ହ୍ୱାଟ୍‍ସଆପର ନୁଆ ଫିଚର: ଏବେ ଫେରିପାଇପାରିବେ ଫୋନରୁ ଡିଲିଟ କରିଦେଇଥିବା ଫଟୋ ଏବଂ ଭିଡିଓ ।

0
40

ଭୁବନେଶ୍ୱର: ହ୍ୱାଟସଆପ ତାର ୟୁଜର୍ସ ମାନଙ୍କ ପାଇଁ ସମୟ ସମୟରେ ଗୋଟିଏ ଗୋଟିଏ ନୁଆ ନୁଆ ଫିଚର୍ସ ଆଣିଥାଏ । ଏହିକ୍ରମରେ ଏଥର ମଧ୍ୟ ମୋବାଇଲ୍ ନେଟୱର୍କ ଆପ ୟୁଜର୍ସ ମାନଙ୍କ ପାଇଁ ଏପରି ଏକ ଅପଡେଟ୍ ଆଣିଛି ହ୍ୱାଟସଆପ । ଏହା ବ୍ୟବହାରକରୀମାନଙ୍କ ପାଇଁ ବହୁତ ଫାଇଦା ଆଣିବ । ହ୍ୱାଟସଆପ ଆଣିଥିବା ଏହି ନୁଆ ଫିଚରରେ ବ୍ୟବହାରକାରି ମାନେ ତାଙ୍କ ଫୋନରୁ ଡିଲିଟ ହୋଇଜାଇଥିବା ଫୋଟୋ ଏବଂ ଭିଡିଓ କୁ ପୁଣିଥରେ ପାଇପାରିବେ । ଏବେ ସୁଧା ହ୍ୱାଟସଆପ ତାର ବ୍ୟବହାରକାରିମାନଙ୍କର ଡାଟାକୁ ନିଜର ଡାଟା ସର୍ଭରରେ ମାତ୍ର ୩୦ ଦିନ ପର୍ଯ୍ୟନ୍ତ ସେଭ୍ କରି ରଖୁଥିଲା । ପୁଣି ସେଇ ଡାଟା ସରଭରରେ ରହୁଥିଲା ଯେଉଁ ଡାଟାକୁ ୟୁଜର୍ସ ଆଗ ଡାଉନଲୋଡ କରୁଥିଲା । ଆବଶ୍ୟକ ପଡ଼ିଲେ ସେହି ସର୍ଭରରୁ ଡାଟା ଡାଉନଲୋଡ କରିହେଉଥିଲା । କିନ୍ତୁ ଏବେ ହ୍ୱାଟସଆପ ନିଜର ମିଡିଆ ଷ୍ଟୋରେଜ୍ ପ୍ରୋଟକଲରେ କିଛି ଅପଗ୍ରେଡ୍ କରିଛି, ଯାହାଦ୍ୱାରା କି ୟୁଜର୍ସ ମାନଙ୍କର ଡାଟାକୁ ସେମାନେ ଡାଉନଲୋଡ କରିବା ପୁର୍ବରୁ ହ୍ୱାଟସଆପ ତାର ନିଜ ସରଭରରେ ସେଭ୍ କରିରଖିପାରିବ । ଏହା ଭରସାଯୋଗ୍ୟ ଯେ ହ୍ୱାଟସଆପର ସର୍ଭର ସୁରକ୍ଷିତ ଅଟେ ଏବଂ ଏଠାରୁ ଜଣେ ୟୁଜରର କୌଣସିବି ଡାଟାକୁ ଆଉଜଣେ ୟୁଜର ଆକ୍ସେସ କରିପାରିବନାହିଁ । ଏହି ଅପଡେଟ ଆଣ୍ଡ୍ରଏଡ ମୋବାଇଲ୍ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଖୁବ୍ଶିଘ୍ର ଆପେଲ (ଆଇଓଏସ୍‍) ଫୋନ୍ ବ୍ୟବହାର କରୁଥିବା ବ୍ୟବହାରକାରି ମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ।

ଏହି ଅପଡେଟ ଆପ୍‍ ଆସିଲା ପରେ ଫୋନରେ ଥିବା ହ୍ୱାଟସଆପକୁ ଅପଗ୍ରେଡ କରିବାକୁ ପଡିବ । ଏହାଦ୍ୱାରା ମିଳିପାରିବ ଡିଲିଟ ହୋଇ ଯାଇଥିବା ଡାଟା । ଏଥିପାଇଁ ୟୁଜର୍ସଙ୍କୁୁ ପ୍ରଥମେ ଚାଟ ହିଷ୍ଟ୍ରି କୁ ଯାଇ ଆବଶ୍ୟକ ଡାଟାକୁ ଖୋଜିବାକୁ ପଡିବ ଏବଂ ତାକୁ ସିଲେକ୍ଟ କରି ଡାଉନଲୋଡ ଅପ୍ସକୁ ଯାଇ ଡାଉନଲୋଡ କରିବାକୁ ପଡିବ । ଯେଉଁଠି ୟୁଜର୍ସଙ୍କୁ ମାତ୍ର ୩୦ ଦିନର ଡାଟା ମିଳିପାରୁଥିଲା ଏବେ ମୋବାଇଲ୍ ବ୍ୟବହାର କରିବା ଦିନଠାରୁ ହିଁ ସେହି ଡାଟା ମିଳିପାରିବ ।

LEAVE A REPLY

Please enter your comment!
Please enter your name here