କ୍ୟାବିନେଟରେ ବିଧାନ ପରିଷଦ ଗଠନକୁ ମୋହର

0
61
ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବ। ଏହାକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏହା ୪୯ଜଣ ସଭ୍ୟକୁ ନେଇ ଗଠନ କରାଯିବ। ଆସନ୍ତା ବିଧାନସଭାରେ ଏ ନେଇ ଏକ ସଙ୍କଳ୍ପ ଗୃହିତ ହେବ। ଏହାପରେ ପାଲ୍ୟାମେଣ୍ଟରେ ଅନୁମୋଦନ ପାଇଁ ପଠାଯିବ। ବିଧାନସଭା ସଦସ୍ୟ ପରି ବିଧାନ ପରିଷଦର ସଦସ୍ୟମାନେ ସମାନ ସୁବିଧା ପାଇବେ। ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୁଣା ବିଧାନସୌଧରେ ବିଧାନ ପରିଷଦର ସଭାକାର୍ଯ୍ୟ ଅନୁଷ୍ଠିତ ହେବ। ସମ୍ବିଧାନର ୧୬୯ ଧାରା ଅନୁସାରେ ବିଧାନ ପରିଷଦ ଗଠନ ହେବ ବୋଲି କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବିଧାନର ବ୍ୟବସ୍ଥାନୁଯାୟୀ, ବିଧାନସଭା ସଭ୍ୟ ସଂଖ୍ୟାର ଦୁଇ ତୃତୀୟାଂଶ ବିଧାନ ପରିଷଦର ସଭ୍ୟ ରହିବେ।
ବିଧାନ ପରିଷଦ ଗଠନ ନିମନ୍ତେ ବିଧାୟକ ତଥା ବର୍ତ୍ତମାନର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହି କମିଟି କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ଗସ୍ତ କରି ସେଠାରେ ଥିବା ବିଧାନ ପରିଷଦକୁ ଅନୁଧ୍ୟାନ କରିଥିଲେ। ଏହା ପରେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବା ଦ୍ୱାରା ଉତ୍ତମ ଶାସନ ଦିଆଯାଇପାରିବା ସହ ବୈଧାନିକ ଆଲୋଚନାରେ ସହାୟକ ହୋଇପାରିବ ବୋଲି କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲେ

LEAVE A REPLY

Please enter your comment!
Please enter your name here