୬ ଦିନ ବନ୍ଦ ରହିପାରେ ବ୍ୟାଙ୍କ୍ !

0
690

ଭୁବନେଶ୍ବର: ୬ଦିନ ସବୁ ବ୍ୟାଙ୍କ ବନ୍ଦ ରହିପାରେ। ଏପରିକି ଏଟିଏମ୍ ରୁ ବି ଟଙ୍କା ମିଳି ନପାରେ। ପ୍ରାପ୍ତ ସୂଚନା ଅନୁଯାଇ ସେପ୍ଟେମ୍ବର ୨ତାରିଖ ରବିବାର ପଡୁଥିବାରୁ ଏହି ଦିନ ଛୁଟି ରହୁଛି। ସେପ୍ଟେମ୍ବର ୩ ତାରିଖ ସୋମବାର ଦିନ ମଧ୍ୟ ଜନ୍ମାଷ୍ଟମୀ ଉପଲକ୍ଷେ ଛୁଟି ରହୁଛି। ୪ ଏବଂ ୫ ତାରିଖରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି। ୟୁନାଇଟେଡ଼ ଫେଡେରେସନ ଅଫ ବ୍ୟାଙ୍କ ୟୁନିଅନ ତରଫରୁ ପେନସନ ଦାବିରେ ଏହି ଆନ୍ଦୋଳନ କରାଯାଉଛି। ଗୁରୁବାର ଏବଂ ଶୁକ୍ରବାର ୬,୭ ତାରିଖ ବ୍ୟାଙ୍କ୍ ଖୋଲା ରହିବ। ପୁଣି ୮ ତାରିଖ ଶନିବାର ଏବଂ ରବିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏଣୁ ବ୍ୟାଙ୍କ ଜନିତ ଯେ କୌଣସି କାମ ଯଦି ଆପଣଙ୍କ କରିବାର ଅଛି ତେବେ ନିର୍ଧାରିତ ସେପ୍ଟେମ୍ବର ୧ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିଦିଅନ୍ତୁ ନଚେତ ବଡ ସମସ୍ୟାରେ ପଡିପାରନ୍ତି।

LEAVE A REPLY

Please enter your comment!
Please enter your name here