ସିବିଆଇ ଭୟରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡ଼ି : ନିରଞ୍ଜନ

0
50

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଛି । ଯାହାକୁ ନେଇ ବିଜେଡ଼ିକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ସିବିଆଇ ଭୟରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।

ନିରଞ୍ଜନ କହିଛନ୍ତିଯେ, ବିଜେଡ଼ିକୁ ସିବିଆଇ ଭୟ ଘାରିଛି । ତେଣୁ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ଗତ ୪ ବର୍ଷ ହେଲା ବିଜେପି ସହ ବିଜେଡ଼ି ସମ୍ପର୍କ ରଖିଆସିଛି । ବିଜେଡ଼ି କିଭଳି ସମଦୂରତା ରକ୍ଷା କରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି । ନିଜ ସୁରକ୍ଷା ପାଇଁ ବିଜେଡ଼ି ଏଭଳି କରୁଛି ବୋଲି ନିରଞ୍ଜନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here