ବାଲେଶ୍ୱର: ବାଲେଶ୍ୱରରେ ଫକୀର ମୋହନ କଲେଜ ଓ ହସ୍ପିଟାଲ ସୋମବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି। ବ୍ୟାସକବି ଫକୀର ମୋହନ ସେତାପତିଙ୍କ ନାମରେ ମେଡିକାଲର ନାମକରଣ କରାଯାଇଛି। ଏହା ଦ୍ୱାରା କେବଳ ବାଲେଶ୍ୱର ନୁହେଁ ପଡୋଶୀ ଜିଲା ତଥା ରାଜ୍ୟର ଲୋକେ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକାର୍ପିତ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ। ସଭାକୁ ସମ୍ବୋଧିକ କରି ସେ ଆଗକୁ ରାଜ୍ୟର ଭଦ୍ରକ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନୀ ସମାରୋହକୁ ସମ୍ବୋଧିକ କରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଡିକାଲ କେଲଜ ପ୍ରତିଷ୍ଠ ହୋଇପାରିଛି। ଏହି କଲେଜ ପାଇଁ କେନ୍ଦ୍ର ସରକାର ୬୫ କୋଟି ଏବଂ ରାଜ୍ୟ ସରକାର ୧୩୦ କୋଟି ଟଙ୍କା ଦେଇଛନ୍ତି। ରାଜ୍ୟରେ ମେଡିକାଲ ସିଟ୍ ସଂଖ୍ୟା ୪ଶହରୁ ଏକ ହଜାରକୁ ବଢିଛି। ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।