ଗୁରୁ ଦିବସ ବଦଳରେ କଳା ଦିବସ

0
317

ଭୁନନେଶ୍ୱର: ପିଏମଜି ଛକରେ ଆନ୍ଦୋଳନରତ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆଜି ଶିକ୍ଷକମାନଙ୍କର ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଳା ଦିବସ ପାଳନ ପାଇଁ ସେ ଦିନ ସମସ୍ତେ ଶିକ୍ଷକ କଳା ବ୍ୟାଚ ପରିଧାନ କରିବେ । ୬ ତାରିଖରୁ ସ୍କୁଲ, କଲେଜ ବନ୍ଦ କରିବେ । ଶିକ୍ଷକମାନେ ଦୀର୍ଘଦିନ ହେଲା ୧୨ ଦଫା ଦାବିରେ ପିଏମଜି ଛକରେ ଆସି ଅହରାତ୍ର ଧାରଣା ଦେଇଛନ୍ତି । ସେମାନେ ରାଜପଥ ଛାଡ଼ି ଯାଉନାହାଁନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଶିକ୍ଷକଙ୍କ ଦାବି ସମ୍ପର୍କରେ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଏକାଧିକବାର ବସିଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଶିକ୍ଷକମାନଙ୍କ ଦାବିକୁ ସରକାର ବିଚାର କରୁଛନ୍ତି ସେମାନେ କାର୍ଯ୍ୟକ୍ଷେତ୍ରକୁ ଫେରିଯିବା ପାଇଁ ସରକାରଙ୍କ ପକ୍ଷରୁ ଯେତେ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନେ ଜିଦରେ ଅଟଳ ଅଛନ୍ତି । ସରକାର ଦାବି ପୂରଣ ନେଇ ସେମାନଙ୍କ ସହ ବାରମ୍ବାର ପ୍ରତାରଣା କରୁଥିବାରୁ ଏଥର ସେମାନେ ଚରମ ପଦକ୍ଷେପ ନେଇଛନ୍ତି । ଦାବି ପୂରଣ ନ ହେଲା ଯାଏ ହଟିବେ ନୋହିଁ ବୋଲି କହୁଛନ୍ତି । ଶିକ୍ଷକମାନେ ଆସି ରାସ୍ତାରେ ବସିବା ପରେ ରାଜ୍ୟରେ ସ୍କୁଲ କଲେଜ ଗୁଡ଼ିକରେ ପାଠପଢ଼ା ଏକ ପ୍ରକାର ଠପ ହୋଇଯାଇଛି । ସରକାର ଓ ଶିକ୍ଷକଙ୍କ ଭିତରେ ଦାବିକୁ ନେଇ ସହମତି ହୋଇପାରୁ ନ ଥିବାରୁ ଅଚଳାବସ୍ଥା ଦେଖାଦେଇଛି । ବର୍ଷା, ଖରାରେ ଶିକ୍ଷକମାନେ ଦାବି ପୂରଣ ନେଇ ପିଏମଜି ଛକରେ ପଡ଼ିରହିଛନ୍ତି ।

LEAVE A REPLY

Please enter your comment!
Please enter your name here