ଆଜି ରାକ୍ଷୀ ପୂର୍ଣ୍ଣିମା: ସୁରକ୍ଷା ପ୍ରତିଶ୍ରୁତିର ପବିତ୍ର ଦିନ

0
109

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସ।ର। ଦେଶ ଉତ୍ସବ ମୁଖର ଏହି ଦିନରେ ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ସବୁଦିନ ପ।ଇଁ ଚିରନ୍ତନ କରିବା ପାଇଁ ଆମ ରାଜ୍ୟରେ ମଧ୍ୟ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିବ। ସହିତ ଭ।ଇବି ଭଉଣୀର ମଙ୍ଗଳ କ।ମନ। କରିଥ।ଏ । କେବଳ ଭାଇ ଭଉଣୀ ତ। ନୁହଁ ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ଏହି ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି।

ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ ଭଉଣୀର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିବାବେଳେ ମିଠା ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଭେରାଇଟ୍‌ର ମିଠା ପ୍ରସ୍ତୁତ କରି ବ୍ୟବସାୟୀମାନେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

ସେପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ବନ୍ଧନ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ। ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ ୪ ମୂର୍ତ୍ତି ପାଟ ରାକ୍ଷୀ ଓ ଗୁଆମାଳ ଶ୍ରୀ ବଳଭଦ୍ର ଓ ଜଗନ୍ନାଥଙ୍କ ଶ୍ରୀହସ୍ତରେ ଲାଗି ହୋଇଥାଏ। ବଳଭଦ୍ରଙ୍କୁ ଲାଗି ହେଉଥିବା ରାକ୍ଷୀର ରଙ୍ଗ ନୀଳ ଓ ବାଇଗଣୀ ହୋଇଥିବା ବେଳେ ଜଗନ୍ନାଥ ମହାପ୍ରଭୁଙ୍କ ହାତରେ ଲାଗି ହେଉଥିବା ରାକ୍ଷୀର ରଙ୍ଗ ହେଉଛି ନାଲି ଓ ହଳଦିଆ। ଆଜି ମହାପ୍ରଭୁ ବଳଭଦ୍ରଙ୍କ ମଧ୍ୟ ଜନ୍ମୋତ୍ସବ।

LEAVE A REPLY

Please enter your comment!
Please enter your name here