ଦୁଇ ଦିନ ବଲାଙ୍ଗୀର ବନ୍ଦ

0
39

ବଲାଙ୍ଗିର: ଆଜି ଓ କାଲି ବଲାଙ୍ଗିର ସହର ବନ୍ଦ। ବାଇପାସ୍‌ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି।

ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛି। ପୂର୍ବରୁ କଂଗ୍ରେସ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଥିଲା। ଏହା ପରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସକାଳୁ ନଗର କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ଅନ୍ୟପକ୍ଷେ ଏ.ବି.ଭି.ପି ତରଫରୁ ପିକେଟିଂ କରାଯାଇ ସହରର ସମସ୍ତ ସ୍କୁଲ, କଲେଜ ଗୁଡ଼ିକୁ ବନ୍ଦ କରାଯାଇଛି।

ଗତକାଲି ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଲକ୍ଷ୍ମୀଜୋର ନିକଟରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଶବକୁ ରାସ୍ତା ଉପରେ ରଖି ୪ ଘଣ୍ଟା ରାସ୍ତାରୋକ କରିଥିଲେ। ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ ନିର୍ମାଣ କରିବାକୁ ଲୋକେ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here