ମୋମେ ଗେମ୍ କୁ ନେଇ ଆଡଭାଇଜରୀ ଜାରୀ କଲା କ୍ରାଇମବ୍ରାଂଚ

0
36

ଭୁବନେଶ୍ୱର – ବ୍ଲୁ ହ୍ୱେଲ୍ ଗେମ୍ ପରେ ବର୍ତମାନ ମୋମୋ ମୃତ୍ୟୁ ନେଇ ବିଶ୍ୱରେ ଅ।ତଙ୍କ ଦେଖାଯାଇଥିବା ବେଳେ କ୍ରାଇମବ୍ରାଂଚ ପକ୍ଷରୁ ଶନିବାର ଏଥିନେଇ ଆଡଭାଇଜରି ଜାରି କରାଯାଇଛି ।

ମୋମୋ ଗେମ ଠାରୁ ପିଲାଙ୍କୁ ଦୂରରେ ରହିବା ପାଇଁ ଅଭିଭାବକଙ୍କୁ ସତର୍କ ରହିବାକୁ କ୍ରାଇମବ୍ରାଂଚ ପରାମର୍ଶ ଦେଇଛି । ନିଜ ପିଲାଙ୍କ ଗତିବିଧି ଉପରେ ନଜର ରଖିବା ସହ ପିଲାଙ୍କ ଲିଚଳନ ଓ ଗତିବିଧିକୁ ଠିକରେ ଅନୁଧ୍ୟାନ କରିବାକୁ କ୍ରାଇମବ୍ରାଂଚ ପରାମର୍ଶ ଦେଇଛି । ସେହିପରି ପିଲାଙ୍କ ସୋସିଆଲ ମିଡିଆ ଅ ।କାଉଂଟ, ଇମେଲ, ଚେକ କରିବାକୁ ଉକ୍ତ ଆଡଭାଇଜରୀରେ କୁହାଯାଇଛି ।

ଏହା ବ୍ୟତୀତ କ୍ରାଇମବ୍ରାଂଚ କହିଛି, ଅ ।ପଣଙ୍କ ହ୍ୱାଟସ୍ଆପ୍ ନମ୍ବରକୁ ଅଜଣା ଲିଙ୍କ୍ ଆସିଲେ ତାହାକୁ ଡିଲିଟ୍ କରନ୍ତୁ । ଅଜଣା ନମ୍ବରରୁ ମେସେଜ ଅ ।ସିଲେ ପ୍ରତିଉତର ଦିଅନ୍ତୁ ନାହିଁୟ । ଗେମ ଖେଳିବାକୁ ମେସେଜ ଅ ।ସିଥିବା ନମ୍ବରକୁ ବ୍ଲକ କରିଦେବାକୁ ଉକ୍ତ ଆଡଭାଇଜରୀରେ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ମୋମୋ ଗେମ ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜର ୩ୟ ବର୍ଷର କମ୍ପ୍ୟୁଟର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ରେଲେୱେ କଲୋନି ନିବାସୀ ଏସ୍. ଚେତନ କୁମାର ଗତ ଅଗଷ୍ଟ ୨୦ରେ ଟ୍ରେନରେ ଚେନ୍ନାଇ ଲି ଯାଇଥିଲେ ।ଅଗଷ୍ଟ ୨୨ରେ ରାଜୀବ ଗାନ୍ଧୀ ମେମୋରିଅ ।ଲ ହସ୍ପିଟାଲର ୬ ମହଲା ଛାତରୁ ଡେଇଁ ଅ ।ତ୍ମହତ୍ୟା କରିଥିଲେ । ମୋମୋ ଗ୍ୱେ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here