ମୋଦି ସରକାରଙ୍କ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ପାଇଁ ଜନତାଙ୍କ ମତ ଲୋଡିଲେ ଲ-କମିଶନ , କଣ ରହିଛି ବିତର୍କର ବିଷୟ ?

0
118

ନୂଆଦିଲ୍ଲୀ: ଜନତ।ଙ୍କ ଅର୍ଥ ଓ ସମୟ ବଞ୍ଚ।ଇବ। ଦେଶରେ ନିର୍ବାଚନୀ ମ।ହୋଲ ସବୁବେଳେ ଲ।ଗୁ ନରହିବ। ଗୋଟିଏ ସ୍ଥିର ସରକାର ଦେବ। ଉଦେଶ୍ୟରେ ମୋଦି ସରକାର ଆଣିଥିବା ଗୋଟିଏ ଦେଶ ଗୋଟିଏ ଭୋଟ ଏବେ ସବୁଠାରୁ ବଡ ବିତର୍କର ବିଷୟ । ଏହ।କୁ ନେଇ ବିଭିନ୍ନ ପ୍ରକାର ମତ ପ୍ରକାଶ ପ।ଉଥିବ। ବେଳେ ଏହ। ସପକ୍ଷରେ ମତ ରଖିଛନ୍ତି  ଲ-କମିଶନ କିନ୍ତୁ ଏହାକୁ କିଭଳି ଲାଗୁ କରାଯାଇ ପାରିବ ଏବଂ ଏଥିପାଇଁ କଣ ହୋଇପାରେ ଫର୍ମୁଲା ତାଉପରେ ଜନତାଙ୍କ ମତ ଲୋଡିଛନ୍ତି ଲ- କମିଶନ । କମିଶନଙ୍କ ପକ୍ଷରୁ ଏଭଳି ଏକ ଡ୍ରାଫ୍ ରିପୋର୍ଟ ସର୍ବସମ୍ମତ ହେବାପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ଯେହେତୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନପାଇଂ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ ଚାଲିଛି, ସେଥିପାଇଂ କାଳେ ଆଗୁଆ ନିର୍ବାଚନ ହେବ ସେନେଇ ଚର୍ଚା ବି ଜୋର ଧରିଛି । ଏଭଳି କ୍ଷେତ୍ରରେ ଲୋକସଭା ନିର୍ବାଚନର ପୂର୍ବ ଓ ପର ୭-୮ ମାସ ଭିତରେ ହେବାକୁ ଥିବା ରାଜ୍ୟ ନିର୍ବାଚନ କୁ କିଭଳି ଆଡଜଷ୍ଟ କରି ଆଗୁଆ ନିର୍ବାଚନ କରିହେବ ତାର ଏକ ବ୍ଲୁପ୍ରିଣ୍ଟ ଦେଇଛନ୍ତି ଲ-କମିଶନ ।…

ଏକକ ନିର୍ବାଚନ ପ୍ରସଙ୍ଗରେ ପୁଣି ଜୋର ଧରିଲା ବିତର୍କ । ଭାରତ ଭଳି ଏକ ବିଶାଳ ଦେଶରେ ଏକକ ନିର୍ବାଚନ ଜୁରୁରୀ କି । ଯଦି ହଁ ତାହାଲେ ଏହା ସମ୍ଭବ କି । ଯଦି ହଁ ତାହାଲେ ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯିବ ସେନେଇ ଲ-କମିଶନ ଏକ ଡ୍ରାଫ୍ଟ ରିପୋର୍ଟ ଲୋକଙ୍କ ମତାମତ ପାଇଂ ସାର୍ବଜନିନ କରିବାପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ବାସ୍ତବରେ ଏକକ ନିର୍ବାଚନ ହେଲେ ସମ୍ବିଧାନର ମୌଳିକତା କ୍ଷର୍ଣ ହେବ କି ନାହିଁ ସେନେଇ ଆବଶ୍ୟକତା ରହିଛି ବିତର୍କର  । ଏହାବାଦ୍ ଯଦି ନିର୍ବାଚନ ଫଳବାହାରିବା ପରେ କାହାକୁ ସ୍ପଷ୍ଟ ବହୁମତ ନମିଳେ ତାହାଲେ ସର୍ବସମ୍ମତ କ୍ରମେ ବାଚସ୍ପତି ଚୟନ ହେବାଭଳି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ଚୟନ ହୋଇ ପାରିବେ କି । ଏଭଳି ଯେତ୍ରରେ ସମ୍ବିଧାନର ୧୦ମ ଅନୁଛେଦ ସଂଶୋଧନ କିଭଳି ଓ କେତେ ପରିମାଣରେ ହେବ ତାହା ବି ଆଉ ଏକ ବିତର୍କର ବିଷୟ । ଏସବୁ ଉପରେ ବିଭିନ୍ନ ରାଜନୈତିକ ଦଳଙ୍କ ମତାମତ ନେବାପରେ ଏବେ ସର୍ବସାଧାରଣଙ୍କ ମତ ବି ଦରକାର ଏକକ ନିର୍ବାଚନ ଉପରେ । ତେବେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିର ମତ, ଏକାସଙ୍ଗରେ ନିର୍ବାଚନ ଦେଶପାଇଁ ହିତ ।

ଲ-କମିଶନ ସ୍ପଷ୍ଟଭାବେ ତାଙ୍କ ଡ୍ରାଫ୍ଟ ରିପୋର୍ଟରେ ଲେଖିଛନ୍ତି ଭାରତରେ ଏକକ ନିର୍ବାଚନ ଜରୁରୀ । ଏହାହେଳେ ବହୁ ମାତ୍ରାରେ ଦେଶର ହିତ ସାଧିତ ହେବ । ସେଥିପାଇଂ ଏକ ଓାର୍କିଙ୍ଗ ଫର୍ମୁଲା ବି ବାହାର କରିଛନ୍ତି କମିଶନ । କମିଶନଙ୍କ ପ୍ରଥମ ଫର୍ମୁଲା ଅନୁଯାଇ ଆନ୍ଧ୍ର, ଅରୁଣାଚଳ, ଓଡିଶା, ସିକ୍କିମ ଓ ତେଲେଙ୍ଗାନା ଲୋକସଭା ନିର୍ବାଚନ ସହ ଯାଉଛନ୍ତି । ତେଣୁ ହରିୟାଣା, ଝାରଖଣ୍ଡ, ମହାରାଷ୍ଟ୍ର ଓ ଦିଲ୍ଲି ଭଳି ରାଜ୍ୟ ଯେଉଁଠି ଲୋକସଭା ନିର୍ବାଚନ ପରେପରେ ମାତ୍ର ୭ ରୁ ୮ ମାସ ଭିତରେ ନିର୍ବାଚନ ପଡୁଛି, ସେସବୁ ରାଜ୍ୟକୁ ସାଧାରଣ ନିର୍ବାଚନ ସହ ଯୋଡି ନିର୍ବାଚନ କରେଇ ହେବ । ବାକି ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ମିଜୋରାମ—ଏହି ୪ଟିରାଜ୍ୟର ନିର୍ବାଚନ ସାଧାରଣ ନିର୍ବାଚନ ଠାରୁ ୪-୫ ମାସ ପୂର୍ବରୁ ହେଉଥିବାରୁ ସେମାନଙ୍କ କ୍ଷେତ୍ରରେ ୬ ମାସ ଅବଧି ବଢାଇବାକୁ ହେବ । ତେବେ ଏଭଳି ହେଲେ ସମ୍ବିଧାନର ଧାରା ୧୭୨ କୁ ସଂଶୋଧିତ କରିବାକୁ ହେବ । ଯାହାକି ବର୍ତମାନ ସବୁଠୁ ବଡ ଅସୁବିଧା ହୋଇ ଠିଆହୋଇଛି । କଂଗ୍ରେସ ଭଳି ଅନେକ ଦଳ ଏଭଳି ସମ୍ବିଧାନ ସଂଶୋଧନକୁ ବିରୋଧ କରୁଛନ୍ତି ।

ଯଦି ସମ୍ବିଧାନ ସଂଶୋଧନ ହୋଇଯାଏ ତାହାଲେ ଲୋକସଭା ନିର୍ବାଚନ ସହ ଦିଲ୍ଲି ସମେତ ଏହି ୧୩ ରାଜ୍ୟରେ ଏକା ସମୟରେ ନିର୍ବାଚନ ହୋଇ ପାରିବ । ନହେଲେ ଲୋକସଭା ନିର୍ବାଚନ ପରେ ଯେଉଂ ରାଜ୍ୟର ନିର୍ବାଚନ ବର୍ଷେ ଭିତରେ ପଡୁଛି ସେମାନଙ୍କୁ ଲୋକସଭା ସହ ଆଗୁଆ ନିର୍ବାଚନ କରାଇବାକୁ ମଧ୍ୟ କୁହାଯାଇପାରେ ବୋଲି ଚର୍ଚା ହେଉଛି । ଏଭଳିକରି ବାକି ରାଜ୍ୟର ସବୁ ନିର୍ବାଚନ ୨୦୨୧ ସୁଦ୍ଧା କରିପାରିଲେ ୫ ବର୍ଷରେ ଅତିବେଶିରେ ମାତ୍ର ୨ ଥର ନିର୍ବାଚନ ସମ୍ମୁଖିନ ହେବ ଦେଶ । ଯାହା କମିଶନଙ୍କ ୨ୟ ଫର୍ମୁଲା । ତୃତୀୟ ଫର୍ମୁଲା ଅନୁଯାଇ, ସାଧାରଣ ନିର୍ବାଚନ ବାଦ୍ ପ୍ରତିବର୍ଷ ଯେଉଂ ୫ରୁ ୬ ରାଜ୍ୟର ନିର୍ବାଚନ ହେଉଛି ସେସବୁ ରାଜ୍ୟର ଗୋଟିଏ ସମୟରେ ନିର୍ବାଚନ କରିଦେଲେ ବି ଅନେକ ଅର୍ଥ ଓ ସମୟ ବଞ୍ଚାଇ ହେବ । ଦେଖିବାକୁ ହେବ ବାସ୍ତବରେ କେନ୍ଦ୍ରର ମୋଦି ସରକାର ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ପାଇଁ ଯେଉଁ ବିତର୍କ ଆରମ୍ଭ କରିଛନ୍ତି ତାହା ଲାଗୁ କରିବାରେ କେତେ ଫଳପ୍ରଦ ହେଉଛନ୍ତି ।…

LEAVE A REPLY

Please enter your comment!
Please enter your name here