ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ

0
149

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜାତୀୟସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ଦୁଇ ଦିନ ତଳେ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ଗୁରୁବାର ରାଜ୍ୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଚାଲିଛି ।  ପ୍ରକାଶ ଯେ, ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଥିବାରୁ ଏହି ତାଲିକାରେ ନିଜର ନାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ନୂତନ ଭୋଟରମାନଙ୍କୁ ପ୍ରବର୍ତାଇବା  ଲାଗି ରାଜନୈତିକ ଦଳଗୁଡ଼ିକର ସହଯୋଗର ଆବଶ୍ୟକତା ରହିଛି । ଏହା ସହିତ ବୈଠକରେ ଇଭିଏମ ଓ ଭିଭିପାର୍ଟ ସିଷ୍ଟମ ପ୍ରସଙ୍ଗରେ ଆଲୋଚନା କରାଯାଇପାରେ । ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ଅନୁଷ୍ଠିତ ହେଉଛି ।

LEAVE A REPLY

Please enter your comment!
Please enter your name here