ଏନ୍ପିସିଆଇ ପକ୍ଷରୁ ୟପିଆଇ ୨.୦ର ଶୁଭାରମ୍ଭ

0
85

ମୁମ୍ବାଇ : ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଉଦ୍ଦେଶ୍ୟରେ ଏନ୍ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ୨.୦ ଶୁଭାରମ୍ଭ କରିଛି । ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, ଏନ୍ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ମିଳିତଭାବେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏନପିସିଆଇ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଶ୍ୱମୋହନ ମହାପାତ୍ର, ଏନପିସିଆଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍ବେ ଓ ବିଭିନ୍ନ ବ୍ୟାଙ୍କର ଉପସ୍ଥିତ ଥିଲେ । ଗତ ୨ ବର୍ଷରେ ୟୁପିଆଇ ଗ୍ରାହକଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି ବୋଲି ଏହି ଅବସରରେ ଏନପିସିଆଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍ବେ କହିଥିଲେ । ୟୁପିଆଇର ଏହି ମଞ୍ଚ ବ୍ୟବସାୟୀ, ବ୍ୟାଙ୍କ ଓ ସାଧାରଣ ଗ୍ରାହକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଆସୁଛି । ଏହା ଉପରେ ଗ୍ରାହକ ବିଶ୍ୱାସ କରୁଥିବାରୁ କାରବାର କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାଆରମ୍ଭ ଫଳରେ ଏହି ବ୍ୟବସ୍ଥାର ସଂପ୍ରସାରିତ ହୋଇ ଅଧିକରୁ ଅଧିକ ଗ୍ରାହକ ନିକଟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି । ଏନ୍ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ କହିଛନ୍ତି ଯେ, ଡ଼ିଜିଟାଲ କାରବାର ପାଇଁ ୟୁପିଆଇ ଏକ ଉନ୍ନତ ମଞ୍ଚ ଭାବେ ଉଭା ହୋଇଛି । ଏହାଦ୍ୱାରା ଦେଶର ଅର୍ଥନୀତି ଡ଼ିଜିଟାଲରେ ପରିଣତ ହୋଇପାରିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହି ଅବସରରେ କହିଛନ୍ତି ଯେ, ଡ଼ିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ମଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି । ଏହା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଆସିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here