ବିଜେଡ଼ିର ବି’ ଟିମ୍ ବିଜେପି : ରଂଜୀବ ବିଶ୍ୱାଳ

0
58

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି । ଏହି ପ୍ରସଙ୍ଗରେ କଂଗ୍ରେସ ବିଜେଡ଼ିକୁ ତୀବ୍ର ସମାଲୋଚନା କରିଛି । ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିବିଆଇ ଡରରେ ଏନଡ଼ିଏକୁ ବିଜେଡ଼ି ସମର୍ଥନ କରିଛି ବୋଲି କହିଥିବାବେଳେ ବିଜେପିକୁ ବିଜେଡ଼ିର ବି’ ଟିମ ବୋଲି ଆକ୍ଷେପ କରିଛନ୍ତି ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ ।

ଏନଡ଼ିଏକୁ ବିଜେଡ଼ିର ସମର୍ଥନ ପ୍ରସଙ୍ଗ ନେଇ ରଂଜୀବ କହିଲେଯେ, ବିଜେଡ଼ିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଆଗରୁ ଲୁଚକାଳି ଖେଳୁଥିଲେ, ଏବେ ପଦାରେ ପଡ଼ିଲା । ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ବିଜେଡ଼ି କୁମ୍ଭୀର କାନ୍ଦଣା କରୁଥିଲା । ବିଜେପି ହେଉଛି ବିଜେଡ଼ିର ବି’ ଟିମ । ନିର୍ବାଚନରେ କିଏ କାହା କାନ୍ଧରେ ଲାଉ ହେବ ତାହା ସ୍ପଷ୍ଟ ହୋଇଯାଇଛି ବୋଲି ରଂଜୀବ କହିଛନ୍ତି ।
ଏହାର ଜବାବ ରଖି ବିଜେଡ଼ି ସାଂସଦ ପ୍ରତାପ ଦେବ କହିଛନ୍ତିଯେ, ଦଳୀୟ ନିଷ୍ପତି ଅନୁଯାୟୀ ଆମେ ଜେଡ଼ିୟୂକୁ ସମର୍ଥନ କରିଛୁ । ଏହା ଏକ ସାମ୍ବିଧାନିକ ପଦବୀ । ଏବେ ମଧ୍ୟ ଆମେ ସମଦୂରତ୍ୱ ବଜାୟ ରଖିଛୁ । ବିକେ ହରିପ୍ରସାଦ ବିଜେଡ଼ିକୁ ବିରୋଧ କରି ଆସୁଥିଲେ ବୋଲି ପ୍ରତାପ କହିଛନ୍ତି ।

ସୂଚନାଯୋଗ୍ୟଯେ, ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେଯେ, ବିଜେଡ଼ିକୁ ସିବିଆଇ ଭୟ ଘାରିଛି । ତେଣୁ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ଗତ ୪ ବର୍ଷ ହେଲା ବିଜେପି ସହ ବିଜେଡ଼ି ସମ୍ପର୍କ ରଖିଆସିଛି । ବିଜେଡ଼ି କିଭଳି ସମଦୂରତା ରକ୍ଷା କରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି । ନିଜ ସୁରକ୍ଷା ପାଇଁ ବିଜେଡ଼ି ଏଭଳି କରୁଛି ବୋଲି ନିରଞ୍ଜନ କହିଥିଲେ ।

LEAVE A REPLY

Please enter your comment!
Please enter your name here