କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ଅସୁସ୍ଥ

0
28

ଭବାନୀପାଟଣା: କେନ୍ଦ୍ର ଓ ରାଜ୍ୟସରକାର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଯୋଜନା ପରେ ଯୋଜନା ତିଆରି କରୁଛନ୍ତି । ଉକ୍ତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତଥାପି ବିଭିନ୍ନ କାରଣ ପାଇଁ ସ୍ୱାସ୍ଥ୍ୟ ସେବାରୁ ଜନସାଧାରଣ ବଞ୍ଚôତ ହେଉଥିବା ଜଣାପଡ଼ିଛି । ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଗଣମାଧ୍ୟମର ମୁଖ୍ୟ ପ୍ରସଙ୍ଗ ସାଜିଛି । କଲାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଅବପହଞ୍ଚ ହୋଇଛି ସ୍ୱାସ୍ଥ୍ୟ ସେବା । ପଙ୍ଗୁ ହୋଇଛି ସ୍ୱାସ୍ଥ୍ୟ ବିଭାଗ, କେଉଁଠି ଡାକ୍ତରନାହାନ୍ତି ତ କେଉଁଠି କର୍ମଚାରୀ ଅଭାବ । ଡାକ୍ତର ଅଭାବ ଜିଲ୍ଲାରେ ଏକ ଗୁରୁତର ସମସ୍ୟା ସାଜିଛି । ଡାକ୍ତର ନଥିବାରୁ ଫର୍ମାସିଷ୍ଟ ଡାକ୍ତରଖାନା ଚଳାଉଛନ୍ତି । ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମଧ୍ୟ ବିଶେଷଜ୍ଞ ଓ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀ ସେବାରେ ସମସ୍ୟା ସୃଷ୍ଟି ହୋଇଛି ।
ଶଯ୍ୟା ଅଭାବରୁ ଗୋରୁଗାଈଙ୍କ ଭଳି ରୋଗୀ ବାରଣ୍ଡାରେ, ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ନୂତନ କୋଠା ଉଦ୍ଘାଟନ ମଧ୍ୟ ସରିଛି । ହେଲେ ଶଯ୍ୟା ବଢୁନାହିଁ କିମ୍ବା ରୋଗୀଙ୍କୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଉନି । ସ୍ୱାସ୍ଥ୍ୟର ବିକାଶ ପାଇଁ ହୋଇଛି ବହୁ ଯୋଜନା, ଗାଁଠୁ ସହର ଯାଏଁ ଖୋଲା ଯାଇଛି ଡାକ୍ତରଖାନା, ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ହୋଇଛି ୧୦୮, ୧୦୨ ଆମ୍ବୁଲାନ୍ସ । ତଥାପି ସମସ୍ତଙ୍କୁ ସୁବିଧାରେ ମିଳିପାରୁନି ଚିକିତ୍ସା ସେବା । ବଲାଙ୍ଗିର, କୋରାପୁଟ ଜିଲ୍ଲାରେ ମେଡିକାଲ କଲେଜ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜର ଭୂମିପୂଜା ସରିଛି । କଳାହାଣ୍ଡି ଜିଲ୍ଲାରେ ଆବଶ୍ୟକ ଥିବା ୨୪୯ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ୧୨୩ । ଖାଲି ପଡିଛି ୧୨୬ ଡାକ୍ତର ପଦବୀ । ୨୪ ଜଣ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଆବଶ୍ୟକ ଥିବାବେଳେ ଅଛନ୍ତି ୭ । ଶିଶୁ ରୋଗ ବିଶେଷଜ୍ଞ ପଦବୀ ୨୩ ଥିବାବେଳେ ଅଛନ୍ତି ୬ ଜଣ । ସର୍ଜରୀ ବିଶେଷଜ୍ଞ ପଦବୀ ୨୦ ଓ ଖାଲି ପଡିଛି ୧୫ । ନିଶ୍ଚେତକ ବିଶେଷଜ୍ଞ ପଦବୀ ୩ ଅଛନ୍ତି ଜଣେ, ଖାଲି ପଡିଛି ୨ ପଦବୀ । ଅସ୍ଥିଶଲ୍ୟ ବିଭାଗରେ ୨ ଜଣ ବିଶେଷଜ୍ଞ ପଦବୀ ଆବଶ୍ୟକ ଥିବାବେଳେ ଗୋଟିଏ ପଦବୀ ଖାଲି ପଡିଛି । ରେଡିଓଲୋଜି ବିଶେଷଜ୍ଞ ଦୁଇ ଥିବାବେଳେ କେହି ନାହାନ୍ତି । ଚର୍ମରୋଗ ବିଶେଷଜ୍ଞ ପଦବୀ ଖାଲି ରହିଛି । ଟିବି ବିଶେଷଜ୍ଞ ଦୁଇ ଜଣଙ୍କ ସ୍ଥାନରେ ଜଣେ ଅଛନ୍ତି, ନୁ୍ୟେରୋଲୋଜି ବିଶେଷଜ୍ଞ ଆଦୌ ନାହାନ୍ତି । ପାଥୋଲୋଜି ଏକ ମୁଖ୍ୟ ବିଭାଗ ହୋଇଥିଲେ ବି ଏଥିରେ ୩ ପଦବୀ ଖାଲି ପଡିଛି । ଜିଲ୍ଲାରେ ୧୦୭ ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ୭୩ ଖାଲି । ସେହିଭଳି ୧୪୨ ଡାକ୍ତରଙ୍କ ମଧ୍ୟରୁ ୫୩ ଜଣ ଥିବାବେଳେ ୮୯ ଜଣ ପଦବୀ ଖାଲି ପଡିଛି । ୧୮ ଜଣ ଦନ୍ତରୋଗ ବିଶେଷଜ୍ଞ ପଦବୀ ଥିବାବେଳେ ଅଛନ୍ତି ୭ ।
କଳାହାଣ୍ଡିକୁ ବାରମ୍ବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଗସ୍ତରେ ଆସିଥିଲେ ମଧ୍ୟ ସୁଧୁରିପାରୁନାହିଁ ସ୍ୱାସ୍ଥ୍ୟ ବ୍ୟବସ୍ଥା । ବହୁ ଦିନର ଦାବି ପରେ ପ୍ରତିଷ୍ଠା ହୋଇଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜ ସମ୍ପୂର୍ଣର୍ ବନ୍ଦ ଥିବା ବେଳେ ନୂତନ ମେଡିକାଲ କଲେଜ୍ ପାଇଁ ଭୂମି ପୂଜା କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅପୂରଣୀୟ ହୋଇପଡିଛି । ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରୀଠାରେ ମୁଖ୍ୟମନ୍ତ୍ରୀ ୨ ବର୍ଷ ପୂର୍ବରୁ ଭୂମିପୂଜା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡ଼ିନି ।
ଜିଲ୍ଲାରେ ବହୁ ଚର୍ଚ୍ଚିତ ଦାନମାଝୀ ଘଟଣା ପରେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଖିଦୃଷ୍ଟିଆ ପରିବର୍ତ୍ତନ ଘଟିନାହିଁ । ଜିଲ୍ଲାରେ ୨୪୯ଟି ମଞ୍ଜୁୁରୀପ୍ରାପ୍ତ ଡାକ୍ତରୀ ପଦବୀରୁ ୧୨୬ ଖାଲି ପଡିଛି । ସଦରମହକୁମା ଡାକ୍ତରଖାନାରେ ୭୬ ଡାକ୍ତର ପଦବୀରୁ ୫୧ ପଦବୀ ଖାଲି ପଡିଛି । ଧର୍ମଗଡ ସଦରମହକୁମାରେ ୧୮ ରୁ ୧୧ ଅଛନ୍ତି । ଏଠାରେ ଚକ୍ଷୁ ବିଶେଷଜ୍ଞ, ମେଡିସିନ୍, ଅର୍ଥୋପେଡିକ୍ ସମେତ ୩ ବିଶେଷଜ୍ଞ ଓ ୪ ଏମ୍ବିବିଏସ୍ଙ୍କୁ ମିଶାଇ ୭ ପଦବୀ ଖାଲି ରହିଛି । ଭବାନୀପାଟଣା ସଦର ବ୍ଲକର ଉଦିତ ନାରାୟଣପୁର ଡାକ୍ତରଖାନାରେ ୭ ପଦବିର ଅଛନ୍ତି ୩ ଜଣ ଡାକ୍ତର । ରେଡିଓଲୋଜିଷ୍ଟ, ଯକ୍ଷ୍ମା ଓ ଛାତିରୋଗ ବିଶେଷଜ୍ଞ ସମେତ ୩ ବିଶେଷଜ୍ଞ ପଦବୀ ଖାଲି ରହିଛି । କେସିଙ୍ଗା ଡାକ୍ତରଖାନାରେ ୫ ଡାକ୍ତର ପଦବୀ ଖାଲିଥିବା ବେଳେ ୪ ଜଣ ଅଛନ୍ତି । ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୯ ଡାକ୍ତର ପଦବୀ ଥିବା ବେଳେ ୫ ଅଛନ୍ତି । ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଡାକ୍ତର ପଦବୀ ଥିବା ବେଳେ ୭ ଅଛନ୍ତି । ଚିଲିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣରୁ ଦୁଇ ଜଣ, ବୋର୍ଡାରେ ୧୧ଟି ଡାକ୍ତର ପଦବୀ ଥିବାବେଳେ ୯ ଜଣ ଅଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୫ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଡାକ୍ତର ପଦବୀରୁ ୭ ଜଣ ଡାକ୍ତର ଅଛନ୍ତି । ଏଠାରେ ୪ ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଥୂଆମୂଳ ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ପଦବୀ ଥିବାବେଲେ ୪ ଜଣ ଡାକ୍ତର ଚିକିତ୍ସା କରୁଛନ୍ତି । ଏଠାରେ ଦୁଇଟି ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି । କପ୍ରିୟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ଡାକ୍ତରଙ୍କ ମଧ୍ୟରୁ ୫ ଜଣ ଅଛନ୍ତି । ଏଠାରେ ଦୂଇଟି ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି । ପର୍ଲା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଡାକ୍ତରଙ୍କ ମଧ୍ୟରୁ ୫ ଥିବା ବେଳେ କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୭ରୁ ୩ ଡାକ୍ତର ଅଛନ୍ତି । ବିଶ୍ୱନାଥପୁର ଡାକ୍ତରଖାନାରେ ୯ଜଣଙ୍କ ମଧ୍ୟରୁ ୩ଜଣ, ଲଞ୍ଜିଗଡରେ ୫ରୁ ୨ଡାକ୍ତର ଅଛନ୍ତି । ଜୟପାଟଣାରେ ୧୦ରୁ ୫, ମଦନପୁର ରାମପୁରରେ ୧୦ରୁ ୬, କୋକସରାରେ ୯ରୁ ମାତ୍ର ଜଣେ, କର୍ଲାମୁଣ୍ଡାରେ ୯ରୁ ୪ଜଣ ଡାକ୍ତର ଅଛନ୍ତି ।
ଭବାନୀପାଟଣା ସଦର ଡାକ୍ତରଖାନାରେ ୩ ମଞ୍ଜୁୁରୀପ୍ରାପ୍ତ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ମଧ୍ୟରୁ ଗୋଟିଏ ଖାଲି ପଡ଼ିଛି । ସେହିଭଳି ନିଶ୍ଚେତକ, ରେଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ଚର୍ମରୋଗ ବିଶେଷଜ୍ଞ, ନୁ୍ୟରୋଲୋଜିଷ୍ଟ, ହୃଦରୋଗ, ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ରହିଛି । ଜିଲ୍ଲାରେ ୧୮ ଡିଡିସିରେ ଫର୍ମାସିଷ୍ଟ ପଦବୀ ଖାଲି ରହିଛି ଏବଂ ୨୦୬ ଷ୍ଟାଫ ନର୍ସଙ୍କ ମଧ୍ୟରୁ ମାତ୍ର ୭୫ ଜଣ ଅଛନ୍ତି । ୧୦୭ ନୂଆ ପଦବୀ ସୃଷ୍ଟି ହୋଇଛି । ୪୪ଲ୍ୟାବ୍ ଟେକ୍ନିସିଆନ୍ ପଦବୀ ଥିବା ବେଳେ ୨୯ କାମ କରୁଛନ୍ତି । ୬୦ ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ଥାନରେ ୫୯ ଓ ୪୫ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ଥାନରେ ୩୦ ଜଣ ଅଛନ୍ତି । ୧୬ଟି ଭାଇଟାଲ୍ ଷ୍ଟାଷ୍ଟିଷ୍ଟି୍କ୍ସଙ୍କ ମଧ୍ୟରୁ ୮ ଜଣ କାମ କରୁଛନ୍ତି । ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ବହୁ ପଦପଦବୀ ଖାଲି ପଡ଼ିଛି । ଏହି ସବୁ ହିସାବକୁ ଦେଖିବାକୁ ଗଲେ ଭଗବାନ ଭରସାରେଚାଲିଛି ସ୍ୱାସ୍ଥ୍ୟ ସେବା । କଳାହାଣ୍ଡି ଭଳି ଏକ ପଛୁଆ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ନପାଇ ଲୋକେ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ଆଦିବାସୀ ଓ ଗରିବ ଲୋକେ ଭାଗ୍ୟକୁ ଆଦରି ରହୁଛନ୍ତି କିମ୍ବା ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ହେବା ସାର ହେଉଛି ।

LEAVE A REPLY

Please enter your comment!
Please enter your name here