ଚଳିତ ବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

0
651

ଭୁବନେଶ୍ୱର: ୨୦୨୦-୨୧ରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା  ଜାହାନ ଆରା ବେଗମ । ତାଙ୍କ ସୂଚନା ଅନୁଯାୟୀ ୨୦୨୦-୨୧ରୁ ଓଏମଆର ସିଟ ଓ ମଲ୍ଟିପୁଲ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଉଠିଯିବ  । ସେହିପରି ୫୦ ମାର୍କ ଅବଜେକଟିଭ ଓ ୫୦ ମାର୍କ ସବଜେକଟିଭ ରହିବ । ଅବଜେକଟିଭରେ ୧୫ ଓ ସବଜେକଟିଭରେ ୧୫ ମାର୍କ ରଖିବାକୁ ପଡ଼ିବ । ଅନ୍ୟପକ୍ଷରେ ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ ପରୀକ୍ଷା ଢାଞ୍ଚା ସାମାନ୍ୟ ବଦଳିବ । ୨୦୧୯ରେ ୩ ସେଟ ବଦଳରେ ୪ଟି ସେଟ ପ୍ରଶ୍ନ ପଡ଼ିବ । ଚଳିତ ବର୍ଷ ନବମରେ ୨୦୨୦-୨୧ ଢାଞ୍ଚାରେ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା  ଜାହାନ ଆରା ବେଗମ  ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here