ସୈ।ମ୍ୟଙ୍କ ବିରୁଦ୍ଧରେ ନବୀନଙ୍କୁ ଚିଠି ଲେଖିଲେ ଶ୍ରୀକ।ନ୍ତ ଜେନ।

0
1520

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଚିଠି ଲେଖି ଫେରାଦ ହୋଇଛନ୍ତି । ମାସକ ତଳେ ସୌମ୍ୟରଞ୍ଜନ ତାଙ୍କ ଖବରକାଗଜ ସମ୍ପାଦକୀୟରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଲେଖିଥିବା ବିଷୟକୁ ନେଇ ଶ୍ରୀକାନ୍ତ ତାଙ୍କ ଚିଠିରେ ଦର୍ଶାଇ ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଶ୍ରୀକାନ୍ତଙ୍କ ଏହି ଚିଠି ଗଣମାଧ୍ୟମରେ ଆସିବା ପରେ ଏହାକୁ ନେଇ ଏବେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ କୁହାଯାଉଛି ଶ୍ରୀକାନ୍ତଙ୍କର ଏହା ହେଉଛି ‘ତେରଛାବାଣ’ । ପ୍ରକୃତରେ ତାଙ୍କ ନିଶାଣରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ବିରୋଧରେ ସିଧାସଳଖ କିଛି କହିଲେ ନିଜର ଉଦ୍ଦେଶ୍ୟ ଧରାପଡ଼ିଯିବ । ତେଣୁ ସାପ ମରିବ ବାଡ଼ି ଭାଙ୍ଗିବନି ନ୍ୟାୟରେ ଶ୍ରୀକାନ୍ତ ଏହି ଚିଠି ଲେଖିଛନ୍ତି ବୋଲି କୁହାଯାଉଛି । ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଜାଣିଲେ ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ସେମାନଙ୍କ ସମ୍ପର୍କରେ ରୁଚିହୀନ ମତ ରଖିଛନ୍ତି ଆଉ ନିରଞ୍ଜନ ସେମାନଙ୍କ ସୁରକ୍ଷାରେ ବାହାରିବା କଥା ଏବେ ଶ୍ରୀକାନ୍ତ ସେମାନଙ୍କ ପାଇଁ ଆଗକୁ ଆସିଛନ୍ତି । ନିରଞ୍ଜନ ଗାନ୍ଧି ପରିବାରଙ୍କ ନିକଟରେ ନିନ୍ଦିତ ହେବେ ଆଉ ଶ୍ରୀକାନ୍ତ ବାହାବାହା ନେବେ । ନଚେତ ସେ ଏଭଳି ଚିଠି ନବୀନଙ୍କ ପାଖକୁ ଲେଖି ନ ଥାନ୍ତେ ବୋଲି ଆଲୋଚନା ହେଉଛି । କାରଣ ଶ୍ରୀକାନ୍ତଙ୍କ ଭଳି ଜଣେ ଚତୁର ରାଜାନେତାଙ୍କୁ ଅଜଣା ନାହିଁ ଯେ, ନବୀନଙ୍କୁ ଚିଠି ଲେଖିବାରେ କିଛି ଫାଇଦା ହେବ । ସୌମ୍ୟରଞ୍ଜନ ବିଜେଡିର ସାଂସଦ ହୋଇଥିଲେ ବି ସେ ଏକ ଖବର କାଗଜର ସମ୍ପାଦକ । ଏଣୁ ଖବର କାଗଜର ସମ୍ପାଦକ ଭାବେ ସେ ତାଙ୍କର ସ୍ୱାଧୀନ ମତ ପୋଷଣ କରିଛନ୍ତି । ଏହାକୁ ନେଇ ନବୀନ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟରେ କିଭଳି ହସ୍ତକ୍ଷେପ କରିବେ । ସବୁ ବିଷୟରେ ଅବଗତ ଥାଇ ସିଧାସଳଖ ନିରଞ୍ଜନଙ୍କୁ ସମାଲୋଚନା ନ କରି ପରୋକ୍ଷରେ ତାଙ୍କ ପରିବାର ଭିତରେ ବିବାଦ ଭରିବାକୁ ଶ୍ରୀ ଜେନା ଚାହିଁଥିବା କଥା ଚର୍ଚ୍ଚା ହେଉଛି । କାରଣ ମାସକ ତଳର ପ୍ରସଙ୍ଗକୁ ଏବେ ହଠାତ କାହିଁକି ଶ୍ରୀକାନ୍ତ ଲୋକଲୋଚନକୁ ଆଣିଲେ । ଦଳ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରୀୟା ଆସିନାହିଁ । ରାହୁଲ, ସୋନିଆଙ୍କ ବିରୋଧରେ ମତାମତ ଥିଲେ ବି ନିରଞ୍ଜନ ପିସିସି ସଭାପତି ଭାବେ ନୀରବ ରହି ନିଜ ଭାଇଙ୍କ କାର୍ଯ୍ୟକୁ ସମର୍ଥନ ଦେଉଛନ୍ତି ଏଭଳି ଏକ ଧାରଣା ସୃଷ୍ଟି କରିବା ହେଉଛି ଶ୍ରୀକାନ୍ତଙ୍କ ଲକ୍ଷ୍ୟ ଏକଥା ବିଭିନ୍ନ ମହଲରେ ଏବେ ଆଲୋଚନା ହେଉଛି ।
ସୌମ୍ୟରଞ୍ଜନ ତାଙ୍କ ସମ୍ପାଦକୟ ୨୪.୭.୨୦୧୮ରେ ଯାହା ଉଲ୍ଲେଖ କରିଥିଲେ ସେଥିରେ ଥିବା ଆପତ୍ତି ଜନକ ବିଷୟକୁ ଶ୍ରୀକାନ୍ତ ଉଲ୍ଲେଖ କରି ନବୀନଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ଜେନା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ସୌମ୍ୟରଞ୍ଜନ ତାଙ୍କ ସମ୍ପାଦକୀୟରେ ରାହୁଲଙ୍କ ପିତାମାତ ଅଣ ହିନ୍ଦୁ ହୋଇଥିବାରୁ ସେ ମୂଳରୁ ଜଣେ ହିନ୍ଦୁ ନୁହଁନ୍ତି । ଖ୍ରୀଷ୍ଟ ଧର୍ମ ଗ୍ରନ୍ଥ ବାଇବେଲରେ ଅଛି ଯିଏ ବି ମନ୍ଦ ଉଦ୍ଦେଶ୍ୟରେ ଆଖି ମାରେ ସିଏ ନିଜ ପାଇଁ ଓ ସହଯୋଗୀଙ୍କ ପାଇଁ ଦୁର୍ଦ୍ଦଶା ସୃଷ୍ଟିକରେ ଏବଂ ପ୍ରଗଳ୍ଭ, ମୁର୍ଖ ନିଜର ସର୍ବନାଶ ଘଟାଇଥାଏ । ଏ ବିଷୟ ଉଲ୍ଲେଖ କରି ଶ୍ରୀକାନ୍ତ କହିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ରାଜୀବ ଗାନ୍ଧି ଓ ତାଙ୍କ ପତ୍ନୀ ଶ୍ରୀମତୀ ସୋନିଆ ଗାନ୍ଧି ଏବଂ ତାଙ୍କ ପୁତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏ ଲେଖା ଅତ୍ୟନ୍ତ ନିନ୍ଦନିୟ । ଏହା ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହିନ, ଅତ୍ୟନ୍ତ ଅଶ୍ଳୀଳ ଭାଷା ଓ ବ୍ୟକ୍ତିଗତ କୁତ୍ସା ପାଇଁ ଉଦ୍ଦିଷ୍ଟ । କେବଳ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ପକ୍ଷେ ଏହା ସମ୍ଭବ ବୋଲି ଶ୍ର୍ରୀକାନ୍ତ ଉଲ୍ଲେଖ କରିଛନ୍ତି । ସୌମ୍ୟଙ୍କୁ ଜଣେ ମାନସିକ ବିକୃତ ବ୍ୟକ୍ତି ଭାବେ ମଧ୍ୟ ସେ ଆକ୍ଷେପ କରିଛନ୍ତି । ସମ୍ବାଦପତ୍ରର ସ୍ୱାଧୀନତା ନାଁରେ ମିଥ୍ୟା ଓ କପୋଳକଳ୍ପିତ ତଥ୍ୟ ପ୍ରକାଶ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନିନ୍ଦା ନ କରିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏଥିପାଇଁ ସୌମ୍ୟଙ୍କୁ ଭତ୍ସନା କରିବାକୁ ସେ ନବୀନଙ୍କୁ ପରାମର୍ଶ ଦେଇଛନ୍ତି ।

 

ଏଥିରେ କୁହାଯାଉଛି ବିଳମ୍ବରେ ଶ୍ରୀକାନ୍ତଙ୍କ ନିଦ ଭାଙ୍ଗିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଭିନ୍ନ । ପୂର୍ବରୁ ସେ ନିରଞ୍ଜନ ସଭାପତି ହେଉହେଉ ଖଣି କଥା ଉଠାଇ ବାଣ ମାରିଥିଲେ । ନିରଞ୍ଜନ ପୂର୍ବରୁ ଅନେକ ଥର ଏହି ବିଷୟରେ ତାଙ୍କ ମତ ସ୍ପଷ୍ଟ କରିସାରିବା ପରେ ବି ଶ୍ରୀକାନ୍ତ ଏ ବିଷୟକୁ ଛାଡୁନାହାଁନ୍ତି । କିନ୍ତୁ ଏ ବିଷୟ ଉଠାଇବା ପରେ ନିରଞ୍ଜନ ଏଆଇସିସିରେ ଶ୍ରୀକାନ୍ତଙ୍କ ବିରୋଧରେ ଫେରାଦ ହୋଇଥିଲେ ବୋଲି ସେତେବେଳେ କୁହାଗଲା । ଫଳରେ ଶ୍ରୀକାନ୍ତଙ୍କୁ ଏଆଇସିସିରୁ ତାଗିଦା ଆସିଥିବା କଥା ମଧ୍ୟ ଆଲୋଚନା ହୋଇଥିଲା । ଏଣୁ ନିରଂଜନଙ୍କୁ ସିଧା କିଛି କହିଲେ କାଳେ ଅସୁବିଧା ହେବ ସେଥିପାଇଁ ସେ ନବୀନଙ୍କୁ ମାଧ୍ୟମ କରିଛନ୍ତି । ମାସକ ପରେ ଘଟଣାକୁ ଉଠାଇବା ଅର୍ଥ କୁହାଯାଉଛି ଏବେ ପିସିସିର ଯେଉଁ ପୁନଃଗଠନ କରାଗଲା ସେଥିରେ ଶ୍ରୀକାନ୍ତଙ୍କୁ କୌଣସି ଗୁରୁତ୍ୱ ଦିଆଯାଇନାହିଁ । ସେ ପୂର୍ବରୁ ପ୍ରଚାର କମିଟିର ଅଧ୍ୟକ୍ଷ ଥିଲା ବେଳେ ଏବେ ତାଙ୍କୁ ସେଥିରୁ ବାଦ ଦେଇ ଭକ୍ତ ଦାସଙ୍କୁ ନିଆଯାଇଛି । ଏପରି କି ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ହେଉଛି ପିଇସି । ଦଳର ଏହି ନିର୍ବାଚନ କମିଟିରେ ମଧ୍ୟ ଶ୍ରୀକାନ୍ତଙ୍କୁ ନିରଞ୍ଜନ ରଖାଇ ଦେଇ ନାହାଁନ୍ତି । ଶ୍ରୀକାନ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ଦଳ ଭିତରେ ଗୁରୁତ୍ୱହୀନ କରିଦେଇଛନ୍ତି ନିରଞ୍ଜନ । ଏଣୁ ଯେତେେବେଳେ ଯେଉଁ ସୁଯୋଗ ଆସିଛି ତାର ସଦୁପଯୋଗ କରିବାକୁ ଶ୍ରୀକାନ୍ତ ପଛଘୁଞ୍ଚା ଦେଉନାହାଁନ୍ତି ବୋଲି କୁହାଯାଉଛି । ଗାନ୍ଧି ପରିବାରକୁ ସୌମ୍ୟରଞ୍ଜନ ଏଭଳି କୁତ୍ସାରଟନା କରିଥିବାରୁ କିଭଳି ଭାବରେ ନିରଂଜନ ଭତ୍ସନା ନ କରି ଚୂପ ହୋଇ ରହିଛନ୍ତି ପରୋକ୍ଷରେ ସେ ଦର୍ଶାଇବାକୁ ଚାହିଁଛନ୍ତି ବୋଲି ମଧ୍ୟ କେହି କେହି କହୁଛନ୍ତି

LEAVE A REPLY

Please enter your comment!
Please enter your name here