ଆଗକୁ ଛ।ତ୍ର ସଂସଦ ନିର୍ବାଚନ: ପିଲ। ଘରେ ନପହଞ୍ଚିବ। ଯ।ଏଁ ଚିନ୍ତାରେ ଅଭିଭାବକ

0
308

ଭୁବନେଶ୍ବର:ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପୂର୍ବରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯେପରି ବ୍ୟାପକ ହିଂସାକାଣ୍ଡ ଘଟୁଛି ସେଥିରେ ଅଭିଭାବକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଆତଙ୍କିତ ।

ଏମିତିକି ଅନେକ କଲେଜର ଶିକ୍ଷକ ଓ ଅଣଶିକ୍ଷକମାନେ ବି ଗଣ୍ଡଗୋଳିଆ ବାତାବରଣ ଯୋଗୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ବାତାବରଣ ବଜାୟ ରଖିବା ପାଇଁ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ବହୁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମତବ୍ୟକ୍ତ କରୁଛନ୍ତି ।

ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ବିଜେବି ସ୍ୱୟଂଶାସିତ କଲେଜରେ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଆଖି ଆଗରେ ରଖି ଇତିମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି କେତେକ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତବର୍ଷ ବି ବିଜେବି କଲେଜରେ ବୋମାମାଡ଼ ହୋଇଥିଲା ।

କେବଳ ବିଜେବି ନୁହେଁ ଇତିମଧ୍ୟରେ ରାଜଧାନୀ କଲେଜ, ଦେବରାୟ କଲେଜ ଆଦିରେ ଛାତ୍ର ଗୋଷ୍ଠୀ ସଂଘର୍ଷ ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ବି ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ଚାଲିଛି । ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କଲେଜରେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି ।

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ରକ୍ତମୁଖା ପରିସ୍ଥିତି ଲାଗି ରହିଛି । ଏ ପରିପ୍ରେକ୍ଷୀରେ ଅନେକ ନିରୀହ ଛାତ୍ରଛାତ୍ରୀ ଗଣ୍ଡଗୋଳିଆ ବାତାବରଣରେ ଶିକ୍ଷାନୁଷ୍ଠାନକୁ ଯିବାକୁ ନିରାପଦ ମଣୁନାହାନ୍ତି । ଏମିତିକି କେତେବେଳେ କ’ଣ ଅଘଟଣ ଘଟିବ ସେଥିଘେନି ବହୁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ପିଲାମାନେ କଲେଜକୁ ଯାଇ ନ ଫେରିବା ପର୍ଯ୍ୟନ୍ତ ଅଭିଭାବକମାନେ ଅତିମାତ୍ରାରେ ଚିନ୍ତାରେ ରହୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜନୈତିକ ଦବ୍‍ଦବା ପ୍ରଦର୍ଶନ ପାଇଁ ଅନେକ ରାଜନେତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନରେ ବହୁ ଅଣଛାତ୍ର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ରେ ପ୍ରବେଶ କରି ପ୍ରତିପକ୍ଷଙ୍କୁ ଚିହ୍ନଟ କରିବା ସହିତ ଧମକ ଚମକ ଦେଉଛନ୍ତି ଏବଂ ସ୍ଥଳ ବିଶେଷରେ ମାଡ଼ ବି ମାରୁଛନ୍ତି । ଏହା ପୋଲିସ ପ୍ରଶାସନ ପାଇଁ ବି ଚିନ୍ତାର କାରଣ ହୋଇଛି ।

ଯେଉଁ ଉଦ୍ଦେଶ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯାଉଥିଲା ତାହାର ପବିତ୍ରତା ଆଉ ନାହିଁ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ରହିବା ସଙ୍ଗେ ସଙ୍ଗେ ଉକ୍ରଟ ଭିତ୍ତିଭୂମି ସମସ୍ୟା ପରିପ୍ରେକ୍ଷୀରେ ପ୍ରାୟ କୌଣସି ଛାତ୍ର ନେତା ମୁହଁ ଖୋଲୁନାହାନ୍ତି । ବିଭିନ୍ନ ଛାତ୍ର ସଂଙ୍ଗଠନ ଆଉ ପୂର୍ବ ପରି ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ପ୍ରାୟତଃ ଆନ୍ଦୋଳନ କରୁନାହାନ୍ତି । ଛାତ୍ର ସଂସଦର କର୍ମକର୍ତ୍ତାମାନେ ବି ଏ ପ୍ରସଙ୍ଗରେ ପ୍ରାୟତଃ ନିରବ ରହୁଛନ୍ତି ।

ଛାତ୍ର ସଂସଦ ନିର୍ବାଚନ ଲାଗି ରାଜନୈତିକ ଦଳମାନେ ପ୍ରଚୁର ପଇସା ବାଜି ଲଗାଇ ଦେଉଥିବାରୁ ମଦ, ମାଂସ, ଭୋଜିଭାତ ଠାରୁ ଆରମ୍ଭ କରି ଗୁଣ୍ଡାଗର୍ଦ୍ଦି ଏକ ସାଧାରଣ ପ୍ରଥାରେ ପଡ଼ିଗଲାଣି । ଏଥିଯୋଗୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଐକ୍ୟ ଓ ସଦ୍‍ଭାବନା ବ୍ୟାହତ ହେବା ସଙ୍ଗେ ସଙ୍ଗେ ମାସ ମାସ ଧରି ପାଠପଢ଼ା ବି ବାଧାପ୍ରାପ୍ତ ହେଉଛି ।

ଆଗରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ବିଭିନ୍ନ ଦଳର ସ୍ଥାନୀୟ ରାଜନେତାମାନେ ନିଜ ନିଜର ପତିଆରା ଜାହିର କରିବା ପାଇଁ ଏଥର ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଲିଙ୍ଗ୍‍ଡୋ କମିଶନଙ୍କ ମାର୍ଗ ନିର୍ଦ୍ଦେଶିକା ଏ କ୍ଷେତ୍ରରେ ଧର୍ମକୁ ଆଖିଠାର ଭଳି । ତେଣୁ ଆତଙ୍କଜନକ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ ନ କରିବା ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରୁ ଚାପା ସ୍ୱର ଉଠୁଛି

LEAVE A REPLY

Please enter your comment!
Please enter your name here