Sunday, December 9, 2018
Home ବାଣିଜ୍ୟ ୬ଦିନ ବନ୍ଦ ରହିବନି ବ୍ୟାଙ୍କ୍

୬ଦିନ ବନ୍ଦ ରହିବନି ବ୍ୟାଙ୍କ୍

0
211

ନୂଆଦିଲ୍ଲୀ: ଉପଭୋକ୍ତାମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବ୍ୟାଙ୍କ 6 ଦିନ ବନ୍ଦ ରହିବା ନେଇ ଯେଉଁ ଖବର ସମ୍ନାକୁ ଆସିଥିଲା ତାହା ଭିତ୍ତିହିନ ବୋଲି ବ୍ୟାଙ୍କ୍ ଗୁଡ଼ିକ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ପ୍ରଥମ ସପ୍ତାହ ରେ କେବଳ ରବିବାର ବନ୍ଦ ରହିବ। ଅନ୍ୟ ଦିନ ସାଧାରଣ ଭାବେ ବ୍ୟାଙ୍କ୍ ଚାଲିବ ବୋଲି ସୂଚନା ଦିଆ ଯାଇଛି। ବ୍ୟାଙ୍କ ବନ୍ଦ ନହେବା ନିଶ୍ଚିତ ଭାବେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବ । ବ୍ୟାଙ୍କ ଛୁଟି ଲିଷ୍ଟ ଅନୁଯାୟୀ ସେପ୍ଟେମ୍ବର ୨ (ରବିବାର) ଓ ସେପ୍ଟେମ୍ବର ୮ରେ (୨ୟ ଶନିବାର) ହିଁ କେବଳ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି । ଏହା ବ୍ୟତୀତ ଅନ୍ୟ ଦିନ ଗୁଡିକରେ ବ୍ୟାଙ୍କ କାମ ସାମାନ୍ୟ ରହିବ । ୩ ସେପ୍ଟେମ୍ବରରେ ଥିବା ଜନ୍ମାଷ୍ଟମୀ ପର୍ବ ସବୁ ରାଜ୍ୟରେ ସମାନ ସମୟରେ ହୋଇନଥାଏ ତେଣୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି କୌଣସି ସୂଚନା ନାହିଁ । ଏଟିଏମ୍‌ରେ ଟଙ୍କା ରହିବ ନାହିଁ ଏହା ମଧ୍ୟ ଏକ ଅପପ୍ରଚାର । ଏଟିଏମ୍‌ ଗୁଡିକରେ ଲୋକଙ୍କ ଜରୁରୀ ମୁତାବକ ଟଙ୍କା ରହିବ ଏଥିରେ ସନ୍ଦେହ ନାହିଁ । ଏହାସହ ବ୍ୟାଙ୍କ ଧର୍ମଘଟ ନେଇ କାର୍ଯ୍ୟବନ୍ଦ ରହିବ ବୋଲି ଯେଉଁ ଖବର ପ୍ରଚାରିତ ହୋଇଛି ସେଥିରେ ମଧ୍ୟ କୌଣସି ସତ୍ୟତା ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here