଠାରୁ ଅଧିକ ହୋଇପାରେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେହିପରି ମାହାଙ୍ଗା ତହସିଲ ଅଧୀନରେ ଥିବା ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଗ୍ରାମରେ ଲଗାଣ ବର୍ଷା ପ୍ରଭାବରେ ଦେଢଶହରୁ ଅଧିକ ଛପର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୧ରୁ ଊଦ୍ଧ୍ୱର୍ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି । ଫଳରେ ସେମାନେ ଅସହାୟ ଅବସ୍ଥାରେ ରହିଥିବା ଜଣାଯାଇଛି । ତୁରନ୍ତ ସରକାରଙ୍କ ତରଫରୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here