ଭୁବନେଶ୍ବର ଲିଙ୍ଗିପୁରୁ ଛକରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ନେଇ ଫାଙ୍କା ଗୁଳି ଚାଳନା

0
134

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି । ପେଟ୍ରୋଲ ପମ୍ପ ପାଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଅବସରରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ତେବେ ଏଥିରେ କେହି ଆହତ ହୋଇନଥିବା ଜଣାଯାଇଛି । ପ୍ରକାଶ ଯେ, ଧଉଳି ଫାଣ୍ଡି ଅନ୍ତର୍ଗତ ନୂଆଗାଁ ଓ ଶିଶୁପାଳଗଡ଼ର ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପ୍ରଥମେ ଶିଶୁପାଳଗଡ଼ ନିକଟରେ ଓ ପରେ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏପରିକି ଏହାକୁ ନେଇ ଫାଙ୍କା ଗୁଳି ଚାଳନା ମଧ୍ୟ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here