ମଦ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କଲ। କଂଗ୍ରେସ

0
487

ଭୁବନେଶ୍ୱର : ରାଜ୍ୟ ସରକାର ଅଗଷ୍ଟ ୧୬ ତାରିଖ ଦିନ ଯେଉଁ ରାଜପତ୍ର ପ୍ରକାଶ ପାଇଛି, ସେଥିରେ କୁହାଯାଇଛି ଯେ ମଦ ଦୋକାନ ଖୋଲିବା, ଦେଶୀ ମଦ ତିଆରି କରିବା ଏବଂ ଭାରତରେ ବିଦେଶୀ ମଦ ବିକ୍ରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଲାଇସେନ୍ସ ପ୍ରଦାନ କରିବାର କ୍ଷମତା ଦିଆଯାଇଛି । ୧୯୧୫ ବିହାର-ଓଡିଶା ଅବକାରୀ ଆଇନ୍ ସଂଶୋଧନ କରାଯିବା ପାଇଁ ୨୦୦୮ ମସିହାରେ ସରକାର ବିଜ୍ଞପ୍ତି ପ୍ରକାଶ କଲେ । ୨୦୧୩ ମସିହାରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲା । ତେବେ ୧.୪.୨୦୧୭ ରେ ଏହା ଲାଗୁ କରାଯିବା ପାଇଁ ସରକାର ନିଷ୍ପତି ନେଲେ । ଏବେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନୂଆ ମଦ ଲାଇସେନ୍ସ ଏବଂ ଦେଶୀ ମଦ ତିଆରି ପାଇଁ ଅନୁମତି ଦେବାକୁ କ୍ଷମତା ଅର୍ପଣ କରିଛନ୍ତି । ଯାହାକୁ ନେଇ ଶାସକ ଦଳର ବରିଷ୍ଠ ନେତା ଦାମୋଦର ରାଉତ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ରାଜ୍ୟର ରାଜସ୍ୱ ବୃଦ୍ଧି ଦିଗରେ ସରକାରଙ୍କର ଏତାଦୃଶ ପଦକ୍ଷେପକୁ ଯଥାର୍ଥ ବୋଲି କହିଛନ୍ତି ।
ଆମ ଦେଶର ସମ୍ବିଧାନରେ ଥିବା ଡାଇରେକ୍ଟିଭ ପ୍ରିନ୍ସପୁଲ୍ସ ଅଫ ଷେଟପଲିସି (ପିଏସପି)ର ଧାରା ୪୭ ଅନୁଯାୟୀ କୁହାଯାଇଛି ଯେ ସ୍ୱାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ନିଶା ଦ୍ରବ୍ୟକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ । ସରକାର ରାଜ୍ୟରେ ନିଶା ଦ୍ରବ୍ୟ ନିଷେଧ ଦିଗରେ ପଦକ୍ଷେପ ନେବା ପାଇଁ ଉଦ୍ୟମ କରିବେ । କିନ୍ତୁ ରାଜ୍ୟ ସରକାର ‘ମୁଁ ହିରୋ, ମୁଁ ଓଡିଶା’ ନାରାବାଜି ଦେଉଥିବା ବେଳେ ରାଜ୍ୟରେ ଯେପରି ଭାବେ ନିଶାକୁ ସାର୍ବଜନୀନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ତାହାକୁ ପ୍ରଦେଶ କଂଗ୍ରେସ କମିଟି ଗଣମା୍ମମ ଓ ଯୋଗଯୋଗ ବିଭାଗର ଅ୍ମକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା କ’ଣ ବୋଲି ପ୍ରଶ୍ନ କରି ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟରେ ମହିଳା ଓ ଶିଶୁ ଅବହେଳିତ ଥିଲା ବେଳେ ବେରୋଜଗାର ଯୁବକ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବା୍ମ ହେଉଛନ୍ତି । ମାତ୍ର ଅମଲାତନ୍ତ୍ର ବଳ, ଅର୍ଥବଳ ସହିତ ମଦ ବଳକୁ ସରକାର ନିର୍ବାଚନରେ ବ୍ୟବହାର କରିବା ପାଇଁ ଏକ ପ୍ରକାର ନିଷ୍ପତି ନେଇଥିବା ଉଦ୍ଦେଶ୍ୟକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି ।
ମଦ ପାଇଁ ଏକଗୁଣ ଖର୍ଚ୍ଚ ହେଉଥିବା ବେଳେ ନିଶା ଜନିତ ସ୍ୱାସ୍ଥ୍ୟ ସେବା, ହିଂସା ଓ ଅପରାଧି ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ତିନିଗୁଣ ହେଉଛି । ରାଜ୍ୟ ସରକାର ମଦକୁ ଯେପରି ଭାବେ ସାର୍ବଜନୀନ କରିବା ପ୍ରୟାସରେ ଅଛନ୍ତି, ଏଥିରୁ ଜଣାପଡୁଛି ନା ତାଙ୍କର ସମ୍ବିଧାନ ଧାରା ୪୭ ପ୍ରତି ଅନୁରକ୍ତି ଅଛି ନା ଦଳୀୟ ସମ୍ବିଧାନରେ ଥିବା ନିଶା ନିଷେଧ ସ୍ୱୀକାରୋକ୍ତିକୁ ସମ୍ମାନ ଦେବା । ସରକାର ଯେତେବେଳେ ମଦର ପ୍ରଚାର ଓ ପ୍ରସାର ମନସ୍କ ହେବେ, ସେତେବେଳେ ରାଜ୍ୟର ଗତି ଓ ପ୍ରଗତି ବାଟବଣା ହେବା ସହିତ ମାନବ ସମ୍ବଳର କୁବିନିଯୋଗ ରାଜ୍ୟକୁ ନିମ୍ନଗାମୀ କରିବ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମଦକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯେଭଳି ଭାବେ ଅପଚେଷ୍ଟା ଚଳାଇଛନ୍ତି, ସେଥିରେ କେବେ ସ‘ଳ ହେବେ ନାହିଁ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରବିନ୍ଦ୍ର ଆଚାର୍ଯ୍ୟ ଓ ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here