ଶ।ସକ ବିଜେଡ଼ିର ଏଭଳି ମାନସିକତ।କୁ ଦେବାଳିଆ ଛଡ଼ା ଆଉ କଣ କୁହାଯିବ:ଧର୍ମେନ୍ଦ୍ର ପ୍ରଧାନ

0
209

ଭୁବନେଶ୍ୱର: ତୈଳଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜିଠୁ ଶ।ସକ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ୩ ଦିନିଆ ବିକ୍ଷୋଭ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହ।କୁ ଜୋରଦାର ପ୍ରତିବାଦ କରିବା ଲକ୍ଷରେ ବିଭିନ୍ନ ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମୀ ଏଥିରେ ସାମିଲ ହୋଇଛନ୍ତି । ବିଜେଡିର ଏହି ଆନ୍ଦୋଳନକୁ କଡ଼ା ସମାଲୋଚନା କରି କେନ୍ଦ୍ର ପେଟ୍ରୋଲିୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘ବିଜେଡିର ଏହା ମାନସିକ ଦେବାଳିଆର ଲକ୍ଷଣ । ଦେଶରେ ୨୦୧୪ ଓ ୨୦୧୮ ଭିତରେ ପେଟ୍ରୋଲିୟମ ସାମଗ୍ରୀ ବିକ୍ରୀରେ ଯଦି କୌଣସି ରାଜ୍ୟ ସରକାର ସବୁଠୁ ଅଧିକ ଅର୍ଥ ପାଇଛନ୍ତି ସେ ରାଜ୍ୟ ହେଉଛି ଓଡ଼ିଶା । ନବୀନବାବୁଙ୍କ ନେତୃତ୍ୱରେ ଚାଲିଥିବା ଓଡ଼ିଶା ସରକାରଙ୍କ କାର୍ଯ୍ୟ ଲୁଚୁଛି ନା ଗୋଡ଼ ଦୁଇଟି ଦିଶୁଛି ନ୍ୟାୟରେ ପଦାରେ ପଡ଼ିଛି । ଏଠିକାର ଜଣେ କୁହାଳିଆ ଅର୍ଥମନ୍ତ୍ରୀଙ୍କର ବକ୍ତବ୍ୟ ଯେତେବେଳେ କେନ୍ଦ୍ର ସରକାର କେନ୍ଦ୍ରୀୟ ଅବକାରି ଶୁଳ୍କ ୨ ଟଙ୍କା କମ କଲେ ସେତେବେଳେ ଏମାନେ ସମାଲୋଚନା କରିଥିଲେ । ତୁମେ କେନ୍ଦ୍ରୀୟ ଅବକାରୀ ଶୁଳ୍କ କମ କରିଦେଲ, ଆମର ଆମଦାନି କମିଯିବ । ୨୦୧୪ରେ ୩୦୦୦ କୋଟି ଟଙ୍କା ଓଡ଼ିଶା ପେଟ୍ରୋଲ ସାମଗ୍ରୀରୁ ପାଉଥିଲା । ଆଜି ୧୩୯ ପ୍ରତିଶତ ବଢ଼ି ୭୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ କେବଳ ପେଟ୍ରୋଲ ଡିଜେଲରୁ ପାଉଛନ୍ତି । ଏଣୁ ଦାୟିତ୍ୱ ସେମାନେ ନେବା ଦରକାର । ସେମାନଙ୍କୁ ଏ ପ୍ର୍ରକାର ଛୋଟ କ।ମରୁ ଭଗବାନ ନିବୃତ ରଖନ୍ତୁ । ସରକାରଙ୍କ ଏପରି ମାନସିକତ।କୁ ଦେବାଳିଆ ଛଡ଼ା ଆଉ କଣ କୁହାଯ।ଇ ପ।ରିବ । ଧର୍ମେନ୍ଦ୍ରଙ୍କ ଏପରି କଡ଼। ଟିପ୍ପଣୀ ପରେ ର।ଜନୈତିକ ବ।କ୍ ଯୁଦ୍ଧ ଦେଖ। ଦେଇଛି ।

LEAVE A REPLY

Please enter your comment!
Please enter your name here