Wednesday, December 12, 2018
Home ରାଜନୀତି ବିଧାୟକଙ୍କୁ ପାଣିପାଉଚ୍, ଚେୟାରମାଡ଼

ବିଧାୟକଙ୍କୁ ପାଣିପାଉଚ୍, ଚେୟାରମାଡ଼

0
1371

ବେଗୁନିଆ: ବେଗୁନିଆ ପଂଚାୟତ କୁଶପଲ୍ଲା ଗ୍ରାମର ଫୁଟବଲ ଖେଳପଡିଆ ଠାରେ ଆଜି ପୂର୍ବାହ୍ନରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ତରଫରୁ ବିଧାୟକଙ୍କ ଗ୍ୟ।।ଙ୍ଗଷ୍ଟାର ଟିଟୋ ଲିଙ୍କକୁ ନେଇ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଠାରେ ଉପସ୍ଥିତ ପାଂଚ ହଜାର ଅସନ୍ତୁଷ୍ଟ କର୍ମୀ ଏକାଠି ହୋଇ ବିଧାୟକଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ତାଙ୍କର କୁଶ ପୁତଳିକା ଦାହ କରୁଥିବା ସମୟରେ ହଠାତ ବିଧାୟକ ପ୍ରଶାନ୍ତ କମାର ଜଗଦେବ ନିଜ ସମର୍ଥକମାନଙ୍କ ସହ ପ୍ରତିବାଦ ସଭା ସ୍ଥଳକୁ ଧସେଇ ପଶିଥିଲେ । ଏହାକୁ ନେଇ ଉପସ୍ଥିତ କର୍ମୀ ଓ ବିଧାୟକ ମଧ୍ୟରେ କଥାକଟାକଟି ହୋଇଥିଲା ।

ଫଳରେ କର୍ମୀମାନେ ଉତ୍ୟକ୍ତ ହୋଇ ତାଙ୍କ ଉପରକୁ ଚେୟାର,ପାଣି ପାଉଚ ଓ ଟମାଟୋ ଫିଙ୍ଗିବା ସହ ଉଭୟ ଗୋଷ୍ଠୀ ରୋଷେଇ ଶାଳାର ବାଉଁଶ,ତଡା ଓ ଚେୟାରକୁ ଧରି ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ତେବେ ପୂର୍ବ ସୂଚନା ମୁତାବକ ପ୍ରଶାସନ ତରଫରୁ ନିୟୋଜିତ ଥିବା ପୋଲିସ କର୍ମଚାରୀ ଘଟଣା ସ୍ଥଳକୁ ଆସିବା ଦେଖି ବହୁକର୍ମୀ ଭୟରେ ଘଟଣା ସ୍ଥଳରୁ ପଳାୟନ କରିଥିଲେ । କିନ୍ତୁ ବିଧାୟକ ସଭା ସ୍ଥଳ ନ ଛାଡି ସେଠାରେ ଉପସ୍ଥିତ ସମର୍ଥକମାନଙ୍କୁ ରଣହୁଙ୍କାର ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଧାୟକଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ ଗୋଡେଇ ଗୋଡେଇ ବାଡେଇବା ସହ ରୋଷେଇ ହୋଇଥିବା ଖାଦ୍ୟସାମଗ୍ରୀ ଓ ସଭାରେ ପଡିଥିବା ଚେୟାର ଗୁଡିକୁ ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳିଥିଲା ।ଏଥିରେ ଭୋଗଡା ଗ୍ରାମର ଚୈତନ ଜୟସିଂହ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସିôତ ହେଉଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକ ଆହତ ହୋଇଥିବାର ଜଣା ପଡିଛି । ପ୍ରକାଶ ଥାଉକି, ଟିଟୋ ଗ୍ୟାଙ୍ଗ ସହ କୁଶପଲ୍ଲା ଗ୍ରାମର ବଟୁ ପାଣି ଓ ନବ ପାଣି ଦୁଇଭାଇ ସାମିଲ ହୋଇ ବାହାର ରାଜ୍ୟକୁ ଗୋ ଚାଲାଣ କରୁଥିବା ଅଭିଯୋଗରେ କ୍ରାଇମବ୍ରାଂଚ ଏସଟିଏଫ ଟିମ ଦ୍ୱାରା ଗିରଫ ହୋଇଛନ୍ତି । ତେବେ ସ୍ଥାନୀୟ ବିଧାୟକ ବଟୁପାଣିଙ୍କ ସହ ବିଭିନ୍ନ ସଭା ସମିତିରେ ଯୋଗ ଦେଇଥିବାର ଫଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେବିଧାୟକଙ୍କ ଟିଟୋ ଲିଙ୍କକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି ।

ଫଳ ସ୍ୱରୂପ ଆଜି ହଜାର ହଜାର କର୍ମୀ ଏକାଠି ହୋଇ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାର ଆଶଙ୍କା କରି ପ୍ରଶାସନ ତରଫରୁ ସାରୁଅ,ବାଘମାରୀ,ସିମୋର,ବଡବେରଣା ଓ ବେଗୁନିଆ ଆଦି ଜାଗାମାନଙ୍କରେ ୧୪୪ ଧାରା ଜାରି କରାଯାଇ ଆଜି ସକାଳେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା । ଘଟଣା ସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଯୁଗଳ କିଶୋର ଦାସ ,ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ବେଗୁନିଆ ତହସିଲଦାର ବିବେକା ନନ୍ଦ ପରିଡା ,ଟାଉନ ଥାନା ଅଧିକାରୀ ରଂଜିତ ସାହୁ ଓ ବେଗୁନିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଛଅ ପ୍ଲାଟୁନ ପୋଲିସ ସହ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।

LEAVE A REPLY

Please enter your comment!
Please enter your name here