ଲୋକଙ୍କ ହ।ତରେ ହ।ତ ମିଶେଇବ। ପ।ଇଁ ତିନି ମ।ସ ପଦଯ।ତ୍ର। କରିବ କଂଗ୍ରେସ

0
1253

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସ ଦଳହିିଁ ଏକମ।ତ୍ର ବିକଳ୍ପ ଏହିକଥ। ଲୋକମାନଙ୍କ ପ।ଖରେେ ପହଞ୍ଚ।ଇବ। ପ।ଇଁ କଂଗ୍ରେସ ଲୋକମ।ନଙ୍କ ପ।ଖକୁ ଯିିବ । ହ।ତ ପ।ଖରେ ଆଉ  କମ୍ ସମୟ ଥିବାରୁ ପିସିସି ପକ୍ଷରୁ  ଏହିଭଳି ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରାଯାଇଛି  । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା ହୋଇଛି  । ଖାଲି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କି ବିକ୍ଷୋଭ କରାଯିବ ନାହିଁ  । ପ୍ରତି ବ୍ଲକରେ ଆନେ୍ଦାଳନକୁ ଓହ୍ଲାଇବ କଂଗ୍ରେସ  । ଆସନ୍ତା ତିନି ମାସ ଧରି ପଦଯାତ୍ରା ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖକୁ ଯିବା ପାଇଁ ଯୋଜନା କରିଛି  ।

ନୂତନ ପିସିସି ଟିମ୍ ଗଠନ ହେବା ପରେ କଂଗ୍ରେସ ଶିବିର ଚଳଚଂଚଳ ହୋଇଯାଇଛି  । ରବିବାର ନବଗଠିତ ପିସିସି ଟିମର ବୈଠକ ବସିଥିବାବେଳେ ଆଜି ନିର୍ବାଚନ କମିଟି ଓ ପ୍ରଚାର କମିଟି ବୈଠକ ବସିଥିଲା  । ନିର୍ବାଚନ କମିଟି ବୈଠକରେ ଟିକେଟ ନେଇ ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ  । କେଉଁ ମାନଦଣ୍ଡ ଆଧାରରେ ଟିକେଟ ଆବଂଟନ କରାଯିବ ତାହା ସ୍ଥିରୀକୃତ ହୋଇଥିଲା  । ଏନେଇ କଂଗ୍ରେସ ପକ୍ଷରୁ ସବିଶେଷ କୁହାଯାଇନଥିଲେ ମଧ୍ୟ ଦଳର ସମସ୍ତ ବିଧାୟକ ଓ ବିଜୟ ସମ୍ଭାବନା ଥିବା ନେତାଙ୍କୁ ହିଁ ଟିକେଟ ମିଳିବ  । ପୂର୍ବରୁ ଆଶାୟୀ କଂଗ୍ରେସ ପ୍ରାର୍ଥୀ ବାୟୋଡ଼ାଟା ଦେଉଥିଲେ  । ବାୟୋଡ଼ାଟାକୁ ତର୍ଜମା କରି ଟିକେଟ ବଂଟନ କରାଯାଉଥିଲା  । କିନ୍ତୁ ଏବେ ଏହି ଫର୍ମୂଲା ଉଠିଯାଇଛି  । ଦଳର ଅନ୍ତରୀଣ ସର୍ଭେ ଉପରେ ଗୁରୁତ୍ୱାରୋପ କରାଯାଇଛି  । ସେହିପରି ଗତ ନିର୍ବାଚନରେ ଯେଉଁ ନେତାମାନେ ଅମାନତ ହରାଇଥିଲେ ତାଙ୍କୁ ଟିକେଟ ନଦେବା ପାଇଁ କଂଗ୍ରେସ ଯୋଜନା କରିଛି  । ସେମାନଙ୍କୁ ଟିକେଟ ନଦେଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ  ।

ଅପରପକ୍ଷରେ ପ୍ରଚାର କମିଟି ମଧ୍ୟ ପ୍ରଚାରକୁ ଜୋରଦାର କରିବା ପାଇଁ ଯୋଜନା କରିଛି  । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ  । ରାଜ୍ୟର ଚାରି ଦିଶାରେ ଚାରୋଟି ବଡ଼ ସମାବେଶ କରିବା ନିମନ୍ତେ ମଧ୍ୟ କଂଗ୍ରେସ ପକ୍ଷରୁ ଯୋଜନା କରାଯାଇଛି  । ରାଜ୍ୟ, ଜାତୀୟ ଓ ଆଂଚଳିକ ପ୍ରସଙ୍ଗ ଆଧାରରେ ଦଳ ଲୋକଙ୍କ ପାଖକୁ ଯିବ  । ଆସନ୍ତା ୩ ମାସ ଧରି ପ୍ରତି ବ୍ଲକରେ ପଦଯାତ୍ରା କରାଯିବ  । ଦଳର ଆଗଧାଡ଼ିର ନେତା, ପିସିସିର କର୍ମକର୍ତାଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯିବ  । କେଉଁ ବ୍ଲକରେ କେଉଁ ନେତା ପଦଯାତ୍ରା କରିବାର ଦାୟିତ୍ୱ ନେବେ ତାହା ମଧ୍ୟ ସ୍ଥିରୀକୃତ କରାଯିବ  । ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ସହ ରାଜ୍ୟ ଓ ଜାତୀୟସ୍ତରର ବରିଷ୍ଠ ନେତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀଙ୍କ ମନୋବଳ ବୃଦ୍ଧି କରିବେ  । ଖୁବଶୀଘ୍ର ପିସିସି କେଉଁ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ, ପ୍ରଚାରର ତରିକା କ’ଣ ରହିବ ତାହା ବି ଧ।ର୍ଯ୍ୟ କରିବାକୁ ଯୋଜନା ହୋଇଛି  ।

LEAVE A REPLY

Please enter your comment!
Please enter your name here