ଅବକ।ରୀ ର।ଜସ୍ବ ଦଶ ହଜାର କୋଟି ଡେଇଁବ

0
290

ଭୁବନେଶ୍ବର:ଓଡିଶାରେ ଅବକାରୀ ରାଜସ୍ୱ ବୃଦ୍ଧିର ପରିମାଣ ସରକାରଙ୍କ ପାଇଁ ବେଶ୍‍ ଉତ୍ସାହଜନକ ରହିଛି । ଗତ ୨୫ବର୍ଷ ଧରି ଯେଉଁ ହାରରେ ଅବକାରୀ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଉଛି ତାହା ଅବ୍ୟାହତ ରହିଲେ ୨୦୨୨ ମସିହା ବେଳକୁ ରାଜ୍ୟର ଅବକାରୀ ରାଜସ୍ୱ ପରିମାଣ ୧୦ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ଅର୍ଥନୀତି ବିଶାରଦମାନେ ଆଶାବ୍ୟକ୍ତ କରୁଛନ୍ତି ।

୧୯୯୫-୯୬ ବେଳକୁ ଓଡିଶାର ବାର୍ଷିକ ଅବକାରୀ ରାଜସ୍ୱ ପରିମାଣ ୭୦କୋଟି ଟଙ୍କାରୁ କମ୍‍ ଥିବାବେଳେ ଏହା ବଢି ବଢି ୨୦୦୦-୦୧ ବେଳକୁ ୧୩୫କୋଟି ୩୫ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ୨୦୦୫-୦୬ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୩୯୦ କୋଟି ଟଙ୍କା ଥିବାବେଳେ ୨୦୧୦-୧୧ ବର୍ଷରେ ଏହା ୧୦୯୪ କୋଟି ଟଙ୍କାକୁ ଟପିଥିଲା । ସରକାରୀ ସୂଚନା ଅନୁଯାୟୀ ୨୦୧୬-୧୭ବର୍ଷରେ ୨୭୮୬କୋଟି ୨୩ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗୃହୀତ ହୋଇଥିଲା ।

୨୦୧୭-୧୮ ଆର୍ôଥକ ବର୍ଷରେ ଓଡିଶା ସରକାର ୩୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିବେ ବୋଲି ଲକ୍ଷ୍ୟ ରଖିଥିବାବେଳେ ଉକ୍ତବର୍ଷରେ ପାଖାପାଖି ୩୩୦୦କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିଲା । ଚଳିତବର୍ଷ ଆମ ରାଜ୍ୟରେ ପ୍ରାୟ ୩୮୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହପାଇଁ ମୂଳ ଅଟକଳ ରହିଥିଲା । ଏବେ ଆର୍ôଥକ ଚାପ ଦୃଷ୍ଟିରୁ ଏହି ଅଟକଳ ପରିମାଣ ୪୦୦୦ କୋଟି ଟଙ୍କାକୁ ଟପିଯାଇପାରେ ।

୨୦୧୭-୧୮ ବର୍ଷରେ ରାଜ୍ୟରେ ବିଭିନ୍ନ କିସମର ମୋଟ୍‍ ୪୩୦୦ରୁ ଅଧିକ ଅବକାରୀ ଦୋକାନ ରହିଥିଲା । ସରକାରୀ ତଥ୍ୟ ଅନୁଯାୟୀ ୨୦୦୦-୦୧ ବର୍ଷରେ ଆମ ରାଜ୍ୟରେ ୮,୫୫,୬୯୩ ଲଣ୍ଡନ ପ୍ରୁଫ୍‍ ଲିଟର ଭାରତ ତିଆରି ବିଦେଶୀ ମଦ ଯୋଗାଯାଇଥିବାବେଳେ ୨୦୧୬-୧୭ବର୍ଷରେ ତାହାର ପରିମାଣ ୪,୫୫,୪୦,୭୭୯ ଲଣ୍ଡନପ୍ରୁଫ୍‍ ଲିଟରରେ ପହଞ୍ôଚଥିଲା ।

ସେହିପରି ୨୦୦୦-୦୧ ବର୍ଷରେ ଓଡିଶାରେ ୩୩,୫୪,୩୮୨ ଲିଟର ବିୟର ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନ ଗୁଡିକୁ ଯୋଗାଯାଇଥିବାବେଳେ ୨୦୧୦-୧୧ ବର୍ଷରେ ଏହାର ପରିମାଣ ୭,୫୩,୩୯,୩୨୦ ଲିଟରକୁ ବୃଦ୍ଧି ପାଇଥିଲା ।

ସେହିପରି ମଦ ନିଗମର ସୂଚନା ଅନୁଯାୟୀ ଆମ ରାଜ୍ୟରେ ୨୦୦୫-୦୬ବର୍ଷରେ ୪୪,୨୫,୧୫୦ ଲିଟର ଦେଶୀମଦ ଲାଇସେନ୍ସପ୍ରାପ୍ତ ଦୋକାନ ଗୁଡିକୁ ଯୋଗାଯାଇଥିବାବେଳେ ୨୦୧୬-୧୭ବର୍ଷରେ ଏହାର ପରିମାଣ ୯୮,୫୫,୪୬୨ଲିଟରକୁ ବୃଦ୍ଧି ପାଇଥିଲା । ଏବେ ରାଜ୍ୟ ସରକାର ନୂଆ ଆଇନ୍‍ ଆଧାରରେ ଯେଉଁ ବ୍ୟବସ୍ଥା ରଖୁଛନ୍ତି ସେଥିରେ ଜିଲ୍ଲା ସ୍ତରରେ ଅଧିକ ପରିମାଣର ଅବକାରୀ ରାଜସ୍ୱ ସଂଗ୍ରହ ହେବାର ଆଶା ଅଧିକ ।

ଏଠାରେ ଉଲ୍ଲେଖନୀୟ ଯେ ଅନ୍ୟାନ୍ୟ ଟିକସ ତୁଳନାରେ ଚଳିତବର୍ଷ ଅବକାରୀ ରାଜସ୍ୱ କ୍ଷେତ୍ରରେ ଅଭିବୃଦ୍ଧି ହାର ବେଶ୍‍ ସନ୍ତୋଷଜନକ ରହିଛି । ଗତ ଆର୍ôଥକବର୍ଷରେ ଏପ୍ରିଲରୁ ଜୁଲାଇମାସ ମଧ୍ୟରେ ଯେତେ ପରିମାଣର ଅବକାରୀ ରାଜସ୍ୱ ସଂଗୃହୀତ ହୋଇଥିଲା ଚଳିତବର୍ଷ ସେହି ସମୟ ଭିତରେ ତାହାର ପରିମାଣ ୨୫ପ୍ରତିଶତରୁ ଅଧିକ ବୃଦ୍ଧିପାଇ ୧୧୪୬କୋଟି ୯୬ଲକ୍ଷ ଟଙ୍କାକୁ ଟପିଛି ।

LEAVE A REPLY

Please enter your comment!
Please enter your name here