ଆଇନଜୀବୀଙ୍କୁ ପୋଲିସ୍ ର ମାଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ

0
109

କଟକ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମଙ୍ଗଳବାର ଦିନ ନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଘଟଣାର ତଦନ୍ତ ଡିଏସପି ସ୍ତରର ଅଧିକାରୀମାନେ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୮ତାରିଖରେ କଟକରେ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଓକିଲ ସଂଘ ଅଗଷ୍ଟ ୨୯ତାରିଖରେ କଟକ ହାଇକୋର୍ଟର ବାର ଅ ।ସୋସିଏସନ ପକ୍ଷରୁ ବନ୍ଦ ଡାକରା ଦିଅ ।ଯାଇଥିଲା । ଏହି ଘଟଣାରେ ତିନି ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଓକିଲ ସଂଘ ଦାବି କରିଥିଲା । ତେବେ ଅ ।ସନ୍ତା କାଲି ଅପରାହ୍ନ୧ଟା ସମୟରେ ଏହି ମାମଲାରେ ସାଧାରଣ ବୈଠକ ହେବାକୁ ସ୍ଥିର ହୋଇଛି । ପରବର୍ତୀ କାର୍ଯ୍ୟପନ୍ଥା ଉପରେ ଏହି ବୈଠକରେ ଅ ।ଲୋଚନା କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଅ।ଯାଇଛି ।

LEAVE A REPLY

Please enter your comment!
Please enter your name here