ମୁକ୍ତିକାନ୍ତଙ୍କ ପ।ଇଁ ବିଧାନସଭାରେ ପ୍ରଶ୍ନ ଉଠ।ଇବ କଂଗ୍ରେସ

0
234

ଭୁନନେଶ୍ୱର: ରାଉରକେଲା ଠ।ରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ଦାବିରେ ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଯାତ୍ରା ଅବ୍ୟାହତ ରହିଛି । ଦିଲ୍ଲୀ ପରେ ଏବେ ସେ ଭୁବନେଶ୍ୱରକୁ ପଦଯାତ୍ରାରେ ଆସିଛନ୍ତି । ଏଠାରେ ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ତାଙ୍କ ଦାବି ଜଣାଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ମୁକ୍ତିକାନ୍ତଙ୍କ ଏହି ଦାବି କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ପିସିସି ସଭାପତି ଓ ବିରୋଧୀ ଦଳ ନେତା ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବିକୁ କଂଗ୍ରେସ ବିଧାନସଭାରେ ପ୍ରସଙ୍ଗ କରିବ ବୋଲି ସେମାନେ କହିଛନ୍ତି । ଗତକାଲି ମୁକ୍ତିକାନ୍ତ ଏଠାରେ ପହଞ୍ôଚବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ଦାବି ସମ୍ପର୍କରେ ଅବଗତ କରାଇ ଆଲୋଚନା କରିବେ ବୋଲି କହିଥିଲେ ।
ପୂର୍ବରୁ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ପଦଯାତ୍ରା କରିଥିଲେ । ଦିଲ୍ଲୀରେ ପହଞ୍ôଚ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରି ନ ଥିଲେ । ଏଥିନେଇ ସେ ଦିଲ୍ଲୀରେ ସାକ୍ଷାତ କରିବା ଦାବିରେ ଧାରଣା ମଧ୍ୟ ଦେଇଥିଲେ । ହେଲେ କିଛି ସୁଫଳ ମିଳି ନ ଥିଲା । ଶେଷରେ ସେ ରାଉରକେଲା ଫେରିଥିଲେ ।
ବିଜେପି ପକ୍ଷରୁ କୁହାଯାଇଛି । ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି । କାରଣ କେନ୍ଦ୍ର ସରକାର ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ହସ୍ପିଟାଲ ପାଇଁ ଅର୍ଥ ମଞ୍ଜୁର ହୋଇଛି । ସେତୁ ପାଇଁ ରାଜ୍ୟ ସରକାର ଜଙ୍ଗଲ ଅନୁମୋଦନ ଓ ଜମି ଦେବା ବିଳମ୍ବ କରିବା ଯୋଗୁ ସମସ୍ୟା ହୋଇଥିଲା । ଏବେ ଏହି ସେତୁ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଣୁ ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ ହୋଇଥିବାରୁ ଏଭଳି ପଦଯାତ୍ରା କରି କେବଳ ପ୍ରସଙ୍ଗକୁ ଅଧିକ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here