Wednesday, October 17, 2018
Home କ୍ରୀଡା ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଲା

ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଲା

0
77

ଜାକର୍ତ୍ତା: ୧୮ତମ ଏସୀୟ କ୍ରୀଡାରେ ଭାରତୀୟ ଆଥ୍ଲେଟମାନେ ତୃତୀୟ ଦିନରେ ମଧ୍ୟ ସଫଳ ପ୍ରଦର୍ଶନ ଜାରି ରଖିଛନ୍ତି । ମଙ୍ଗଳବାର ଭାରତୀୟ ଆଥ୍ଲେଟମାନେ ଆଉ ୫ଟି ପଦକ ଜିତିବାରେ ସଫଳ ହୋଇଥିଲେ । ଏହାଦ୍ୱାରା ଭାରତର ମୋଟ୍ ପଦକ ସଂଖ୍ୟା ୧୦ରେ ପହଞ୍ôଚଛି । ଖାସ୍କରି ଭାରତୀୟ ସୁଟରମାନେ ଲଗାତାର ଉତ୍ତମ ପ୍ରଦର୍ଶନ ସହ ଦେଶପାଇଁ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ପୁରୁଷ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଦୁଇ ଭାରତୀୟ ପୋଡିୟମରେ ପହଞ୍ôଚବା ସହ ତୃତୀୟ ଦିନ ପଦକ ବିଜୟଧାରା ଆରମ୍ଭ କରିଥିଲେ । ୧୬ ବର୍ଷିୟ ସୌରଭ ଚୌଧୁରୀ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଭିଶେକ୍ ବର୍ମା କାଂସ୍ୟ ପଦକ ହାସଲ କରିଥିଲେ । ଅନ୍ୟପଟେ ଭାରତୀୟ ସୁଟର ସଞ୍ଜୀବ ରାଜପୁତ୍ ପୁରୁଷ ୫୦ ମିଟର ରାଇଫଲ ଥ୍ର ପୋଜିସନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ରାଜପୁତ୍ ୪୫୨.୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ୍ର ହୁଇ ଜିସଙ୍ଗ ୪୫୩.୩ ପଏଣ୍ଟ ଅର୍ଜନ କରିଥିଲେ । ଯେବେକି ଜାପାନର ମାସୁମୋତ ୪୪୧.୪ ପଏଣ୍ଟ ସହ କାଂସ୍ୟ ପଦକ ହାସଲ କରିଥିଲେ । ରାଜପୁତ୍ ନିଲିଂ ଓ ପ୍ରୋନ୍ ପୋଜିସନରେ ଆଗୁଆ ରହିଥିବା ବେଳେ ଷ୍ଟାଣ୍ଡିଂ ପୋଜିସନରେ ଖରାପ ପ୍ରଦର୍ଶନ ଯୋଗୁ ସ୍ୱର୍ଣ୍ଣ ପଦକରୁ ବଞ୍ôଚତ ହୋଇଥିଲେ । ସେହିଭଳି କୁସ୍ତିରେ ମଧ୍ୟ ଭାରତକୁ ମଙ୍ଗଳବାର ପଦକ ହାସଲ ହୋଇଥିଲା । ମହିଳା ୬୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ଦିବ୍ୟା କାକରାନ ଭାରତ ପାଇଁ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ସେ କାଂସ୍ୟ ପଦକ ପ୍ଲେ ଅଫ୍ ମୁକାବିଲାରେ ଚାଇନିସ୍ ତାଇପେୟୀର ଚେନ୍ ୱେନଲିଙ୍ଗଙ୍କୁ ଟେକ୍ନିକାଲ ଆଧାରରେ ପରାସ୍ତ କରିଥିଲେ । ଏହା ପୂର୍ବରୁ କୁସ୍ତିରେ ବଜରଙ୍ଗ ପୁନିଆ ଓ ଭିନେଶ ଖଗାଟ ସ୍ୱର୍ଣ୍ଣ ପଦକ ଜିତିବାର କାରନାମା କରିଥିଲେ । କ୍ୱାର୍ଟର ଫାଇନାଲରେ ପରାସ୍ତ ହେବାପରେ ଦିବ୍ୟାଙ୍କ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । ତେବେ କାଂସ୍ୟ ପଦକ ମୁକାବିଲାରେ ସେ କୌଣସି ତ୍ରୁଟି କରିନଥିଲେ । ଆରମ୍ଭରୁ ପ୍ରତିପକ୍ଷ ପହିଲମାନଙ୍କ ଉପରେ ଚାପ ପକାଇ ସେ ମୁକାବିଲାରେ ଆଗୁଆ ହୋଇଥିଲେ । ଅନ୍ୟପଟେ ଭାରତୀୟ ପୁରୁଷ ସେପାକ ଟାକ୍ରୋ ଦଳ ଦେଶ ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି । ଭାରତର ୧୨ଜଣିଆ ଦଳ କାଂସ୍ୟ ପଦକ ମ୍ୟାଚ୍ରେ ଥାଇଲାଣ୍ଡ ଦଳକୁ ୨-୦ରେ ପରାସ୍ତ କରି ପଦକ ଜିତିଥିଲା ।

LEAVE A REPLY

Please enter your comment!
Please enter your name here