ପାରଳାଖେମୁଣ୍ଡିରେ କଂଗ୍ରେସରୁ ଲଢ଼ିବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ 

0
857

ଭୁବନେଶ୍ୱର : କଂଗ୍ରେସ ସବୁ ବିଧାୟକଙ୍କୁ ଟିକେଟ ଦେବବୋଲି ନିଷ୍ପତି ନେଇସାରିଥିବାବେଳେ  କଂଗ୍ରେସ ଅଳିନ୍ଦରେ ପାରଳାଖେମୁଣ୍ଡି ଟିକେଟ ବଦଳିବ ବୋଲି ଚର୍ଚ୍ଚା ଜୋର ଧରିଛି  । ଦୁଇ ଦୁଇ ଥର ପାରଳାଖେମୁଣ୍ଡିରୁ ବିଜୟୀ ହୋଇଛନ୍ତି କେଙ୍ଗମ ସୂର୍ଯ୍ୟ ରାଓ  । ହେଲେ ୨୦୧୯ରେ କେ ସୂର୍ଯ୍ୟ ରାଓ ପାରଳାଖେମୁଣ୍ଡିରେ ଲଢ଼ିବେ ନାହିଁ  । ତାଙ୍କ ବଦଳରେ ପାରଳାଖେମୁଣ୍ଡିରୁ ଲଢ଼ିବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ  । ଆଉ ଏଥିପାଇଁ ନିଜେ ସୂର୍ଯ୍ୟା ରାଓ ହିଁ ଆଗ୍ରହ ପ୍ରକାଶ କରିଛନ୍ତି  । ଆଜି କଂଗ୍ରେସ ଭବନକୁ ତିରୁପତିଙ୍କ ସହ ଆସିଥିଲେ ସୂର୍ଯ୍ୟା ରାଓ  । ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ତିରୁପତିଙ୍କ ଆଲୋଚନା ମଧ୍ୟ ହୋଇଛି  । ତାଙ୍କ ନିକଟରେ ସୂର୍ଯ୍ୟା ରାଓ ମଧ୍ୟ ଉପସ୍ଥିତ ଥିଲେ  । ଏନେଇ ଶ୍ରୀ ରାଓ କହିଛନ୍ତିଯେ, ତିରୁପତି ଜଣେ ଭଲ ସଂଗଠକ  । ସେ କଂଗ୍ରେସରୁ ପ୍ରାର୍ଥୀ ହେଲେ ଦଳ ଲାଭବାନ ହେବ  । ସେହିପରି ତିରୁପତି ମଧ୍ୟ ପାରଳାଖେମୁଣ୍ଡିରୁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି  ।

ଚର୍ଚ୍ଚା ଅନୁଯାୟୀ ତିରୁପତି ପାଣିଗ୍ରାହୀ ଆଗାମୀ ନିର୍ବାଚନରେ କଂଗ୍ରେସ ଟିକେଟରୁ ପାରଳାଖେମୁଣ୍ଡିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ  । ଅପରପକ୍ଷରେ ବ୍ରହ୍ମପୁରରୁ ବହୁବାର ସାଂସଦ ପ୍ରାର୍ଥୀ ହେଉଥିବା ଚନ୍ଦ୍ରଶେଖର ସାହୁ ଏବେ ବିଜେଡ଼ିରେ ଯୋଗ ଦେଇସାରିଛନ୍ତି  । ତେଣୁ କେ ସୂର୍ଯ୍ୟା ରାଓଙ୍କୁ ଲୋକସଭାରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି  ।

LEAVE A REPLY

Please enter your comment!
Please enter your name here