ଅନ୍ତିମ ଯାତ୍ରାରେ ବାଜପେୟୀ

0
125

ଭୁବନେଶ୍ୱର : ଅନ୍ତିମ ଶୋଭାଯାତ୍ରାରେ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ମରଶରୀର  । ଜନସମୁଦ୍ର ପାଲଟିଛି ଦିଲ୍ଲୀ ରାଜରାସ୍ତା  । ଶେଷ ଦର୍ଶନ ନିମନ୍ତେ ସମସ୍ତେ ବ୍ୟାକୁଳ ହୋଇଉଠିଛନ୍ତି  । ଲୋକମାନେ ତାଙ୍କୁ କେତେ ଭଲ ପାଉଥିଲେ ଆଜିର ଜନସମୁଦ୍ର ଏହା ପ୍ରମାଣିତ କରିଛି । ବିଜେପି ମୁଖ୍ୟାଳୟରୁ ଅଟଳଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି  । ‘ଅଟଳ ବିହାରୀ ଅମର ରହେ’ ନାରାରେ ପ୍ରକମ୍ପିତ ହେଉଛି ରାଜରାସ୍ତା  । ହଜାର ହଜାର ଲୋକଙ୍କ ଆଖିରୁ ବହିଯାଉଛି ଲୋତକର ଧାରା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅନ୍ତିମ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି  । ପ୍ରାୟ ଦୁଇ ଘଂଟା ଧରି ଅନ୍ତିମ ଶୋଭାଯାତ୍ରାରେ ବାଜପେୟୀଙ୍କ ମରଶରୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଁଚିବ  । ଅପରାହ୍ନ ୪ଟାରେ ବାଜପେୟୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ  ।

LEAVE A REPLY

Please enter your comment!
Please enter your name here