ବୈଜୟନ୍ତଙ୍କୁ ପଛରେ ପକ।ଇବେ ନିରଞ୍ଜନ

0
1922

ଭୁବନେଶ୍ୱର : ବର୍ତ୍ତମାନ ରାଜନେତାଙ୍କ ଭିତରେ ଯେଭଳି ସୋଶାଲ ମିଡ଼ିଆରେ ସମ୍ପର୍କରେ ବୃଦ୍ଧି ନେଇ ଯେଉଁ ପ୍ରତିଯୋଗିତା ଚାଲିଛି ସେଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଟପିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଟ୍ୱିଟ ମାଷ୍ଟର ବୈଜୟନ୍ତ ପଣ୍ଡାଙ୍କୁ ପଛରେ ପକାଇ ଏବେ ନିରଞ୍ଜନ ଟ୍ୱିଟ ମାଷ୍ଟର ହେବାକୁ ଯାଉଛନ୍ତି । ପ୍ରତି ଘଣ୍ଟା ଓ ପ୍ରତି ମୂହୁର୍ତ୍ତରେ ନିରଞ୍ଜନଙ୍କ ଟ୍ୱିଟ ଆସୁଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ସହ ପ୍ରାର୍ଥୀକୁ ସମର୍ଥନ ଦେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ପିସିସି ସଭାପତି ଏହି ଘଟଣାକୁ ନେଇ ଦୈନିକ ବିଜେପି-ବିଜେଡିକୁ ଟାର୍ଗେଟ କରି ବାଣ ମାରିଚାଲିଛନ୍ତି ଏବଂ ତାତ୍ସଲ୍ୟ ମଧ୍ୟ କରୁଛନ୍ତି । ନିରଞ୍ଜନ କହିଛନ୍ତି ବାରମ୍ବାର ବିଜେଡି-ବିଜେପି ନିଜର ନିବିଡ଼ତା ପ୍ରମାଣ କରି ଚାଲିଛନ୍ତି । ଏହି ଅବସରରେ ଏକ ଲୋକପ୍ରିୟ ଗୀତ ମନେ ପକାଇ ଦେଇଛନ୍ତି । ‘ଦୋସ୍ତି ତେରା ସାଥ ନା ଛୋଡେଙ୍ଗେ’ ଗୀତର ଏହି ପଂକ୍ତି ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ, ଏକ ଭିଡିଓରେ ମୋଦୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସଙ୍ଗ, ଜିଏସ୍ଟି ବିଲ ଅନୁମୋଦନ, ବିମୁଦ୍ରାକରଣ, ରାଷ୍ଟ୍ରପତି ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେଡି କିଭଳି ସମର୍ଥନ ଦେଇ ଆସିଛି ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ନିରଞ୍ଜନ ଏଥିରେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି, ସମଦୂରତ୍ୱର ଅର୍ଥ କଣ? ଲୋକଙ୍କୁ କହିଁକି ବୋକା ବନଉଛ? ଲୋକେ ଜାଣିଛନ୍ତି, ଆପଣ ବିଜେପି ସହିତ ଅଛନ୍ତି । ଏଥିସହିତ କଂଗ୍ରେସ କେବଳ ଓଡ଼ିଶାର ବିକଳ୍ପ ଦଳ ଓ ରାଜ୍ୟ ସରକାରଙ୍କ ଛଳନା ବିରୋଧରେ ଲଢ଼ୁଛି ବୋଲି ନିରଞ୍ଜନ ଦର୍ଶାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ “ଫୋନ୍ ଏ ଫ୍ରେଣ୍ଡ” ଯୋଗୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱପ୍ନ ସମ୍ପୂର୍ଣ୍ଣ ଧୂଳିସାତ ହୋଇ ଯାଇଛି । ସେଥିପାଇଁ ସେ ଏଭଳି ବିବୃତିମାନ ରଖୁଛନ୍ତି । ଧର୍ମେନ୍ଦ୍ର ବାବୁଙ୍କର ଖେଳ ଖତମ ବୋଲି ନିରଞ୍ଜନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here