ଚାହିଦା ମେଣ୍ଟାଇବା ଲାଗି ଓଡ଼ିଶା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ

0
128

ଭୁବନେଶ୍ୱର:ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବନଶୀଳ କରିବା ପାଇଁ ରାଜ୍ୟ ସରକାର ଆଳୁ ମିଶନ ଗଠନ କରି କେଉଁ ବର୍ଷ କେତେ ଆଳୁ ଫଳାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ଏବେ ସଫଳତା ହାସଲ ଠାରୁ ବହୁ ପଛରେ । ଫଳରେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ଲାଗି ଓଡ଼ିଶା ପଶ୍ଚିମବଙ୍ଗ ଉପରେ ବିଶେଷ ନିର୍ଭରଶୀଳ ହେବାକୁ ବାଧ୍ୟ ।

ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୧୨ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ପଡ଼ୁଛି । ଅନ୍ୟପକ୍ଷରେ ରାଜ୍ୟରେ ୨୦୧୦-୧୧ରୁ ୨୦୧୩-୧୪ ପର୍ଯ୍ୟନ୍ତ ବାର୍ଷିକ ଆଳୁ ଉତ୍ପାଦନ ପରିମାଣ ୬୩ହଜାର ମେଟ୍ରିକ ଟନରୁ ୭୬ ହଜାର ମେଟ୍ରିକ ଟନ ମଧ୍ୟରେ ସୀମିତ ରହିଥିବା ବେଳେ ୨୦୧୪-୧୫ ବର୍ଷରେ ଏହାର ପରିମାଣ ୧ଲକ୍ଷ ୪ ହଜାର ମେଟ୍ରିକ ଟନ ହୋଇଥିଲା ବୋଲି ରାଜ୍ୟ ସରକାରଙ୍କ ଆର୍ôଥକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ପ୍ରାପ୍ତ ତଥ୍ୟ ଆଧାରରେ ୨୦୧୭-୧୮ ବର୍ଷର ଓଡ଼ିଶା ଆର୍ôଥକ ସର୍ଭେ ରିପୋର୍ଟର ୧୦୯ ପୃଷ୍ଠାରେ ଏହି ତଥ୍ୟ ଦିଆଯାଇଛି । ଏଥିରେ ପୁଣି ଉଲ୍ଲେଖ କରାଯାଇଛି ଯେ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ୫୭ ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ ବର୍ଷରେ ଏହାର ପରିମାଣ ଥିଲା ୮୨ ହଜାର ମେଟ୍ରିକ ଟନ । ବିଧାନସଭାରେ ବି ଏହି ତଥ୍ୟ ଅତୀତରେ ପ୍ରଦାନ କରାଯାଇଛି ।

ଆଳୁ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ୨୦୧୫-୧୬ ବର୍ଷରେ ଆଳୁ ମିଶନ ପ୍ରତିଷ୍ଠା କରିଛନ୍ତି । ୨୦୧୪-୧୫ ବର୍ଷରେ ଓଡ଼ିଶାରେ ୨,୭୪,୫୦୦ ମେଟ୍ରିକ ଟନ ଆଳୁ ଫଳାଇ ୨୦୧୫-୧୬ରେ ୫,୨୮,୦୦୦ ମେଟ୍ରିକ ଟନ ଆଳୁ ଫଳାଇବାକୁ ସରକାର ଲକ୍ଷ୍ୟ ରଖିଥିଲେ ।

ପରବର୍ତୀ ସମୟରେ ୨୦୧୬-୧୭ରେ ରାଜ୍ୟରେ ୮,୦୯,୭୫୦ ମେଟ୍ରିକ ଟନ ଓ ୨୦୧୭-୧୮ ବର୍ଷରେ ୧୧,୧୨,୦୦୦ ମେଟ୍ରିକ ଟନ ଆଳୁ ଫଳାଯିବ ବୋଲି ଆଳୁ ମିଶନ ଲକ୍ଷ୍ୟ ରଖିଥିଲା ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଆସୁଥିବା ଅର୍ଥରୁ ଆଳୁ ମିଶନ ମାଧ୍ୟମରେ ଚାଷୀଙ୍କୁ ୨୦୧୫-୧୬ ବର୍ଷରେ ହେକ୍ଟର ପିଛା ୩୦ ହଜାର ଟଙ୍କା, ୨୦୧୬-୧୭ ବର୍ଷରେ ୨୦ ହଜାର ଟଙ୍କା ଓ ୨୦୧୭-୧୮ ବର୍ଷରେ ହେକ୍ଟର ପିଛା ୧୫ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିଥିଲେ । ଏହାସତ୍ୱେ ବି ଓଡ଼ିଶାରେ ଆଳୁ ଉତ୍ପାଦନ ପରିମାଣ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର୍ କମ ରହିଥିବା ସର୍ବଶେଷ ଆର୍ôଥକ ସର୍ଭେ ରିପୋର୍ଟର ସଂଲଗ୍ନକ ୩.୨ରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ସରକାର ଦାବି କରୁଛନ୍ତି ଯେ ଆଳୁ ଉତ୍ପାଦନ ବୃଦ୍ଧି ପାଇ ୨୦୧୬-୧୭ ବର୍ଷରେ ୨.୭୮ଲକ୍ଷ ଟନ ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ କୁଆଡ଼େ ୩ ଲକ୍ଷ ଟନରୁ ଅଧିକ ଆଳୁ ଫଳିଥିଲା । ତେବେ ସରକାରଙ୍କର ଆର୍ôଥକ ସର୍ଭେ ରିପୋର୍ଟ ଓ ବିଭାଗୀୟ କର୍ତୃପକ୍ଷଙ୍କ ବିବୃତି ମଧ୍ୟରେ ଯେଉଁ ଆକାଶ ପାତାଳ ଫରକ ରହିଛି ସେଥିରୁ କ୍ଷେତରେ ଫଳୁଥିବା ଆଳୁ ଅପେକ୍ଷା ଖାତାରେ ହିସାବ ଆଳୁର ପରିମାଣ ଢେର ଅଧିକ ।

ନିକଟରେ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ କୃଷିଜାତ ସାମଗ୍ରୀ ଉତ୍ପାଦନ ସମ୍ପର୍କରେ ଯେଉଁ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି ସେଥିରେ ଓଡ଼ିଶାରେ ୨୦୧୩-୧୪ ବର୍ଷରେ ୭,୯୨୪ ଲକ୍ଷ ଟଙ୍କାର ଆଳୁ ଉତ୍ପାଦିତ ହୋଇଥିଲା ବେଳେ ଏହାର ପରିମାଣ ୨୦୧୪-୧୫ରେ ୧୧,୧୫୭ ଲକ୍ଷ ଓ ୨୦୧୫-୧୬ରେ ମାତ୍ର ୬,୩୦୭ ଲକ୍ଷ ଟଙ୍କା ଥିବା ଉଲ୍ଲେଖ କରାଯାଇଛି ।

୨୦୧୧-୧୨ ମୂଲ୍ୟସୂଚୀ ଆଧାରରେ ଓଡ଼ିଶାରେ ଉକ୍ତ ବର୍ଷ ୪,୩୭୬ ଲକ୍ଷ ଟଙ୍କାର ଆଳୁ ଉତ୍ପାଦିତ ହୋଇଥିଲା ବେଳେ ଏହାର ପରିମାଣ ଉକ୍ତ ମୂଲ୍ୟସୂଚୀ ଅନୁଯାୟୀ ୨୦୧୫-୧୬ ବର୍ଷରେ ଥିଲା ୩,୯୭୫ ଲକ୍ଷ ଟଙ୍କା ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟ କହୁଛି ।

ତେବେ ବର୍ତମାନର ମୂଲ୍ୟସୂଚୀ ଆଧାରରେ ପଶ୍ଚିମବଙ୍ଗରେ ୨୦୧୪-୧୫ ବର୍ଷରେ ୨,୮୨୧,୭୭୧ ଲକ୍ଷ ଟଙ୍କାର ଆଳୁ ଉତ୍ପାଦିତ ହୋଇଥିଲା ବେଳେ ୨୦୧୫-୧୬ ବର୍ଷରେ ତାହା ୧,୨୬୦,୫୯୨ ଲକ୍ଷ ଟଙ୍କା ଥିଲା । ଉକ୍ତ ବର୍ଷରେ ଉତରପ୍ରଦେଶରେ ବି ୧,୨୪୬,୨୦୫ ଲକ୍ଷ ଟଙ୍କାର ଆଳୁ ଫଳିଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here