ବିଧ।ନ ପରିଷଦକୁ କ୍ୟ।ବିନେଟର ମଞ୍ଜୁରୀ

0
73

ଭୁବନେଶ୍ବର:ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି । ଆସନ୍ତା ମାସ ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଏହି ବିଲ୍‍ଟି ଉପସ୍ଥାପିତ ହେବାର ସମ୍ଭାବନା ରହିଛି ।

ବିଧାନ ପରିଷଦ ଗଠନ ସହିତ ରାଜ୍ୟ କ୍ୟାବିନେଟ୍‍ ମୋଟ୍‍ ୭ଟି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି । ଏଥିମଧ୍ୟରେ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ସୁଧ ରିହାତି ପରିବର୍ତ୍ତନ, ଓଡ଼ିଶା ଅବକାରୀ ସେବା (ଅଫିସର ନିଯୁକ୍ତି ଚୟନ ଓ ସେବା ସର୍ତ୍ତାବଳୀ) ନିୟମ, ୨୦୦୨ର ପୁନଃ ସଂଶୋଧନ, ଜିଏସ୍‍ଟି ନିୟମାବଳୀରେ ସଂଶୋଧନ, ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ରେ ସଂଶୋଧନ, ଡାକ୍ତରୀ ସ୍ୱାସ୍ଥ୍ୟ ସେବା ନିୟମାବଳୀ, ୨୦୧୮ର ପ୍ରଣୟନ ଓ ବିହାର ଏବଂ ଓଡ଼ିଶା ତୀର୍ଥସ୍ଥାନ ଅଧିନିୟମ, ୧୯୨୦ର ଉଚ୍ଛେଦ ଆଦି ପ୍ରସ୍ତାବ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଉପରୋକ୍ତ ପ୍ରସ୍ତାବଗୁଡ଼ିକୁ ସବୁଜ ସଙ୍କେତ ମିଳିଥିବା ବେଳେ ବିଧାନ ପରିଷଦ ଗଠନ ପ୍ରମୁଖ ପ୍ରସ୍ତାବ ଭାବେ ରହିଛି ।

ଅନ୍ୟ କେତେକ ରାଜ୍ୟର ବିଧାନ ପରିଷଦର ଅନୁଧ୍ୟାନ ପାଇଁ ଗଠିତ ହୋଇଥିବା କମିଟି ଚଳିତ ମାସ ୩ ତାରିଖରେ ସେମାନଙ୍କ ମନ୍ତବ୍ୟ ଓ ସୁପାରିଶଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଏହି କମିଟି ୪ଟି ରାଜ୍ୟର ବିଧାନ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଭ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହିତ ନୂତନ ବିଧାନ ପରିଷଦ ଗଠନ, ସଭ୍ୟ ଚୟନ, ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଏହି ପ୍ରସ୍ତାବଟି ଆଜି ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଥିବା ବେଳେ ଏହା ବିଧାନସଭାରେ ପାରିତ ପରେ ସମ୍ବିଧାନର ଧାରା ୧୬୯ ଅନୁଯାୟୀ ସଂସଦର ଅନୁମୋଦନ ଲାଭ ପାଇଁ ପଠାଯିବ ।

ସେହିଭଳି ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀରେ ପରିବର୍ତନ ଅଣାଯାଇ ଡାକ୍ତରମାନଙ୍କୁ ତିନୋଟି ବିଭିନ୍ନ ଶାଖା ଯଥା-ବିଶେଷଜ୍ଞ, ଜନସ୍ୱାସ୍ଥ୍ୟ ଓ ସାଧାରଣ ସେବା ଶାଖାରେ ଅନ୍ତର୍ଭୁକ୍ତ କରାଯିବ । ସ୍ନାତକୋତର ଓ ତଦୁର୍ଦ୍ଧ ଯୋଗ୍ୟତା ସମ୍ପନ୍ନ ଡାକ୍ତରମାନଙ୍କୁ ବିଶେଷଜ୍ଞ ଶାଖା, ଜନସ୍ୱାସ୍ଥ୍ୟ ଶିକ୍ଷା ଯୋଗ୍ୟତା ସମ୍ପନ୍ନ ଡାକ୍ତରମାନଙ୍କୁ ଜନସ୍ୱାସ୍ଥ୍ୟ ଶାଖା ଓ ସ୍ନାତକ ଶିକ୍ଷା ସମ୍ପନ୍ନ ଡାକ୍ତରମାନଙ୍କୁ ସାଧାରଣ ସେବା ଶାଖାରେ ଅନ୍ତର୍ଭୁକ୍ତ କରାଯିବ ।

ସେହିଭଳି କଳିଙ୍ଗ ଶିକ୍ଷାସାଥୀ ଯୋଜନାରେ ସାଢେ ସାତ ଲକ୍ଷ ଟଙ୍କାର ଋଣ ପାଇଁ ପରିଶୋଧ ଓ ସ୍ଥଗନ ଅବଧି ୧୦ରୁ ୧୫ବର୍ଷକୁ ବୃଦ୍ଧି କରାଯାଇଛି । ଏହି ପରିବର୍ତ୍ତନ ୨୦୧୬ ଏପ୍ରିଲ କିମ୍ବା ତା ପରେ ନିଆଯାଇଥିବା ଶିକ୍ଷାଋଣ ପାଇଁ ପ୍ରଯୁଜ୍ୟ ହେବ ।

LEAVE A REPLY

Please enter your comment!
Please enter your name here