କେରଳ ବନ୍ୟା ପ୍ରଭାବିତଙ୍କ ପାଇଁ ୫୦୦ କୋଟିର ସହାୟତା ରାଶି ଘୋଷଣା କଲେ ମୋଦି

0
189

କେରଳ: କେରଳରେ ସୃଷ୍ଟ ପ୍ରଳୟଙ୍କରୀ ବନ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇ ଶନିବାର ଏକ ବୈଠକ କରିଛନ୍ତି । କେରଳର କୋଚିରେ ମୁଖ୍ୟମନ୍ତ୍ରୀ  ପୀନାରାଇ ବିଜୟନ, ରାଜ୍ୟପାଳ ପି.ଶଥାଶିବମ, କେନ୍ଦ୍ରମନ୍ତ୍ରୀ କେଜେ ଆଲଫାନୋସ ଓ ଅନ୍ୟ ଅଧିକାରୀଙ୍କ ସହିତ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।  ସମସ୍ତ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୫୦୦ କୋଟି କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ଶନିବାର ସକାଳେ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ ମୋଦି  । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । କେରଳ ସରକାରଙ୍କୁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କାର ଜରୁରୀକାଳୀନ ପାଣ୍ଠି ଘୋଷଣା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଓ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତାରାଶି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here