ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ଆଉଟ୍

0
96

ଭୁବନେଶ୍ୱର:  ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ଆଉଟ । ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ମାମଲାରେ ପୂର୍ତ୍ତ ବିଭାଗ ପଣ୍ଡା ଇନଫ୍ରାକୁ ଏହି କାର୍ଯ୍ୟରୁ ବାଦ ଦେଇଛି । ଏନେଇ ପୂର୍ତ୍ତ ବିଭାଗ ସଚିବ ସୂଚନା ଦେଇଛନ୍ତି । ଜଟଣୀ ଫ୍ଲାଏ ଓଭରବ୍ରିଜ ଅନିୟମିତତା ନେଇ ସରକାର ପଣ୍ଡା ଇନଫ୍ରାକୁ ନୋଟିସ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ପରେ ବିବାଦରେ ରହିଥିଲା ପଣ୍ଡା ଇନଫ୍ରା । ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ପରେ ପଣ୍ଡା ଇନଫ୍ରାକୁ ବମିଖାଲ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରୁ ବାଦ ଦିଆଯାଇଥିଲା । ପରେ ଅନ୍ୟ ୩ଟି ସ୍ଥାନରେ ପଣ୍ଡା ଇନଫ୍ରାର କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା ।  ତେବେ ପଣ୍ଡା ଇନଫ୍ରାର କାର୍ଯ୍ୟ ଶୈଳୀକୁ ନେଇ ଜନଅସନ୍ତୋଷ ବଢୁଥିବାରୁ ଜଟଣୀ ଫ୍ଲାଏ ଓଭରବ୍ରିଜ କାର୍ଯ୍ୟରୁ ପୂର୍ତ୍ତ ବିଭାଗ ପଣ୍ଡା ଇନଫ୍ରାକୁ ବାଦ ଦେଇଛି ।

LEAVE A REPLY

Please enter your comment!
Please enter your name here