ମୁଖ୍ୟମନ୍ତ୍ରୀଙ୍କ ୧୦ ହଜାର ଗଭୀର ଜଳାଶୟ ନିର୍ମାଣ ଘୋଷଣା ପ୍ରସଙ୍ଗରେ ଚାଷୀଙ୍କୁ ଭଣ୍ଡେଇବା ପାଇଁ ମିଛୁଆ ରାଧୁଆର ଆଉ ଏକ ମିଛ କାହାଣୀ: ସମୀର ମହାନ୍ତି

0
74

ଭୁବନେଶ୍ୱର: କୃଷି ଓଡିଶାର ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ରାଜ୍ୟ ସରକାର ଜଳସେଚନ ବ୍ୟବସ୍ଥା ଲୋକଙ୍କୁ ଯୋଗାଇ ଦେବାରେ ବି‘ଳ ହେବାକୁ ନେଇ ଦୀର୍ଘଦିନ ଧରି ଜଳସମ୍ପଦ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀମାନଙ୍କର ଦୁର୍ଗତିର ମୁଖ୍ୟ କାରଣ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଗତ କିଛିଦିନ ତଳେ ନାବାର୍ଡ ସହିତ ରାଜ୍ୟ ସରକାର ଏକ ବୁଝାମଣା ପତ୍ର ସ୍ୱାକ୍ଷର କରି ଭୂତଳ ଜଳ ସଂରକ୍ଷଣ ମାଧ୍ୟମରେ ଗଭୀର ନଳକୂପ ଦ୍ୱାରା ଚାଷୀଙ୍କର ଜଳକଷ୍ଟ ଦୂର ହେବ ବୋଲି କହି ଚାଷୀଙ୍କୁ ପୁଣି ବୋକା ବନାଇବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭାରତ ସରକାରଙ୍କ ଯୋଜନାରେ ଗ୍ରୀନ୍ କ୍ଲାଇମେଟ ‘ଣ୍ଡ ମାଧ୍ୟମରେ ଭୂତଳ ଜଳ ଉତ୍ସକୁ ମଜଭୁତ କରିବା ଏକ ଦୀର୍ଘମିଆଦୀ ଯୋଜନା । ମାତ୍ର ରାଜ୍ୟ ସରକାର ଓଡିଆ ଚାଷୀମାନଙ୍କୁ ଯେଉଁ ଜଳସେଚନ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ବି‘ଳ ହେବାର କାରଣ ଓଡିଆ ଚାଷୀମାନଙ୍କ ସମ୍ମୁଖରେ ଉତର ରଖିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ତଥ୍୍ୟକୁ ଉଲେଖ କରି କହିଛନ୍ତି ଯେ, ଓଡିଶାରେ ମୋଟ ଚାଷଜମିର ପରିମାଣ ମାତ୍ର ୬୮.୮୩ ଲକ୍ଷ ହେକ୍ଟର । ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୨୦୦୦ ମସିହା ସୁଦ୍ଧା ମାତ୍ର ୧୧.୫୭ ଲକ୍ଷ ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା । ୨୦୧୭ ମସିହା ସୁଦ୍ଧା ବୃହତ, ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ମାତ୍ର ୧୪.୦୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ଉପଲବ୍ଧ ହେଲା ବୋଲି ସରକାର କହିଛନ୍ତି । ୧୭ ବର୍ଷ ଶାସନ ପରେ ବୃହତ ଓ ମଧ୍ୟମ ପ୍ରକଳ୍ପ ଦ୍ୱାରା ମାତ୍ର ୨.୪୫ ଲକ୍ଷ ହେକ୍ଟର ଚାଷଜମି ଅଧିକ ଚାଷଜମି ଯାହା ମୋଟ ଚାଷଜମିର ମାତ୍ର ୪ ପ୍ରତିଶତ ଜଳସେଚିତ ହୋଇଛି । ଏହା କଣ ମୁଖ୍ୟମନ୍ତ୍ରୀଙ୍କର କଠିନ ପରିଶ୍ରମର ‘ଳ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସେହିପରି ୨୦୦୦ ମସିହା ସୁଦ୍ଧା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ମାତ୍ର ୪.୪୧ ଲକ୍ଷ ହେକ୍ଟର ଯାହା ମୋଟ ଚାଷଜମିର ୭.୧ ପ୍ରତିଶତ । ୨୦୧୭ ମସିହା ସୁଦ୍ଧା ଚାଷଜମି ପରିମାଣ ୫.୯୮ ହେକ୍ଟର ହୋଇ ଏହା ୯.୬ ପ୍ରତିଶତରେ ପହଁଚିପାରିଛି । ଦୀର୍ଘ ୧୭ ବର୍ଷ ଶାସନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ୧.୫୭ ଲକ୍ଷ ହେକ୍ଟର ଯାହା ମାତ୍ର ୨.୫ ପ୍ରତିଶତ ବୃଦ୍ଧି ହୋଇଥିବା ଖୋଦ୍ ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଥିବାବେଳେ ଓଡିଶା ଚାଷୀଙ୍କୁ ଭଣ୍ଡେଇବା ପାଇଁ ମିଛୁଆ ରାଧୁଆର ଆଉ ଏକ ମିଛ କାହାଣୀର ରଚନା କରିଛନ୍ତି ରାଜ୍ୟ ସରକାର ।
୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟରେ ସ୍ୱଳ୍ପ ବୃଷ୍ଟି କାରଣରୁ ମରୁଡି ପଡିଥିବା ସତ୍ୱେ ମୋଟ ଚାଷ ଜମିର ୧୮ ପ୍ରତିଶତ ଅର୍ଥାତ ୧୧.୦୯ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇ ‘ସଲ ରକ୍ଷା କରାଯାଇପାରିଥିଲା । ସେହିପରି ରବି ଋତୁରେ ମୋଟ ଚାଷ ଜମିର ମାତ୍ର ୪ ପ୍ରତିଶତ ଅର୍ଥାତ ୨.୯୨ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିଥିଲା । ମରୁଡି ବର୍ଷରେ ଏହି ତଥ୍ୟ ଆହୁରି ସ୍ପଷ୍ଟ କରୁଛି ଯେ, ରାଜ୍ୟ ସରକାରଙ୍କ ଯେତିକି ଜଳସେଚନର କଥା କହୁଛନ୍ତି ପ୍ରକୃତ ପକ୍ଷେ ସେତିକି ଜମିରେ ଜଳସେଚନ ପହଁଚୁ ନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ ଆଣିଛନ୍ତି ।
୨୦୦୦ ମସିହାରୁ ୨୦୧୪ ମସିହା ମ୍ମରେ ଶାସକ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପାଳନ କରିଥିଲେ, ଆଜି ରାଜ୍ୟର ଅତି କମରେ ୯୦ ପ୍ରତିଶତରୁ ଅଧିକ ଚାଷ ଜମି ଜଳସେଚିତ ହୋଇପାରିଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ବିସ୍ତାରରେ ବି‘ଳ ରାଜ୍ୟ ସରକାର ଉଠାଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଯଦି ଉଠାଜଳସେଚନ ସ‘ଳ ହୋଇଥାନ୍ତା ତାହାହେଲେ ବରଗଡର ଚାଷୀ ଖଇନୁ ବଗର୍ତୀ ‘ଲୋ ଭୋଲଟେଜ’ କାରଣରୁ ପାଣି ନ ଉଠିବା କାରଣରୁ ‘ସଲ ନଷ୍ଟ ପରେ ଆତ୍ମହତ୍ୟା କରିନଥାନ୍ତା । କେନାଲ ମାଧ୍ୟମରେ ନିଶ୍ଚିତ ଜଳସେଚନ ବଦଳରେ ଉଠାଜଳସେଚନ, ଗଭୀର ନଳକୂପ ଓ ପୁସ୍କରିଣୀ ଜଳସେଚନ ନାଁରେ ରାଜ୍ୟ ସରକାର ମିଥ୍ୟା ତଥ୍ୟର ସୌଦାଗର ବନିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ବିଶ୍ୱବ୍ୟାଙ୍କରୁ ଋଣ ନେଇ ତିଆରି ହୋଇଥିବା ସମଲ ବ୍ୟାରେଜରୁ ରେଙ୍ଗାଲି ଲେପ୍ଟ ଓ ରାଇଟ କେନାଲ ଦେଇ କାହିଁକି ଚାଷୀଙ୍କ ନିକଟରେ ପାଣି ପହଁଚିପାରିନାହିଁ ଏହାର ଉତର ଦାୟିତ୍ୱ କିଏ ନେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ଚାଷୀମାନେ ଚାତକ ପରି ପାଣିକୁ ଅପେକ୍ଷା କରି ବସିଥିବା ବେଳେ ଶିଳ୍ପସଂସ୍ଥା ମାନଙ୍କୁ ଏହି ବ୍ୟାରେଜ ଭିତରୁ ପାଣି କାହିଁକି ଦିଆ ଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଲୋକଙ୍କ ମୁଣ୍ଡରେ ଋଣ ବୋଝ ଲଦି ଦେଇ ଶିଳ୍ପକୁ ପାଣି ଦେବା କିଭଳି ନ୍ୟାୟ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ମହାନଦୀର ନଦୀର ପାଣି ନେଇ ତୁମ୍ବିତୋ‘ାନ ହୋଇଥିବା ବେଳେ ତେଲ ନଦୀ ଉପରେ ୧୯୯୪ ରୁ ଆରମ୍ଭ ହୋଇଥିବା ଲୋଏର ସୁକତେଲ ପ୍ରକଳ୍ପ ସ୍ଥିତି କଣ ଅଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୧୭ କୋଟିର ବ୍ୟୟବରାଦର ଅଟକଳ ଏବେ ୧୦ ଗୁଣରୁ ଅଧିକ ବଢି ସାରିଲାଣି । ଏହାର ଉତର ଦାୟିତ୍ୱ କାହାର ? ମହାନଦୀର ୫୩ ପ୍ରତିଶତ ଜଳ ସମୁଦ୍ରକୁ ବହି ଯାଉଥିବା ବେଳେ ବାଲଟିଏ ପାଣି ସଂରକ୍ଷଣ କରିବାର ବି‘ଳତାର କାରଣ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ହୀରାକୁଦର ତଳମୁଣ୍ଡରେ ଜଳସେଚନ ପ୍ରକଳ୍ପ ଗୁଡିକର କାମର କଣ ପ୍ରଗତି ହୋଇଛି, ତାହା ବିଜେଡି ମୁଖପାତ୍ରଙ୍କ ବଦଳରେ ଖୋଦ୍ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here