ଆସନ୍ତା ୨୫ ତାରିଖରୁ ଗାଁ ଗହଳିରେ ଆରମ୍ଭ ହେବ ଶିକ୍ଷକଙ୍କ ଧର୍ମଘଟ

0
339

 

 

ଭୁବନେଶ୍ୱର:ଆନ୍ଦୋଳନକାରୀ ଶିକ୍ଷକ ମାନେ ଗାନ୍ଧୀ ମାର୍ଗରେ ଦୀର୍ଘ ୬ ଦିନ ଧରି ଧାରଣାରେ ବସିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଏବଂ ମିଳିତ ମଂଚ ପକ୍ଷରୁ ଆସନ୍ତା ୨୫ ତାରିଖଠାରୁ ସେମାନଙ୍କର ଆନ୍ଦୋଳନକୁ ଗାଁ ଗହଳିରେ ଆରମ୍ଭ କରିବେ ବୋଲି ନିଷ୍ପତି ନେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ସଚିବାଳୟରେ ଆରମ୍ଭ ହୋଇଛି । ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଉପସ୍ଥିତ ଅଛନ୍ତି । ଏହି ଆନ୍ଦୋଳନରେ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here