ଆଜିଠୁ ଅନ୍ତିମ ଟେଷ୍ଟମ୍ୟାଚ୍, ସମ୍ମାନ ରକ୍ଷା ପାଇଁ ଅନ୍ତିମ ସୁଯୋଗ

0
54

ଲଣ୍ଡନ : ବିଶ୍ୱର ନମ୍ବର-୧ ଦଳ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ ବଞ୍ଚାଇବାରେ ସଫଳ ହୋଇନାହିଁ । ତେବେ ଶୁକ୍ରବାର ଠାରୁ ଓଭାଲରେ ଆରମ୍ଭ ହେଉଥିବା ସିରିଜ୍ର ୫ମ ତଥା ଅନ୍ତିମ ମୁକାବିଲାରେ ନିଜର ସର୍ବଶ୍ରେଷ୍ଠ ଖେଳ ଦେଖାଇ ଭାରତ ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ । ସାଉଥ୍ମ୍ପଟନ ଟେଷ୍ଟରେ ପରାଜୟ ପରେ ୩-୧ରେ ସିରିଜ୍ ହରାଇ ସାରିଥିବା ଭାରତ ସମ୍ମୁଖରେ ବର୍ତ୍ତମାନ ସିରିଜ୍କୁ ୪-୧ ହେବାରୁ ରୋକିବାର ଅନ୍ତିମ ସୁଯୋଗ ରହିଛି । ଅଧିନାୟକ ବିରାଟ କୋହଲି ଏହି ସିରିଜ୍ରେ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳର ଅନ୍ୟ ଖେଳାଳିମାନଙ୍କ ଦୁର୍ବଳ ଯୋଗଦାନ ଯୋଗୁ ଭାରତ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଧରାଶାୟୀ ହୋଇପଡିଥିଲା । ନିଜେ ଦଳର କୋଚ୍ ରବି ଶାସ୍ତ୍ରୀ ମଧ୍ୟ ସ୍ୱିକାର କରିଛନ୍ତି ଯେ, ଭାରତ ଏହି ସିରିଜ୍ରେ ମହତ୍ୱପୂର୍ଣ୍ଣ ସମୟ ଗୁଡିକରେ ଦୁର୍ବଳ ଖେଳ ଦେଖାଇବା ଯୋଗୁ ମ୍ୟାଚ୍ ବଞ୍ଚାଇବାରେ ସଫଳ ହୋଇପାରିନଥିଲା । ତେଣୁ ଏହିସବୁ କାରଣ ଯୋଗୁ ଭାରତ ପାଇଁ ୫ମ ଟେଷ୍ଟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡିଛି । ଏହି ଟେଷ୍ଟ ଭାରତ ଭଳି ଇଂଲଣ୍ଡ ପାଇଁ ମଧ୍ୟ ଖୁବ୍ ମହତ୍ୱପୂର୍ଣ୍ଣ ହୋଇପଡିଛି । ଇଂଲଣ୍ଡର ଅନୁଭବି ଓପନର ଆଲିଷ୍ଟର କୁକ୍ଙ୍କ କ୍ୟାରିୟରର ଏହା ଅନ୍ତିମ ମୁକାବିଲା ହୋଇଥିବା ଯୋଗୁ ଦଳ ଏହି ମ୍ୟାଚ୍ରେ ବିଜୟ ହାସଲ କରି ତାଙ୍କ ପାଇଁ ଏହି ଟେଷ୍ଟକୁ ସ୍ମରଣୀୟ ରଖିବାକୁ ଚେଷ୍ଟା କରିବ । ଖୁବ୍ ଏହି ମ୍ୟାଚ୍ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲ୍ବିଦା କରିବା ପାଇଁ ଘୋଷଣା କରିଥିଲେ । ଇଂଲଣ୍ଡ ନିଜର ବିଜୟଧାରାକୁ ଜାରି ରଖିବା ପାଇଁ ଚେଷ୍ଟା କରିବ । ଅନ୍ତିମ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଇଂଲଣ୍ଡ ଦଳରେ ଓପନର କିଟନ ଜେନିଂଙ୍କୁ ପୁଣିଥରେ ଦଳରେ ପ୍ରତ୍ୟାବର୍ତ୍ତନ ପାଇଁ ସୁଯୋଗ ଦିଆଯାଇଛି । ଅନ୍ୟପଟେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁ ସମାଲୋଚନା ସାମ୍ନା କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ମାନଙ୍କୁ ନିଜର ରେକର୍ଡ ସୁଧାରିବା ପାଇଁ ଓଭାଲରେ ଅନ୍ତିମ ସୁଯୋଗ ମିଳିବ । ଲଗାତାର ଭାରତର ଓପନର ଓ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ମାନେ ଖରାପ ପ୍ରଦର୍ଶନ କରିବା ଫଳରେ ଦଳକୁ ଏଥିପାଇଁ ବାରମ୍ବାର ଅସୁବିଧା ସାମ୍ନା କରିବାକୁ ପଡିଛି । ତେଣୁ ଶୁକ୍ରବାର ଅନ୍ତିମ ଏକାଦଶରେ ପରିବର୍ତ୍ତନ କରାଯିବାର ସମ୍ଭାବନା ମଧ୍ୟ ଦେଖାଦେଇଛି

LEAVE A REPLY

Please enter your comment!
Please enter your name here