ବାଜପେୟୀଙ୍କ ଅବସ୍ଥା ଅତି ସଂକଟାପନ୍ନ

0
305

ନୂଆଦିଲ୍ଲୀ: ଏମ୍‌ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

କିଛି ସମୟ ପୂର୍ବରୁ ପ୍ରକାଶିତ ଏମ୍‌ସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା ବୁଲେଟିନରେ କୁହାଯାଇଛି।
ଗୃହମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମ୍‌ସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖୁବଶୀଘ୍ର ଏମ୍‌ସରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଗତ ରାତିରେ ଏମ୍‌ସ ଯାଇ ସେଠାରେ ପ୍ରାୟ ୫୦ ମିନିଟ୍‌ ରହିଥିଲେ।

LEAVE A REPLY

Please enter your comment!
Please enter your name here