କାନ୍ଧରେ ୨ କିମି ବୁହାହେଲେ ଗର୍ଭବତୀ ମହିଳା

0
143

ମାଲକାନଗି: ମାଲକାନଗିରି ଜିଲାର କରୁକୋଣ୍ଡା ବ୍ଲକର ଦୁଡାମେଟା ପଞ୍ଚାୟତର ଡୁଟେଲଗୁଡ଼ା ଗ୍ରାମରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ୨ କି.ମି. କାଦୁଅ ରାସ୍ତା ଅଣାଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣକ ହେଲେ ଜଳନ୍ଦ୍ର ଖିଲଙ୍କ ସ୍ତ୍ରୀ ପାର୍ବତୀ ଖିଲ। ପାର୍ବତୀଙ୍କୁ ପ୍ରସବ ବେଦନା ହେବା ପରେ ୧୦୨ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ମାତ୍ର ଗ୍ରାମଠାରୁ କରୁକୋଣ୍ଡା ମେଡିକାଲ ୬ କିମି ଦୂର ହୋଇଥିବା ବେଳେ ୨ କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାମର ନାଏବ ସରପଞ୍ଚ ଓ ଡୁଟେଲଗୁଡ଼ା ଗ୍ରାମର କିଛି ଯୁବକ ମିଶି ମହିଳାଙ୍କୁ ୨ କିମି କାନ୍ଧରେ ବୋହି କୋୟଗୁଡ଼ା ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here