ବଲାଙ୍ଗୀରରେ ହଟହଟ। ହେଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

0
929

ଭୁବନେଶ୍ୱର:ଆଜି ରାଜ୍ୟ ସମବାୟ ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବଲାଙ୍ଗିରକୁ ଦିନିକିଆ ଯାତ୍ରା କରିଥିଲେ। ତେବେ ଏହି ଗସ୍ତ କାଳରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗଦାନ କରିଥିଲେ । ତେବେ ତାଙ୍କର ଏହି ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା

ଏଥିପାଇଁ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବହୁ ହଟହଟା ହେବାକୁ ପଡ଼ିଛି । କଂଗ୍ରେସ କର୍ମୀ ଓ ଚାଷୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ ଫେରିଯିବାକୁ କହିଥିଲେ । ସୂର୍ଯ୍ୟ ପାତ୍ର ଗୋ ବ୍ୟାକ ଗୋ ବ୍ୟାକ କହି ସ୍ଲୋଗାନ ଦେଇଥିଲେ । ବିଶେଷ କରି ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯେଉଁ ସବୁ ପ୍ରକଳ୍ପ ଉଦଘାଟନ କରି ସାରିଛନ୍ତି ଓ ଶୁଭ ଦେଇଛନ୍ତି ସେସବୁଥିରେ ବିଜେଡି ମୋହର ଲଗାଇବା ପାଇଁ ମନ୍ତ୍ରୀଙ୍କ ଏହି ଗସ୍ତ ବୋଲି ଜଣାପଡିଥିଲା । ଏଥିନେଇ କଂଗ୍ରେସ କର୍ମୀମାନେ ଉତକ୍ଷିପ୍ତ ହୋଇ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ଚାଷୀମାନେ ବିମା ଅର୍ଥ ପାଇ ନ ଥିବା ନେଇ ମନ୍ତ୍ରୀଙ୍କୁ ଘେରିଥିଲେ । ବିଭିନ୍ନ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଘାଇଲା କରିବାକୁ ଉଦ୍ୟମ କରିଥିଲେ । ମନ୍ତ୍ରୀ ବଲାଙ୍ଗୀରରେ ଏଭଳି ବିରୋଧର ଶିକାର ହେବ ବୋଲି ଭାବି ନ ଥିଲେ । ଏହି ଘଟଣା ତାଙ୍କୁ ବେଶ ଅସ୍ତବ୍ୟସ୍ତ କରିଥିଲା । ମନ୍ତ୍ରୀ ଗତକାଲି ବଲାଙ୍ଗୀରରେ ପହଞ୍ôଚବା ପରେ କଂଗ୍ରେସ କର୍ମୀମାନେ ତାଙ୍କୁ କାହିଁକି ଆସିଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ମନ୍ତ୍ରୀ ଜିଲ୍ଲା ପ୍ରଶାସନ ଡାକିଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କହିଥିଲେ । କିନ୍ତୁ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗସ୍ତର ଅସଲ ଉଦ୍ଦେଶ୍ୟ ଜାଣିଥିଲେ । ବିରୋଧୀ ଦଳ ନେତା ଉଦଘାଟନ କରିସାରିଥିବା ପ୍ରକଳ୍ପଗୁଡ଼ିକୁ ରାଜନୀତିକ ଦୃଷ୍ଟି କୋଣରୁ ପୁଣି ସେଗୁଡ଼ିକୁ ଉଦଘାଟନ ପାଇଁ ମନ୍ତ୍ରୀ ଆସିଥିବା ସହରସାରା ପ୍ରଚାର ହୋଇ ସାରିଥିଲା । ଫଳରେ କଂଗ୍ରେସକର୍ମୀମାନେ ତାଙ୍କୁ ଘେରିଯାଇ ନାନା ପ୍ରଶ୍ନ କରିଥିଲେ ଏବଂ ଫେରିଯିବାକୁ ବାଧ୍ୟ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ମନ୍ତ୍ରୀ ଲୋଇସିଙ୍ଗା ନିର୍ବାଚନମଣ୍ଡଳୀ ଯିବା ବାଟରେ ଚାଷୀମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ମନ୍ତ୍ରୀ ବେଶ ଖୁସିରେ ଓହ୍ଲାଇଥିଲେ । ଚାଷୀଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କୁ ନମସ୍କାର କରି ଚାଷୀମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ତାଙ୍କୁ ଅପଦସ୍ତ କରିବାକୁ ଉଦ୍ୟମ କରିଥିଲେ । ସେମାନେ ପ୍ରଶ୍ନ କରିଥିଲେ ବଲାଙ୍ଗୀର ବ୍ଲକର ୫ଟି ଓ ଲୋଇସିଙ୍ଗାର ୩ଟି ବ୍ଲକର ଚାଷୀ କୃଷିବୀମା ଟଙ୍କା କାହିଁକି ପାଇନାହାଁନ୍ତି । ଏଭଳି ପ୍ରଶ୍ନରେ ମନ୍ତ୍ରୀ ଅପ୍ରସ୍ତୁତ ହୋଇଯାଇଥିଲେ । ମନ୍ତ୍ରୀ ଭାବି ନ ଥିଲେ ଲୋକେ ତାଙ୍କୁ ଏଭଳି ପ୍ରଶ୍ନ କରିବେ । ଏଣୁ ଲୋକଙ୍କଠାରୁ ଖସିବା ପାଇଁ ଲିଖିତ ଆକାରରେ ଚାଷୀମାନେ ସେମାନଙ୍କ ଅଭିଯୋଗ ଦେବାକୁ ମନ୍ତ୍ରୀ କହିଥିଲେ । ଲେଖିକି ଦେଲେ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ଚାଷୀମାନେ ଲେଖିକି ଦେବାକୁ ମନା କରି ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ଏବଂ ଫେରିଯିବା ପାଇଁ କହିଥିଲେ । କିନ୍ତୁ ଚାଷୀ ହାତରେ ଧରିଥିବା କଳାପତାକା ମଧ୍ୟ ମନ୍ତ୍ରୀଙ୍କୁ ଦେଖାଇଥିଲେ ।

LEAVE A REPLY

Please enter your comment!
Please enter your name here