ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

0
256

ହିନ୍ଦୁ ସନାତନ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ସବୁଠାରୁ ଉର୍ଦ୍ଧ୍ଵରେ । ତୁଳସୀ ଗଛ ସବୁଠାରୁ ପବିତ୍ର ଓ ଶୁଦ୍ଧ ବୋଲି ମାନ୍ୟତା ରହିଛି। ବିଷ୍ଣୁ ଭଗବାନଙ୍କ ମଥାରେ ତୁଳସୀ ପତ୍ର ଲାଗି ହୁଏ ଓ ଭଗବାନ ବିଷ୍ଣୁଙ୍କ ଭୋଗରେ ମଧ୍ୟ ତୁଲସୀ ପତ୍ରରେ ହିଁ ପାଣି ଛଡାଯାଏ । କେବଳ ଠାକୁରଙ୍କ ନିକଟରେ ଲାଗି କରାଯାଏ ନୁହଁ, ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି।

ଦୁର୍ଭାଗ୍ୟ ପିଛା ଛାଡୁନଥିଲେ କିମ୍ବା ଘର ସମସ୍ୟା ଲାଗି ରହୁଥିଲେ ଏହାର ସମାଧାନ ପାଇଁ ତୁଳସୀ ପତ୍ରର ବ୍ୟବହାର କରିପାରିବେ। ଏହା ଦ୍ଵାରା ସମସ୍ୟା ଦୂର ହୁଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ବ୍ୟବହାର କରି ଆପଣ କିପରି ନିଜ ଭାଗ୍ୟ ବଦଳାଇ ପାରିବେ:-

ଜାଣନ୍ତୁ କିପରି
ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ମିଳୁ ନଥିଲେ କୌଣସି ଏକ ଗୁରୁବାର ଦିନ ତୁଳସୀ ଗଛକୁ ହଳଦିଆ କପଡ଼ାରେ ବାନ୍ଧି ଅଫିସ୍‌ କିମ୍ୱା ଦୋକାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଭାଗ୍ୟ ଫିଟିଥାଏ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।
ତୁଳସୀ ଗଛ ଘର ଅଗଣାରେ ଲଗାଇ ସକାଳ ଓ ସନ୍ଧ୍ୟାରେ ଜଳ ଅର୍ପଣ କରନ୍ତୁ। ଦୀପ, ଧୂପ ମଧ୍ୟ ଦିଅନ୍ତୁ। ଠାକୁର ଘରେ ବିଷ୍ଣୁଙ୍କ ପ୍ରତିମାରେ ୧୧ଟି ତୁଳସୀ ପତ୍ରର ମାଳା ବାନ୍ଧି ଦିଅନ୍ତୁ। ଏପରି କଲେ ଘରକୁ ଧନ ଆସିଥାଏ।
ସକାଳୁ ଉଠି ତୁଳସୀ ମା’ଙ୍କୁ ପତ୍ର ତୋଳିବା ନେଇ ପ୍ରଥମେ କ୍ଷମା ପ୍ରାର୍ଥନା କରନ୍ତୁ। ପରେ ୧୧ଟି ପତ୍ର ତୋଳି ଅଟା ଡବାରେ ରଖି ଦିଅନ୍ତୁ। କିଛି ଦିନ ପରେ ଏହାର ପ୍ରଭାବ ଆପଣ ନିଜେ ଜାଣିପାରିବେ। ଏପରି କଲେ ଆପଣଙ୍କ ଘରେ ଅନ୍ନର ଅଭାବ ରହିବ ନାହିଁ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here