ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦ ସୃଷ୍ଟି କଲେ ସିଦ୍ଧୁ

0
498

ଲାହୋର: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଭାରତୀୟ କ୍ରିକେଟ ଦଳର ପ୍ରାକ୍ତନ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂ  ସିଦ୍ଧୁ ଆଉ ଏକ ବିବାଦରେ ଫସିଯାଇଛନ୍ତି । ସେ ସେଠାରେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ସିଦ୍ଧୁଙ୍କୁ ସାମଲୋଚନାର ଶିକାର ହେବାକୁ ପଡ଼ୁ୍ଥିବାବେଳେ କଂଗ୍ରେସ ମୁଖପାତ୍ର ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।
କଂଗ୍ରେସ ପ୍ରବକ୍ତା ରଶଦି ଅଲବୀ କହିଛନ୍ତି ଯେ, ବନ୍ଧୁତ୍ୱ ଦେଶ ଠାରୁ ବଡ଼ ନୁହେଁ । ସୀମାରେ ଭାରତୀୟ ଯବାନ ସହିଦ ହେଉଥିବାବେଳେ ସିଦ୍ଧୁଙ୍କ ଏହି ଆଚରଣ ଦେଶକୁ ଭୁଲ ସନେ୍ଦଶ ଦେବ  । ଏପରି କି ଭାରତ ସରକାର ତାଙ୍କୁ ପାକ ଯିବା ପାଇଁ ଅନୁମତି ଦେବା ଅନୁଚିତ ଥିଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here