ନକଲି ଚେକରେ ୪୮ଲକ୍ଷ ଟଙ୍କା ଉଠାଇବା ଉଦ୍ୟମ ପଣ୍ଡ

0
76

ବରଗଡ଼: ବରଗଡ଼ର ୱାର୍ଡ ନମ୍ବର ୧୪ରେ ଗଙ୍ଗାଧରନଗରର ପ୍ରଦୀପ୍ତ ଓଝାଙ୍କ ପୁତ୍ର କାଳନ୍ଦୀ ଚରଣ ଓଝା ଏକ ନକଲି ଚେକ ଜରିଆରେ ୪୮ ଲକ୍ଷ ଟଙ୍କା ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଥିବା ଜଣାପଡ଼ିଛି । ନିକଟସ୍ଥ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ । ଶୁକ୍ରବାର ସେହି ଆକାଉଣ୍ଟରେ ସେ ଏକ ୪୮ ଲକ୍ଷ ଟଙ୍କାର ନକଲି ଚେକ ଡିପୋଜିଟ କରିଥିଲେ । ଉକ୍ତ ଚେକଟି ୨୬ ତାରିଖରେ ଇସୁ୍ୟ ହୋଇଥିବା ଲେଖାଯାଇଛି । ତେବେ ଦୁଇପୂର୍ବରୁ ଖୋଲାଯାଇଥିବା ଆକାଉଣ୍ଟରେ ବ୍ୟାଙ୍କ ପକ୍ଷରୁ ଉକ୍ତ ଚେକଟି ଡିପୋଜିଟ ହେବା ନେଇ ସନେ୍ଦହ ଜାତ ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ତଦନ୍ତ କରିଥିଲେ । ଏହି ଚେକଟି ଝାଡ଼ଖଣ୍ଡ ରାଜ୍ୟର ଏକ ଚର୍ଚ୍ଚନାମରେ ଥିବା ଜଣାପଡ଼ିଥିଲା । ଚର୍ଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଉକ୍ତ ନମ୍ବର ଚେକ ରହିଥିବା ଓ ସେ ଏହି ନମ୍ବର ଚେକ୍ରେ କାହାକୁ  ଟଙ୍କା ଦେଇନଥିବା କହିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ଥାନାରେ ମାମଲା ରୁଜୁ କରିବା ପରେ ପୁଲିସ କାଳନ୍ଦୀ ଓଝାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here