ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ

0
2241

ଭୁବନେଶ୍ୱର: ର।ଜ୍ୟରେ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀପ୍ର।ଥି ତ।କୁ ପୁରୁଣା ବିଜେପି କର୍ମୀ ସନ୍ଦେହରେ ଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ର।ଥି  ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓର।ମ ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପିର ଚେହେରା ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ହେବେ ବିଜେପି ପାଇଁ ଓଡ଼ିଶାର ମୁଖମନ୍ତ୍ରୀ ପ୍ରାର୍ଥୀ । ଏକଥା ଅନ୍ୟ କେହି ନୁହେଁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏକଥା ଖୋଲାଖୋଲି ଭାବେ କହିଛନ୍ତି । ଏପରି କି ସେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେଡି ସହ କୌଣସି ମେଣ୍ଟ ହେବନାହିଁ । କିିନ୍ତୁ ନିର୍ବାଚନ ପରେ ବିଜେଡି ସହ ବୁଝାମଣା ହେବ କି ନାହିଁ ତାହା ସେ କହିପାରିବେ ନାହିଁ ବୋଲି ଜୁଏଲ କହିଛନ୍ତି ।
ଓଡ଼ିଶାରେ ବିଜେପିର ଆଗାମୀ ନିର୍ବାଚନରେ କିଏ ନେତା ହେବେ ଏବଂ କାହା ମୁହଁକୁ ଦେଖି ବା କାହା ନେତୃତ୍ୱକୁ ଦେଖି ଲୋକେ ଭୋଟ ଦେବେ ଏ ସମ୍ପର୍କରେ ଜୁଏଲ କହିଛନ୍ତି ସେ ହଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିରେ କୌଣସି ଅସୁବିଧା ନାହିଁ । ସେ ହିଁ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୁଁ ଖୋଲାଖୋଲି ଭାବେ କହୁଛି ଧର୍ମେନ୍ଦ୍ର ପ୍ରଧାନ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆମ ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ହିଁ ଆମର ଆଗାମୀ ଦିନରେ ବିଜେପିର ଚେହେରା ବୋଲି ଜୁଏଲ କହିଛନ୍ତି ।
ବିଭିନ୍ନ ସମୟରେ କେନ୍ଦ୍ର ବିଜେପି ସରକାର ବିଜେଡିର ସହଯୋଗ ନେଉଥିବା ଦେଖାଯାଇ ଆସୁଛି । ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପର୍ଯ୍ୟନ୍ତ ଦଳର ସର୍ବୋଚ୍ଚ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ବିନା ପ୍ରତିବାଦରେ ସହଯୋଗ ଦେଉଛନ୍ତି । ଏଣୁ ଉଭୟଙ୍କ ମଧ୍ୟରେ ଭିତିରି ସଲାସୁତୁରା ରହିଛି । ଆସନ୍ତା ନିର୍ବାଚନରେ ସେମାନେ ମେଣ୍ଟ କରିବେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଏପରି କି ସାଧାରଣରେ ମଧ୍ୟ ସନ୍ଦେହ ରହିଛି । ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ଯାଇ ଜୁଏଲ କହିଛନ୍ତି ଆମେ ବିଜେଡି ସହ କୌଣସି ପରିସ୍ଥିତିରେ ମେଣ୍ଟ କରିବୁନାହିଁ । ଥରେ ଆମେ ମେଣ୍ଟ କରିଥିଲୁ, ସେ ମେଣ୍ଟ ଭାଙ୍ଗିଛି । ଆମେ ଏକୁଟିଆ ଲଢ଼ିବୁ । ୧୨୦ ମିଶନରେ ଲଢ଼ିବୁ । ସେହି ହିସାବରେ ଆମେ କାମ କରିବୁ । ବିଜେଡିର ସମର୍ଥନ ଆଉ ନେବୁନାହିଁ । ବିଜେଡି ସହ ଆଉ ଥରେ ମେଣ୍ଟ କରିବୁ ନାହିଁ ଅର୍ଥ କରିବୁନାହିଁ । ନିର୍ବାଚନ ପୂର୍ବରୁ କୌଣସି ମେଣ୍ଟ ନ କରି ଆମେ ଏକାଠି ଲଢ଼ିବୁ । ନିର୍ବାଚନ ପରେ ସମର୍ଥନ ନିଆଯିବ କି ନାହିଁ ସେ ବିଷୟରେ ମୁଁ କହିପାରିବି ନାହିଁ ବୋଲି ଜୁଏଲ କହିଛନ୍ତି ।
ବିଧାୟକ ଦିଲ୍ଲୀପ ରାୟ ବିଜେଡିରେ ଯୋଗ ଦେବେବୋଲି ବାରମ୍ବାର ହେଉଥିବା ପ୍ରଚାର ସମ୍ପର୍କରେ ଜୁଏଲ କହିଛନ୍ତି କିଏ କେଉଁ ଦଳକୁ ଯିବ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏ ବିଷୟ ତାଙ୍କୁ ପଚରାଯିବା ଦରକାର । ଦିଲ୍ଲୀପ ରାୟ ଯଦି ବିଜେଡିକୁ ଯାଆନ୍ତି ତେବେ ନିଶ୍ଚିତ ଭାବରେ ବିଜେପିର କ୍ଷତି ହେବ, ଏହା ସ୍ୱୀକାର କରିବାରେ କିଛି ଅସୁବିଧା ନାହିଁ । ଯେକୌଣସି ଛୋଟିଆ କର୍ମୀ ଦଳ ଛାଡ଼ିଲେ ଦଳର କ୍ଷତି ହୁଏ । ଏଥିରେ କିଛି ଭାବିବାର ନାହିଁ । ଦିଲ୍ଲୀ ପରାୟଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଭଲ ଏଥିରେ କୌଣସି ସନ୍ଦେହ ନାହିଁ । ଏପର କି ରାଜନୀତିକ ସମ୍ପର୍କ ଭଲ ବୋଲି ସେ କହିଛନ୍ତି । ମୋର ତାଙ୍କ ସହିତ କିଛି ବିଭେଦ ନାହିଁ ବୋଲି ଜୁଏଲ କହିଛନ୍ତି ।
ବିଧାନସଭା ନିର୍ବାଚନ ଲଢ଼ି ରାଜ୍ୟରାଜନୀତିରେ ଭାଗନେବା ପାଇଁ ଦଳ ଯଦି ଚାହିଁବ ତେବେ ତାଙ୍କର କିଛି ଆପତ୍ତିନାହିଁ । ଦଳୀୟ ନିଷ୍ପତ୍ତି ହିଁ ତାଙ୍କ ପାଇଁ ଶ୍ରେଷ୍ଠ । ମୁଁ ୨ ଥର ବିଧାୟକ ହେଲା ପରେ ଏମ୍ପି ହୋଇଛି । ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ । ମୋତେ ଯେତେବେଳେ ଦଳ ଯେଉଁ ନିର୍ବାଚନ ଲଢ଼ିବା ପାଇଁ ବା ଯେଉଁ କାମ ପାଇଁ କହିବ ମୁଁ ତାହା କରିଛି ଏବଂ କରିବି । ମୁଁ ୧୯୯୧ରେ ଏମପି ଭାବେ ଲଢ଼ିଥିଲି, ଭଲ ଭୋଟ ପାଇଥିଲି । ମୋର ଇଚ୍ଛାଥିଲା ଆଉଥରେ ୧୯୯୬ରେ ଏମପି ଭାବେ ଲଢ଼ି ଜିତିକି ଯିବାପାଇଁ । କିନ୍ତୁ ଦଳ କହିଲା ଆପଣ ବିଧାୟକ ଅଛନ୍ତି ଏମପି ପାଇଁ ଲଢ଼ନ୍ତୁ ନାହିଁ । ଆଉ ଜଣଙ୍କୁ ଏମପି ଟିକେଟ ଦେବା । ଅନ୍ୟ ଜଣଙ୍କୁ ଟିକେଟ ଦିଆଗଲା । ମୁଁ ତାଙ୍କ ପାଇଁ ପୁରା ଦମରେ କାମ କରିଥିଲି । ଆଜି ମୁଁ ଏମପି ଅଛି କାଲି ଦଳ କହିବ ଆପଣ ଏମପି ଲଢ଼ନ୍ତୁ ନାହିଁ ଏମଏଲଏ ପାଇଁ ଲଢ଼ନ୍ତୁ । ମୋର କିଛି ଲଢ଼ିବା ପାଇଁ ଆପତ୍ତି ନାହିଁ ବୋଲି ଜୁଏଲ କହିଛନ୍ତି ।
ଧର୍ମେନ୍ଦ୍ର ରାଜ୍ୟ ବିଜେପିର ଅଘୋଷିତ ମଙ୍ଗ ଧରିଛନ୍ତି ବୋଲି ପ୍ରଚାର ହୋଇ ଆସୁଛି । ସେ ଦଳ ପାଇଁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏକଥାକୁ କେହି ସ୍ପଷ୍ଟ କରୁ ନ ଥିଲେ । ବିଜେପି ଅତୀତରେ ଯେତେବେଳେ ବି ନିର୍ବାଚନକୁ ଯାଇଛି ସେତେବେଳେ ଓଡ଼ିଶା ପାଇଁ ଦଳର ଚେହେରା କିଏ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ବିଜେପି ଏକ କ୍ୟାଡର ଦଳ । ଏଣୁ ଦଳର ନିଷ୍ପତ୍ତିହିଁ ସମସ୍ତେ ମାନିଥାନ୍ତି । ନିର୍ବାଚନ ପରେ ନେତା ନିର୍ଦ୍ଧାରଣ କରାଯାଇଥାଏ । କୋଚିତ ତ୍ରେରେ ଦେଖାଯାଇଛି ବିଜେପି ଆଗୁଆ ରାଜ୍ୟରେ ନେତା ଘୋଷଣା କରିବା । ଧର୍ମେନ୍ଦ୍ର ଓ କେନ୍ଦ୍ରୀୟ ନେତାଙ୍କ କାର୍ଯ୍ୟ ଧାରା ଯାହା ସେ ହିଁ ଆଗକୁ ଦଳର ଛବି ହେବେ ବୋଲି ଜଣାପଡୁଥିଲା । ହେଲେ ଏବେ ଏ ବିଷୟକୁ ଜୁଏଲ ଅଧିକ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here